ପ୍ରକୃତରେ କେମିତି ହୋଇଥିଲା ଟ୍ରେନ ଦୁର୍ଘଟଣା ? କେତୋଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି ? ଜାଣିଲେ ଛାତି ଥରିଯିବ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କେମିତି ହୋଇଥିଲା ଏତେ ବଡ ରେଳ ଦୁର୍ଘଟଣା ! କରମଣ୍ଡଳ ଏକ୍ସପ୍ରେସ ଯେଉଁ ସମୟରେ କଟକ ଅଭିମୁଖେ ଯାଉଥିଲା । କରମଣ୍ଡଳ ନିଜର ନିର୍ଦ୍ଧାରିତ ବେଗ ଅନୁଯାଇ ବାହାନଗା ଷ୍ଟେସନରୁ ବାହାରିକି ଯାଉଥିଲା । ସେହି ସମୟରେ ଯଶୱନ୍ତପୁର ହାୱୋଡା କଟକରୁ ବାଲେଶ୍ଵର ଅଭିମୁଖେ ଯାତ୍ରା କରୁଥିଲା । ତେବେ ସେହି ସମୟରେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ସେଠାରେ ଠିଆ ହୋଇଥିବା ଏକ ମାଳବାହୀ ଟ୍ରେନ ସହ ଯାଇ ଧକ୍କା କରିଦେଇଥିଲା ।

ତାପରେ ଟ୍ରେନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଯଶବନ୍ତ ଟ୍ରେନ କରମଣ୍ଡଳ ଟ୍ରେନର ଗୋଟିଏ ବଗୀ ଆସି  ସହ ମାଡ ହୋଇଥିଲା । ସେହି ସମୟରେ ଯଶୱନ୍ତର ସମସ୍ତ ବାଗୀ ଆଗକୁ କ୍ରଶ କରି ଯାଇସାରିଥିଲା । ହେଲେ ଯଶୱନ୍ତର ମାତ୍ର ପଛ ୨ ଟି ବଗୀ ସହ କରମଣ୍ଡଳ ଧକ୍କା ହୋଇଯାଇଥିଲା । ତାହାପରେ ଯଶୱନ୍ତ ଠାରୁ ତା’ ର ସେହି ୨ ଟି ସଂପୂର୍ଣ୍ଣ ଭାବେ ନିଜ ଟ୍ରେନ ଠାରୁ ବିଚ୍ଛିନ୍ନ ହୋଇଯାଇଥିଲା ।

ସେହି ବିଚ୍ଛିନ୍ନ ହୋଇଯାଇଥିବା ଟ୍ରେନରେ ଆହତଙ୍କ ସଂଖ୍ୟା ବହୁ ମାତ୍ରାରେ ରହିଛି । ତେବେ ବିଶେଷ ଭାବରେ କରମଣ୍ଡଳ ଟ୍ରେନଟି କ୍ଷତିଗ୍ରସ୍ତ ହୋଇଛି । ସେଠାରେ ଉପସ୍ଥିତ ରହିଥିବା ସମତ ପ୍ରତ୍ଯେକ୍ଷଦର୍ଶୀଙ୍କର ନଜର ସଂପୂର୍ଣ୍ଣ ଭାବେ କରମଣ୍ଡଳ ଉପରେ ହିଁ ରହିଥିଲା । ସେଥିରେ ବସିଥିବା ହଜାର ହଜାର ଯାତ୍ରୀ ଆହତ ହୋଇଥିଲେ । ଏହା ସହ ଅନେକଙ୍କର ଘଟଣା ସ୍ତଳରେ ହିଁ ମୃ-ତ୍ୟୁ ଘଟି ଯାଇଥିଲା ।

ତେବେ ଯଶୱନ୍ତର ଯେଉଁ ୨ ଟି ବଗୀ ଧକ୍କା ହେବା ପରେ ଟ୍ରେନ ଠାରୁ ବିଚ୍ଛିନ୍ନ ହୋଇଯାଇଥିଲା । ସେହି ୨ ବଗୀରେ ୧୨୦ ରୁ ୧୫୦ ଯାତ୍ରୀ ରହିଥିବାର ଅନୁମାନ କରାଯାଉଛି । ଉଦ୍ଧାରକାରୀ ଟିମ ମେମ୍ବର ମାନେ ଅତି ଯତ୍ନର ସହ ବଗୀ ମାନଙ୍କ ମଧ୍ୟରେ ବା ବଗୀ ତଳେ ଚାପି ହୋଇ ରହିଥିବା ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲା । ଜେଭଳି ଭାବେ ଫଶୀ ରହିଥିବା ଯାତ୍ରୀ ସୁରକ୍ଷିତ ଭାବେ ଉଧାର ହୋଇପାରିବେ ।

ରେଳବିଭାଗର ଅନେକ ଉଚ ପଦସ୍ଥ କର୍ମଚାରୀ ମଧ୍ୟ ଉଦ୍ଧାରକାରୀ ଟିମ ପାଖରେ ଥାଇ ସେମାନଙ୍କ କାର୍ଯ୍ୟରେ ତଦାରଖ କରୁଥିଲେ । ତେବେ ସର୍ବ ଉପରେ ୩ ଟି ଟ୍ରେନ ଦୁର୍ଘଟଣା ଗ୍ରସ୍ତ ହେବ ସହିତ ସେହି ପାଖରେ ଅନ୍ୟ ଏକ ମାଲବାହୀ ଟ୍ରେନ ଥିଲା । ଯାହାକି ସେହି ମାଳବାହୀ ଟ୍ରେନର ଇଞ୍ଜିନ ମଧ୍ୟ ଅଳ୍ପକେ କ୍ଷତିଗ୍ରସ୍ତ ହୋଇଛି ।