ହଠାତ ପୃଥିବୀରେ ଶୁଭାଗଲା ପ୍ରଚଣ୍ଡ ଶବ୍ଦ ଆଉ ଦବିଗଲା ମାଟି, ଆଉ ତା’ପରେ ଯାହା ହେଲା ନା… ଦେଖନ୍ତୁ ଦୃଶ୍ୟ !

ହଠାତ ପ୍ରଚଣ୍ଡ ଶବ୍ଦ ଶୁଭିଲା ଆଉ ସେଇ ଶବ୍ଦ ଏତେ ଭୟଙ୍କର ଥିଲା ଯେ ପୁରା ପୃଥିବୀ ଥରି ଉଠିଲା । ବହୁ ଘର ଭାଙ୍ଗିବା ସହ ଅନେକ ବିଜୁଳି ଖୁଣ୍ଟ ମଧ୍ୟ ଉପୁଡିଗଲା ଏହି ଶବ୍ଦରେ । ଆଜ୍ଞା ହଁ, ଆଜି ହଠାତ ଉତ୍ତର କାର୍ଲିଫର୍ଣ୍ଣିଆର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଦୋହଲି ଯାଇଥିଲା । ଏହାଦ୍ବାରା ବହୁ ମାତ୍ରାରେ କ୍ଷତିକ୍ଷତି ହୋଇଥିବା କୁହାଯାଉଛି । ତେବେ ଏହା ଏ ପର୍ଯ୍ୟନ୍ତର ସବୁଠାରୁ ବଡ ଭୂକମ୍ପ ବୋଲି କୁହାଯାଉଛି । ରେକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା 6.4 ଥିବା ଆକଳନ କରାଯାଇଛି ।

ଏହି ଭୟଙ୍କର ଭୂମିକମ୍ପରେ ଭାଙ୍ଗି ଯାଇଛି ହଜାରେରୁ ଅଧିକ ସଂଖ୍ୟକ ଘର । ଖାଲି ସେତିକି ନୁହେଁ ବରଂ ଭୂମିକମ୍ପ ହେବା ଫଳରେ ସହରରେ ଗ୍ଯାସ ଟାଙ୍କି ମଧ୍ୟ ଲିକ୍ ହୋଇଥିଲା । ଏହାସହ ବିଜୁଳି ଖୁଣ୍ଟ ଭାଙ୍ଗି ପଡିବା ସହ ବିଶାଳ ବିଶାଳ ଅଟ୍ଟାଳିକାମାନ ମଧ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ଯାଏଁ ଅନେକ ଲୋକେ ମାଟି ତଳେ ଫସି ରହିଥିବା କୁହାଯାଉଛି । ଜରୁରୀ କାଳୀନ ପରିସ୍ଥିତି ଭିତ୍ତିରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏହି ଭୂମିକମ୍ପରେ ଅଧିକାଂଶ ଲୋକେ ଆହତ ମଧ୍ୟ ହୋଇଛନ୍ତି ଓ ଅନେକ ସ୍ଥାନରେ ବ୍ରିଜ ଗୁଡିକ ମଧ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଭୂମିକମ୍ପ ପରର ଦୃଶ୍ୟ ସବୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଦୃଶ୍ୟ ସବୁ ଦେଖିଲେ ଆପଣ ଜାଣିପାରିବେ କି, ଏହି ଭୂମିକମ୍ପ କେତେ ଭୟଙ୍କର ଥିଲା ।

ଯାହାକି ମାତ୍ର କେଇ ସେକେଣ୍ଡରେ ସଂପୂର୍ଣ୍ଣ ଉତ୍ତର କାର୍ଲିଫର୍ଣ୍ଣିଆକୁ ଛିନ୍ନଭିନ୍ନ କରି ରଖି ଦେଇଛି । ରାସ୍ତା ଗୁଡିକ ଭାଙ୍ଗି ଯାଇ ଥିବାରୁ ସହରର ଅନେକ ସ୍ଥାନରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ପରିସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ଅନେକ ରାସ୍ତାକୁ ବନ୍ଦ କରି ଦିଆଯାଇଛି । ଏଭଳି ଭୟଙ୍କର ଭୂକମ୍ପ ଦୃଶ୍ୟ ଦେଖଣାହାରୀଙ୍କୁ କାବା କରି ଦେଉଛି । ଭୂକମ୍ପ ସହ ପ୍ରଚଣ୍ଡ ଶବ୍ଦରେ ସବୁକିଛି ଭାଙ୍ଗି ପଡିଥିଲା ।

ତେବେ ଏହି ଭୂକମ୍ପରେ କେତେ କ୍ଷୟକ୍ଷତି ହୋଇଛି ଏବଂ ମୃତାହତଙ୍କ ସଂଖ୍ୟା କେତେ ରହିଛି ଏନେଇ ବର୍ତ୍ତମାନ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ବର୍ତ୍ତମାନ ସେଠାକାର ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।