ଏହି ସମୟରେ ଝାଡୁ କରିବା ଦ୍ଵାରା ମା’ ଲକ୍ଷ୍ମୀ ହୋଇଥାନ୍ତି ପ୍ରସନ୍ନ, କରିଥାନ୍ତି ଧନର ବର୍ଷା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଝାଡୁକୁ ସାଧାରଣତଃ ଭାବେ ଆମେ ଘର ସଫା କରିବା ସମୟରେ ବ୍ୟବହାର କରିଥାଉ । ଝାଡୁରେ ମା’ ଲକ୍ଷ୍ମୀଙ୍କର ମଧ୍ୟ ସମ୍ବଦ୍ଧ ରହିଥାଏ । ଝାଡୁର ସଠିକ ବ୍ୟବହାର ଦ୍ଵାରା ଘରେ ସୁଖ ସମୃଦ୍ଧି ବଢିବା ସହ ଝାଡୁର ଅପବ୍ୟବହାର ଦ୍ଵାରା ଘରେ ଦରିଦ୍ରତା ଦେଖା ଦେଇଥାଏ । ତେବେ କେଉଁ ସମୟରେ ଝାଡୁ କରିବା ଉଚିତ ଓ କେଉଁ ସମୟରେ ଅନୁଚିତ । ସେହି ସମ୍ପର୍କରେ ଜାଣିନେବା । ବନ୍ଧୁଗଣ ରାତିରେ ଶୋଇକି ସକାଳ ଉଠିବା ପରେ ସମସ୍ତେ ଘର ଝାଡୁ କରିଥାନ୍ତି ।

ତେବେ ସୂର୍ଯ୍ୟ ଉଦୟ ହେବା ସମୟରେ ଯେଉଁ ବ୍ୟକ୍ତି ଘର ଝାଡୁ କରିଥାଏ । ସେହି ଘର ଉପରେ ମା’ ଲକ୍ଷ୍ମୀ ପ୍ରସନ୍ନ ରହିଥାନ୍ତି । କାରଣ ସେହି ସମୟରେ ନିଜର ସମସ୍ତ ବାସୀ ଶଯ୍ୟା ତ୍ୟାଗ କରି ସଂପୂର୍ଣ୍ଣ ଘରକୁ ପରିଷ୍କାର କରି ଝାଡୁ କରିନେବା ଉଚିତ । ଯେଉଁ ମାନେ ବିଳମ୍ବରେ ଉଠି ବିଳମ୍ବରେ ଘର ଓଳାଇଥାନ୍ତି । ସେମାନଙ୍କ ଉପରେ ମା’ ଲକ୍ଷ୍ମୀ ସର୍ବଦା ରୁଷ୍ଠ ରହିଥାନ୍ତି । ଅନ୍ଧାର ହୋଇଯିବା ପରେ ଅର୍ଥାତ ସନ୍ଧ୍ଯା ସମୟରେ ବା ପରେ ତା’ ପରେ ଯଦି ଘର ସଫା କରୁଥାନ୍ତି ।

ତେବେ ତାହା ଘର ପାଇଁ ଶୁଭଙ୍କର ହୋଇନଥାଏ । ଏହା ଦ୍ଵାରା ସେହି ଘରେ ଦରିଦ୍ରତା ଦେଖା ଯାଇଥାଏ । ଏହା ସହିତ ମା’ ଲକ୍ଷ୍ମୀ ମଧ୍ୟ ଏପରି କାର୍ଯ୍ୟ ବ୍ୟକ୍ତି ଉପରେ କ୍ରୋଧିତ ହୋଇଯାଇଥାନ୍ତି । ଯଦି ଆପଣ ସ୍ଵପ୍ନରେ କାହାକୁ ଝାଡୁ ଧରି ଠିଆ ହୋଇଥିବାର ଦେଖିଥାନ୍ତି । ତେବେ ଏହା ଆପଣଙ୍କ ଜୀବନରେ ଏକ ଶୁଭ ସଂକେତର ଆଭାଷ ଦେଇଥାଏ । ଝାଡୁକୁ ଘରେ କେବେ ଓଲଟା କରି ରଖନ୍ତୁ ନାହିଁ । ଏହା ଘର ପାଇଁ ଭଲ ହୋଇନଥାଏ ।

ଘରୁ କେହି ଯଦି କୌଣସି ଯାତ୍ରାରେ ବାହାରିକି ଯାଇଥାନ୍ତି । ତେବେ ଘରେ ସଙ୍ଗେ ସଙ୍ଗେଝାଡୁ କରିବା ଠିକ ହୋଇନଥାଏ । ତେବେ ସେହି ବ୍ୟକ୍ତି ଯେଉ ଜାଗାକୁ ଯିବା କଥା ଯଦି ସେହି ସ୍ଥାନରେ ପହଞ୍ଚି ସାରିଥିବେ । ତେବେ ଯାଇ ଆପଣ ଘରେ ଝାଡୁ କରିପାରିବେ । ଝାଡୁରେ ଭୁଲରେ ମଧ୍ୟ ଗୋଦା ବଜାଇବା ଉଚିତ ନୁହେଁ । କାରଣ ମାନ୍ୟତା ଅନୁଯାଇ ଝାଡୁରେ ମା’ ଲକ୍ଷ୍ମୀଙ୍କର ନିବାସ ହୋଇଥାଏ ।

ଯଦି ଆପଣ ନିଜର ନୂଆ ଘର ତିଆରି କରି ସେହି ନୂଆ ଘରେ ରହିବାକୁ ଯାଉଠନ୍ତି । ତେବେ ସେଠାକୁ ପୁରୁଣା ଝାଡୁ ନନେଇକି ନୂଆ ଝାଡୁ ଆଣି ଘର ଝାଡୁ କରିବା ଉଚିତ । ନିଜ ଘରର ଝାଡୁକୁ ସର୍ବଦା ନିଜ ଘର କୌଣସି ଏକ ସ୍ଥାନରେ ଲୁଚାଇ ରଖିବେ । ଯେପରି ଘରକୁ ଆତାଜାତ ଅନ୍ୟ କୌଣସି ଲୋକର ଘରର ଝାଡୁ ଉପରେ ନଜର ନପଡେ ।

ଏହି ସବୁ ନିୟମ ଝାଡୁର ମାନିବା ଦ୍ଵାରା ଘର ଉପରେ ମା’ ଲକ୍ଷ୍ମୀଙ୍କର କୃପା ବଜାୟ ରହିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଏହା ସହ କମେଣ୍ଟରେ ଜୟ ମା’ ଲକ୍ଷ୍ମୀ ଲେଖିକି ଜଣାନ୍ତୁ । ଧନ୍ୟବାଦ