ହେ ଭଗବାନ! ଏମିତି ବି ଆସେ ମୃତ୍ୟୁ, ପ୍ରାଥନା ସଭାରେ ଚାଲିଗଲା ଛାତ୍ରର ଜୀବନ…. ଛାତି ପିଟି କାନ୍ଦୁଛି ମା’ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି

ନମସ୍କାର ବନ୍ଧୁଗଣ, କହିବା ପାଇଁ ଶବ୍ଦ ନାହିଁ ମା ପାଟିରେ । କାରଣ ନିଜ ଆଖି ସାମ୍ନାରେ ଜୀବନ ହରାଇଥିବା ପୁଅର ଶବକୁ ଦେଖି କେଉଁ ମାଆ ବା ଧର୍ଯ୍ୟ ଧରିପାରିବ । ହଁ ଦର୍ଶକ ବନ୍ଧୁ ଛାତି ଫାଟିଗଲା ପରି ଏକ ହୃଦୟ ବିଦାରକ ଘଟଣା ଆସି ପହଞ୍ଚିଛି ।  ପ୍ରାଥନା ସଭାରେ ଠିଆ ହୋଇଥିବା ବେଳେ ଟଳି ପଡିଲେ ଛାତ୍ର ଜଣଙ୍କ । ତେବେ ଆଉ ଡେରି ନକରି ଏବେ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ ।

ଦର୍ଶକ ବନ୍ଧୁ ଏଭଳି ଏକ ଦୁଃଖଦ ଖବର ଆସି ପହଞ୍ଚିଛି ଢେଙ୍କାନାଳ ଜିଲ୍ଲା ITI କଲେଜରୁ । 17 ବର୍ଷର ବାଳକ ଅଭିଜିତ ଦାସ ଢେଙ୍କାନାଳ ସରକାରୀ ITI ଶିକ୍ଷା କେନ୍ଦ୍ରରେ ପାଠ ପଢୁଥିଲେ । ପ୍ରାଥନା ସଭାରେ ଠିଆ ହୋଇଥିବା ବେଳେ ଅଚାନକ ଟଳି ପଡିଲେ  । ହଠାତ ଅସୁସ୍ଥ ହେବା କାରଣରୁ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନିଆଯାଇଥିଲା । ମେଡିକାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ପୁରା ଶିକ୍ଷା ଅନୁଷ୍ଠାନ ସହ ପୁରା ପରିବାର ମଧ୍ୟରେ ଶୋକାର ମାହୋଲ ଛାଇ ଯାଇଛି ।

17 ବର୍ଷ ପୁଅର ମାଆ ଏହି ଖବରକୁ ବିଶ୍ଵାସ କରିପାରୁ ନାହି । ଏହା ଖବର ଶୁଣିବା ପରେ ତାଙ୍କ ମାଆଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ପୁଅକୁ ହରାଇ ମା ଅଧର୍ଜ୍ୟ ହୋଇ ଛାତି ଫଟାଇ ମେଡିକାଲ ରାସ୍ତାରେ କାନ୍ଦି କାନ୍ଦି ଗଡିଯାଉଥିବା ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଆଣିଦେଉଛି । ମାଆର କଷ୍ଟ କିଏ ବା ବୁଝିବ । କେତେ ଆଶା ରଖି ପୁଅଟିଏ ଜନ୍ମ ଦେଇଥିଲା ମାଆ ହେଲେ ଭଗବାନ ମାଆ ଠାରୁ ବଞ୍ଚି ଥାଉ ଥାଉ ଟା ଜୀବନ ନେଇଗଲେ ।  ମାଆ କାନ୍ଦିବାର ଦୃଶ୍ୟ ବହୁତ ହୃଦୟ ବିଦାରକ ଥିଲା ।

ବାପା ମାଆ ପୁଅଙ୍କ ଏଭଳି ଘଟଣାର 20 ମିନିଟ ପୂର୍ବରୁ ଭଲରେ କଥା ହୋଇଥିଲେ । ହେଲେ ହଠାତ ସାର 20 ମିନିଟ ପରେ ଫୋନ କରି ପୁଅର ଦେହ ଅସୁସ୍ଥ ଥିବାର ସୂଚନା ଦେଇଥିଲେ । ଅଭିଜିତ ହଷ୍ଟେଲରେ ରହି ପାଠ ପଢୁଥିଲେ କିନ୍ତୁ ପୂର୍ବରୁ ତାଙ୍କ ଏହା ଏଭଳି କେବେ ଘଟି ନଥିଲା ।

ମାଆ ବାପା ସିଧା ଯାଇ ଶିକ୍ଷକ ନେଇଥିବା ମେଡିକାଲରେ ପହଞ୍ଚିଥିଲେ ଏବଂ ସେଠାରେ ତାଙ୍କ ମୃତ୍ୟୁର ଖବର ପାଇଲେ । ସତରେ ଏହା କେତେ କଷ୍ଟ ଦାୟକ ଅଟେ ବାପା ମାଆଙ୍କ ପାଇଁ ଭଗବାନ ଏଭଳି କଷ୍ଟ ଶତ୍ରୁଙ୍କୁ ମଧ୍ୟ ଦିଅନ୍ତୁ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।