ଗୁରୁବାରରେ ଧନ ପ୍ରାପ୍ତି ପାଇଁ କିପରି କରିବେ ମା ଲକ୍ଷ୍ମୀଙ୍କ ପୂଜା ? କେବଳ ଏହି ସବୁ ଉପାୟ ପାଳନ କଲେ ନିଶ୍ଚୟ ହେବ ଧନ ପ୍ରାପ୍ତି, ଦେଖନ୍ତୁ ସେଗୁଡିକ କଣ ?

ଗୁରୁବାର ହେଉଛି ମା ଲକ୍ଷ୍ମୀଙ୍କର ବାର । ଆଜିର ଦିନରେ ମା ଲକ୍ଷ୍ମୀଙ୍କୁ ପୂଜା କଲେ ସେ ଖୁବ ପ୍ରସନ୍ନ ହୋଇଥାନ୍ତି । ଯେଉଁମାନେ ଆଜିର ଦିନରେ ମା ଲକ୍ଷ୍ମୀଙ୍କୁ ଘରେ ପୂଜା କରନ୍ତି ସେମାନଙ୍କ ଜୀବନରେ କେବେ ହେଲେ ଧନର ଅଭାବ ହୋଇ ନଥାଏ । ତେବେ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରି ପ୍ରସନ୍ନ କରିବାକୁ ହେଲେ କିଛି ନୀତି ନିୟମ ମାନି ଚଳିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ପ୍ରତ୍ଯେକ ଗୁରୁବାର କେଉଁ କାର୍ଯ୍ୟ କରି ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିହେବ ।

ଗୁରୁବାର ଦିନ ଭକ୍ତି ସହକାରେ ମା ଲକ୍ଷ୍ମୀଙ୍କର ପୂଜା କରିବା ଦ୍ଵାରା ଆର୍ଥିକ ସମସ୍ଯା ଦୂର ହେବା ସହ ଜୀବନରେ ଥିବା ଅନ୍ୟ ସମସ୍ଯା ମଧ୍ୟ ଦୂର ହୋଇଥାଏ । ଘରୁ ଆର୍ଥିକ ଅନଟନ ଦୂର କରିବା ପାଇଁ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ଆରାଧନା ତଥା ପୂଜା ଅର୍ଚ୍ଚନା କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ଦେଖା ଦେଉଥିବା ସମସ୍ତ ଆର୍ଥିକ ସମସ୍ଯା ଦୂର ହେବ ଓ ଆପଣଙ୍କ ଘରେ କେବେ ହେଲେ ଧନର ଅଭାବ ଦେଖା ଦେବନାହିଁ ।

ଗୁରୁବାର ଦିନ ହଳଦିଆ ରଙ୍ଗର ପୋଷାକ ପରିଧାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ହଳଦିଆ ରଙ୍ଗ ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ । ସେଥିପାଇଁ ଏହି ଦିନ ସକାଳୁ ଉଠି ନିତ୍ୟକର୍ମ ସାରି ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତୁ , ଦେଖିବେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ । ଏଥିସହ ମା ଲକ୍ଷ୍ମୀଙ୍କୁ ପୂଜା କରିବା ବେଳେ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ ଓ ହଳଦିଆ ରଙ୍ଗର ଭୋଗ ମଧ୍ୟ ପ୍ରସ୍ତୁତ କରି ଅର୍ପଣ କରନ୍ତୁ । ଦେଖିବେ ଆପଣଙ୍କ ଘରେ ଥିବା ସବୁ ସମସ୍ଯା ଧୀରେ ଧୀରେ ଦୂର ହେବ ।

ଗୁରୁବାର ଦିନ ସ୍ନାନ କରିବା ସମୟରେ ହଳଦୀ ପାଣିରେ ସ୍ନାନ କରନ୍ତୁ ଓ ସ୍ନାନ ସାରିବା ପରେ ହଳଦୀ ଗଛ ମୂଳେ ହଳଦୀ ପାଣି ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହେବା ସହ ପ୍ରଚୁର ଧନ ମଧ୍ୟ ପ୍ରାପ୍ତି ହେବ । ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ କରିବା ନିମନ୍ତେ ଗୁରୁବାର ଦିନ ଉପବାସ କରନ୍ତୁ ଓ କାହାରିକୁ ମଧ୍ୟ ହଳଦିଆ ରଙ୍ଗର ଜିନିଷ ଦାନ କରନ୍ତୁ । ଦେଖିବେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରଚୁର କୃପା ବର୍ଷା କରିବେ ଓ ଆପଣଙ୍କ ପାଇଁ ଧନ ପ୍ରାପ୍ତିର ମାର୍ଗ ଖୋଲିଯିବ ।

ଗୁରୁବାର ଦିନ ତୁଳସୀ ଚଉରା ପୂଜା କରିବା ବେଳେ ତୁଳସୀ ଗଛ ମୂଳେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ ଏବଂ ସେହିଦିନ ଆପଣଙ୍କ ବୃହସ୍ପତିକୁ ଶାନ୍ତ କରିବା ନିମନ୍ତେ ଭଗବାନ ଶିବଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଗୁରୁବାର ଦିନ ନିୟମିତ ଭାବେ ଏହିସବୁ ଉପାୟ ପାଳନ କରିବା ଦ୍ଵାରା ଆପଣଙ୍କୁ ନିଶ୍ଚିତ ଭାବେ ଧନ ପ୍ରାପ୍ତି ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।