ହକି ବିଶ୍ୱ କପ ଗୀତ ଗାଇ ଓଡିଶା ପାଇଁ ଗୌରବ ଆଣିଲେ Namita, କହିଲେ “ମୋ ଜୀବନରେ ଇତିହାସ ହୋଇ ରହିଯିବ….. ” ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଓଡିଶା ପାଇଁ ଗର୍ବ ଗୌରବ ଜଣଙ୍କ ପରେ ଜଣେ ଆଣିଦେଉଛନ୍ତି । ଆମ ଓଡିଶା ମଧ୍ୟ ଆଗକୁ ବଢୁଅଛି । ଭାରତରେ ସ୍ଵତନ୍ତ୍ର ସ୍ଥାନ ବନାଇବା ପାଇଁ ସକ୍ଷମ ହେଉଛି ଓଡିଶା । ବର୍ତ୍ତମାନ ଏକ ବଡ ଖବର ଆସି ପହଞ୍ଚିଛି କି ଓଡିଶାରୁ ଜଣେ ଓଡିଆ ଝିଅ ମୁମ୍ବାଇ ଯାଇଛନ୍ତି ହକି ବିଶ୍ଵକପ ଆରମ୍ଭର ଉଦଘାଟନ ସଂଗୀତ ଗାଇବା ପାଇଁ । ତେବେ ସେଠାରୁ ଫେରିବା ପରେ ସେ ତାଙ୍କର କିଛି ଅନୁଭୂତି ବାଣ୍ଟିଛନ୍ତି ସମସ୍ତଙ୍କ ସହ । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ଆମ ଓଡିଶାର ଝିଅ ହୋଇ ହକି ବିଶ୍ଵ କପରେ ଗୀତ ଗାଇବା ପାଇଁ ଚୟନ ହେବା ଏକ ଛୋଟିଆ କଥା ନୁହେଁ । ସେ ବହୁତ ଖୁସି ଅଛନ୍ତି କି ତାଙ୍କୁ ଏହି ଗୀତ ଗାଇବାର ସୁଯୋଗ ମିଳିଲା ବୋଲି । ସେ ଆଗରୁ କେବେ ମଧ୍ୟ ମୁମ୍ବାଇ ଯାଇନଥିଲେ । ଏହି ଗୀତ ଗାଇବା ପାଇଁ ସେ ପ୍ରଥମ ଥର ଫ୍ଲାଇଟରେ ବସି ମୁମ୍ବାଇ ଭଳି ବଡ ସହରକୁ ଯାଇଥିଲେ ବୋଲି କହିଛନ୍ତି । ଏହା ତାଙ୍କ ପାଇଁ ସ୍ଵପ୍ନ ଥିଲା କିନ୍ତୁ ଆଜି ଏହା ବାସ୍ତବରେ ପରିଣତ ହୋଇସାରିଛି ତାଙ୍କ ପାଇଁ ।

ତାଙ୍କୁ ଏଭଳି ଏକ ବଡ ସୁଯୋଗ ପ୍ରଦାନ କରିଥିବା ସମସ୍ତ ଅଧିକାରୀକୁ ସେ ଧନ୍ୟବାଦ ଜଣାଇଛନ୍ତି । ତାଙ୍କୁ ଏହି ଗୀତ ଗାଇବାର ସୁଯୋଗ ଦିଲୀପ ତିର୍କୀ ସାର ଦେଇଥିବା କଥା ସେ କହିଛନ୍ତି । ତେଣୁ ସେ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ବିଶ୍ଵକପରେ ଗାନ ହେବାକୁ ଥିବା ସଙ୍ଗର କମ୍ପୋଜର ହେଉଛନ୍ତି ପ୍ରୀତମ ଚକ୍ରବତୀ ।

ପ୍ରୀତମ ଚକ୍ରବତୀ ଆମ ଓଡିଶାରୁ ଯାଇଥିବା ଝିଅଙ୍କ ପ୍ରିୟ କମ୍ପୋଜର ଅଟନ୍ତି । ତେଣୁ ସେ ତାଙ୍କ ସହ କାମ କରି ବହୁତ ଖୁସି ଅଛନ୍ତି । ତାଙ୍କୁ ସାମ୍ନାରେ ଦେଖି ସେ ନିଜକୁ ଧନ୍ୟ ମନେ କରିଛନ୍ତି ବୋଲି ଜଣାଇଛନ୍ତି । ତାଙ୍କ ପାଇଁ ଏହି ଯାତ୍ରା ବହୁତ ବହୁତ ଭଲ ଥିଲା । ସେଠାରେ ତାଙ୍କୁ ନିଜ ପରିବାର ଲୋକଙ୍କ ଅନୁପସ୍ଥିତି ମଧ୍ୟ ଅନୁଭୂତ ହେଲା ନାହିଁ ।

କାରଣ ସମସ୍ତେ ସେଠାରେ ଗୋଟିଏ ପରିବାର ଭଳି ରହି କାମ କରୁଥିଲେ ବୋଲି ସେ କହିଛନ୍ତି । ସେ ହକି ବିଶ୍ଵକପ ପାଇଁ ଗୀତ ଗାଈ ବହୁତ ଗର୍ବିତ ଅନୁଭବ କରୁଛନ୍ତି ବୋଲି କହିଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।