ଇଣ୍ଡଷ୍ଟ୍ରିରେ ଚାଞ୍ଚଲ୍ୟ ! ଅଖାରୁ ମିଳିଲା ଏହି ଅଭିନେତ୍ରୀଙ୍କ ମର ଶରୀର, ହଠାତ ଏମିତି କେମିତି ହେଲା !

ରବିବାର ଠାରୁ ନିଖୋଜ ଥିବା ବାଂଲାଦେଶୀ ଅଭିନେତ୍ରୀ ରାୟମା ଇସ୍ଲାମ ଶିମୁଙ୍କ ଶବ ଏକ ବସ୍ତାରେ ଦୁଇ ଭାଗ ଅବସ୍ଥାରେ ମିଳିଛି । ଅଭିନେତ୍ରୀ ରାୟମାଙ୍କ ଶରୀରକୁ ଦୁଇ ଭାଗ କରି ବସ୍ତାରେ ବାନ୍ଧି ଏକ ବ୍ରିଜ ତଳେ ଫୋପାଡି ଦିଆ ଯାଇ ଥିଲା । ପୋଲିସର ସୂଚନା ଅନୁସାରେ ଢାକାର କେରାନୀଗଂଜରେ ଆଲିୟାପୁର ଅଞ୍ଚଳରେ ହଜରତପୁର ବ୍ରିଜ ପାଖରେ ଥିବା ରାସ୍ତା ନିକଟରେ ସୋମବାର ଦିନ ସକାଳେ ଅଭିନେତ୍ରୀ ରାୟମାଙ୍କ ଶବ ମିଳିଥିଲା । ୩୫ ବର୍ଷୀୟ ଅଭିନେତ୍ରୀ ରାୟମାଙ୍କ ବେକରେ କିଛି ଚିହ୍ନ ବି ଥିଲା ।

ପୋଲିସ ମାମଲାର ଯାଞ୍ଚ କରି ଅଭିନେତ୍ରୀଙ୍କ ସ୍ଵାମୀ ଓ ତାଙ୍କର ୬ ଜଣ ବନ୍ଧୁଙ୍କୁ ସନ୍ଦେହ ଦ୍ରୁଷ୍ଟିରେ ଗିରଫ କରିଛନ୍ତି । ମଙ୍ଗଳବାର ଦିନ ଢାକା ପୋଲିସ ଗୋଟିଏ ପ୍ରେସ କନ୍ଫ୍ରସ ଜରିଆରେ କହିଲେ କି ଅଭିନେତ୍ରୀ ରାୟମାଙ୍କ ମାମଲାରେ ତାଙ୍କର ସ୍ଵାମୀ ସଖାୱତ ସହ ତାଙ୍କର ବନ୍ଧୁ ଓ ଡ୍ରାଇଭର ସହ ଅନ୍ୟ କେତେ ଜଣଙ୍କୁ ତିନି ଦିନ ରିମାଣ୍ଡରେ ନିଆ ଯାଇଥିଲା ।

ଏହା ପରେ ସେମାନେ ଘରେଲୁ ବିବାଦ କାରଣରୁ ଅଭିନେତ୍ରୀ ରାୟମାଙ୍କୁ ହତ୍ୟା କରିଛନ୍ତି ବୋଲି ମାନି ନେଇଛନ୍ତି । କହିଦେଉଛୁ କି ବାଂଲାଦେଶୀ ଅଭିନେତ୍ରୀ ରାୟମା ବାଂଲାଦେଶର ରାଜଧାନୀ ଢାକାର ଗ୍ରୀନ ରୋଡ ଅଞ୍ଚଳରେ ନିଜର ସ୍ଵାମୀ ଓ ଦୁଇ ସନ୍ତାନଙ୍କ ସହ ରହୁଥିଲେ । ଅଭିନେତ୍ରୀ ରାୟମା ରବିବାର ଦିନ ସକାଳେ ମାୱାରେ ଶୁଟିଙ୍ଗ ପାଇଁ ଘରୁ ବାହାରି ଯାଇ ଥିଲେ । କିଛି ସମୟ ପରେ ତାଙ୍କର ଫୋନକୁ ବାରମ୍ବାର ସମ୍ପର୍କ କରାଗଲା । କିନ୍ତୁ ତାଙ୍କର କୌଣସି ସୂଚନା ମିଳିଲା ନାହିଁ ।

ଶେଷରେ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ସୂଚନା ନ ମିଳିବା କାରଣରୁ ପରିବାର ଲୋକମାନେ କାଲାବାଗାନ ଥାନାରେ ଅଭିନେତ୍ରୀ ରାୟମାଙ୍କ ନିଖୋଜ ହେବାର ସୂଚନା ଦେଇଥିଲେ । କିନ୍ତୁ ଯେତେବେଳେ ଅଭିନେତ୍ରୀ ରାୟମାଙ୍କ ଶବ ମିଳିଲା ତେବେ ତାଙ୍କର ଭାଇ ଶାହିଦୁଲ ଇସ୍ଲାମ ଖୋକନ ତାଙ୍କ ସ୍ଵାମୀ ସଖାୱତ ଅମୀନ ନୋବେଲଙ୍କ ବିରୁଦ୍ଧରେ କେସ କରିଲେ । ଢାକାର ପୋଲିସ କହିଲେ କି ସ୍ଵାମୀ ଓ ତାଙ୍କର ବନ୍ଧୁ ଫରହାଦ ସହିତ ୬ ଜଣଙ୍କୁ ଅଭିନେତ୍ରୀ ରାୟମାଙ୍କ ହତ୍ୟା ମାମଲାରେ ଗିରଫ କରାଯାଇ ଥିଲା ।

ଏହି ମାମଲାରେ ଗୋଟିଏ କାର ବି ମିଳିଛି ଓ ଯାହାର ପଛ ସିଟରେ ରକ୍ତ ଲାଗିଥିଲା । ଅଭିନେତ୍ରୀ ରାୟମା ନିଜର ଅଭିନୟ କ୍ୟାରିୟରର ଆରମ୍ଭ କାଜୀ ହୟାତଙ୍କ ଫିଲ୍ମ ‘ପ୍ରେଜେଂଟ’ରୁ କରିଥିଲେ । ଏହା ପରେ ଦେଲୱର ଜହାଂ ଝଂତୁ, ଚାଶୀ ନଜରୂଲ ଇସ୍ଲାମ, ଶରୀଫ ଉଦ୍ଦୀନ ଖାନ ଦୀପୂ ଭଳି ଫିଲ୍ମରେ ନଜର ଆସିଥିଲେ । ସେ ଅନ୍ୟ କେତେକ ନିର୍ଦେଶକଙ୍କ ଫିଲ୍ମରେ ବି ଅଭିନୟ କରିଛନ୍ତି । ସେ ୧୯୯୬ ରୁ ୨୦୦୪ ପର୍ଯ୍ୟନ୍ତ ପାଖାପାଖି ୨୫ ଟି ଫିଲ୍ମରେ କାମ କରିଛନ୍ତି । ସେ ୫୦ରୁ ଅଧିକ ନାଟକରେ ବି କାମ କରିଛନ୍ତି । ତାଙ୍କର ନିଜର ପ୍ରୋଡକ୍ଶନ ହାଉସ ବି ଥିଲା ।