ହଜାରେ ଅଧିକ ଲୋକ ମଲେଣି ହେଲେ ଲୋକଙ୍କୁ ମିଛ ତଥ୍ୟ ଦେଉଛନ୍ତି ସରକାର ! ସାଂଘାତିକ ଅଭିଯୋଗ ଆଣିଲେ ସ୍ଥାନୀୟ ବାସିନ୍ଦା, ଦେଖନ୍ତୁ video

ଗତକାଲି ସନ୍ଧ୍ୟା ପ୍ରାୟ ସାଢେ 7ଟା ବେଳକୁ ବାଲେଶ୍ଵରର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାକୁ ନେଇ ରାଜ୍ୟ ସମେତ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି ହୋଇଛି । ଟ୍ରେନ ଦୁର୍ଘଟଣାର ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି । ଗତକାଲି ରାତି ଠାରୁ ଏବେ ପର୍ଯ୍ୟନ୍ତ ପ୍ରଶାସନ ତରଫରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏବେବି ଅନେକ ଲୋକ ଟ୍ରେନ ବଗି ତଳେ ଚାପି ହୋଇ ରହିଥିବା କୁହାଯାଉଛି ।

ଦୁଇଟି ଏକ୍ସପ୍ରେସ ଟ୍ରେନ ଭିତରେ ଏତେ ଜୋରରେ ଧକ୍କା ହୋଇଥିଲା ଯେ ପ୍ରାୟ 17ଟି ବଗି ଛିନଛତ୍ର ହୋଇ ଯାଇଥିଲା । ଦୁଇଟି ଯାକ ଟ୍ରେନରେ ହଜାର ହଜାର ଯାତ୍ରୀ ଥିଲେ । ଲୋକଙ୍କୁ ଉଦ୍ଧାର କରାଯାଇ ବାଲେଶ୍ଵର ଏବଂ କଟକ ମେଡିକାଲ ଦୁଇଟି ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ତେବେ ସରକାରୀ ରିପୋର୍ଟ ଅନୁଯାୟୀ ଏବେ ଯାଏଁ 280 ରୁ ଅଧିକ ଲୋକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ 900 ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

କିନ୍ତୁ ଏହି ରିପୋର୍ଟକୁ ମିଛ ବୋଲି ଅଭିଯୋଗ ଆଣିଛନ୍ତି ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ । ସେମାନଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଯାଏଁ ସେଠାରେ ହଜାରରୁ ଅଧିକ ଲୋକଙ୍କ ମୃତଦେହ ଉଦ୍ଧାର କରାଯାଇଛି । କିନ୍ତୁ ସରକାର ମିଛ ତ୍ତହୟା ଦେଉଛନ୍ତି । ଏଭଳି ଭୟଙ୍କର ଟ୍ରେନ ଦୁର୍ଘଟଣାରେ ସମସ୍ତେ ମର୍ମାହତ ହୋଇ ପଡିଛନ୍ତି । ଶହ ଶହ ପରିବାର ଏବେ ବି ନିଜ ଆତ୍ମୀୟ ସ୍ଵଜନଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି ।

ଏତେ ବଡ ଭୟଙ୍କର ଦୁର୍ଘଟଣା ପାଇଁ ରେଳ ବିଭାଗକୁ ସଂପୂର୍ଣ୍ଣ ଭାବେ ଦାୟୀ କରୁଛନ୍ତି ସ୍ଥାନୀୟ ଲୋକେ । କିଛି ଲୋକ ଏମିତି ବି ଅଭିଯୋଗ କରିଛନ୍ତି କି, ଡ୍ରାଇଭର ଏସି ଲଗାଇ ଶୋଇଥିବାରୁ ଏଭଳି ଘଟିଛି । ରେଳ କତ୍ତୃପକ୍ଷ ଏହି ଦୁର୍ଘଟଣା ପାଇଁ ସଂପୂର୍ଣ୍ଣ ଭାବେ ଦାୟୀ ଏବଂ ମୃତାହତଙ୍କ ସଂଖ୍ୟା ଢେର ଗୁଣ ଅଧିକ ବୋଲି ବାରମ୍ବାର ଦାବି କରୁଛନ୍ତି ସ୍ଥାନୀୟ ଲୋକେ । ଟ୍ରେନ ଦୁର୍ଘଟଣାର ପ୍ରକୃତ କାରଣ ଯଥାଶୀଘ୍ର ଯାଞ୍ଚ କରାଯାଉ ଓ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯାଉ ବୋଲି ସ୍ଥାନୀୟ ଲୋକେ ଗଣମାଧ୍ୟମ ଆଗରେ କହିଛନ୍ତି ।

ଯୁଆଡେ ଦେଖିବେ ସେଆଡେ ମୃତଦେହ ପଡିରହିଛି ଏପରିକି ସ୍ଥାନୀୟ ସ୍କୁଲ ଘରେ ମୃତଦେହ ଗୁଡିକୁ ରଖାଯାଇଛି । ଏସବୁକୁ ହିସାବ କଲେ ଅଧିକ ଲୋକ ପ୍ରାଣ ହରାଇଥିବା କହୁଛନ୍ତି ସ୍ଥାନୀୟ ଲୋକେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।