ଘର ପାଇଁ ବହୁତ ଶୁଭ ହୋଇଥାଏ ଏହି ସବୁ ଗଛ, ବଦଳିଯିବ ଆପଣଙ୍କ ଭାଗ୍ୟ- Vastu Tips

ପୂର୍ବେ ଘରର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଘରର ଚାରିପାଖେ କୌଣସି ନା କୌଣସି ଗଛ ଲଗାଉଥିଲେ । କିନ୍ତୁ ଆଧୁନିକ ଯୁଗ ସହ ବଢିବା ସହ ଆମେ ସେହି ଗଛ ମାନଙ୍କର ମହତ୍ଵ ଭୁଲିବାରେ ଲାଗିଛୁ । କିନ୍ତୁ ଏମିତି କିଛି ଗଛ ଅଛି ଯାହାର କେଉଁ ନା କେଉଁ ଗ୍ରହଙ୍କ ସହ ସମ୍ବନ୍ଧ ରହିଛି । ବାସ୍ତୁଶାସ୍ତ୍ରରେ ଗ୍ରହଙ୍କ ପ୍ରଭାବକୁ ନିୟନ୍ତ୍ରଣ କରିବା ପାଇଁ ଆପଣ ନିଜ ଘର ଚାରିପାଖେ କେଉଁ ଗଛ ସବୁ ରଖିବା ଉଚିତ ତାହା ଉଲ୍ଲେଖ ରହିଛି । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା ।

କଦଳୀ ଗଛକୁ ବୃହସ୍ପତି ଦେବତାଙ୍କ ସ୍ଵରୂପ ବୋଲି ମାନାଯାଏ । ଏହାସହ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ମଧ୍ୟ କଦଳୀ ଗଛର ପୂଜା କରାଯାଏ । ତେଣୁ ଘରର ପଛପଟେ କଦଳୀ ଗଛ ଲଗାଇବା ଦ୍ଵାରା ଧନ ସମ୍ବନ୍ଧିତ ସମସ୍ଯାରୂ ମୁକ୍ତି ମିଳିଥାଏ । ହରଶିଙ୍ଗାର ଗଛର ସମ୍ବନ୍ଧ ଚନ୍ଦ୍ର ଗ୍ରହଙ୍କ ସହ ରହିଛି, ଯାହା ଘରକୁ ଶାନ୍ତି, ଶୀତଳତା ଏବଂ ପ୍ରଚୁର ଧନ ପ୍ରଦାନ କରିଥାଏ । ଏଥିପାଇଁ ଘରର ମଧ୍ୟଭାଗରେ ଏହି ଗଛକୁ ଲଗାନ୍ତୁ ।

କିନ୍ତୁ ଏହି ଗଛର ଭଲ ଭାବେ ଯତ୍ନ ନିଅନ୍ତୁ । କାରଣ ଏହି ଗଛ ସୁଖିବା ଦ୍ଵାରା ଆପଣଙ୍କ ଧନ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ତୁଳସୀ ହେଉଛନ୍ତି ଶୁକ୍ର ଗ୍ରହଙ୍କ ସ୍ୱରୂପ । ତୁଳସୀଙ୍କୁ ଘରର ଠିକ ମଝିରେ ଲଗାଇବା ଦ୍ଵାରା ଏହା ଘରର ନକରାତ୍ମକତା ଦୂର କରିଥାଏ ଓ ସୁଖଶାନ୍ତିର ବାତାବରଣ ପ୍ରଦାନ କରିଥାଏ ।

ରାହୁ ଓ କେତୁଙ୍କ ନକରାତ୍ମକତାକୁ କମ୍ କରୁଥିବା ଗଛ ଅନାର ବା ଡାଳିମ୍ବ ଗଛକୁ ଘର ସାମ୍ନାରେ ଲଗାନ୍ତୁ । ଅନାର ଯେପରି ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ସେପରି ବାସ୍ତୁ ବିଜ୍ଞାନ ଓ ଜ୍ଯୋତିଷରେ ମଧ୍ୟ ଏହାର ଖୁବ ମହତ୍ଵ ରହିଛି । ପ୍ରତ୍ଯେକ ସୋମବାର ଏହାର ଫୁଲକୁ ମହୁରେ ବୁଡାଇ ଭଗବାନ ଶିବଙ୍କୁ ଅର୍ପଣ କରିବା ଦ୍ଵାରା ଯେତେ ବଡ କଷ୍ଟ ହେଲେ ମଧ୍ୟ ଦୂର ହୋଇଯାଏ । ଯଦି ଶନି ଗ୍ରହ ରୁଷ୍ଟ ଅଛନ୍ତି ଓ ଏହି କାରଣରୁ ଜୀବନରେ ବିଭିନ୍ନ ସମସ୍ଯା ଦେଖା ଦେଉଛି ତେବେ ଘରର ମୁଖ୍ୟଦ୍ଵାର ବାମପଟେରେ ଶମୀ ବୃକ୍ଷ ଲଗାନ୍ତୁ ।

ଏହାଦ୍ବାରା ଶନିଦେବଙ୍କ ସହ ଅନ୍ୟ ଦେବାଦେବୀଙ୍କ କୃପା ମଧ୍ୟ ପ୍ରାପ୍ତ ହେବେ । ବୁଧ, ଶନି ଓ ବୃହସ୍ପତି ତିନୋଟି ଗ୍ରହଙ୍କର ପିପ୍ପଳ ବୃକ୍ଷ ସହ ସମ୍ବନ୍ଧ ରହିଛି । ନିୟମିତ ଭାବେ ପିପ୍ପଳ ବୃକ୍ଷ ପୂଜା କରିବା, ଜଳ ଚଢାଇବା ଓ ପରିକ୍ରମା କରିବା ଦ୍ଵାରା ସନ୍ତାନ ଦୋଷ ନଷ୍ଟ ହୋଇଥାଏ ।

ମନ୍ଦାର ବୃକ୍ଷର ସୂର୍ଯ୍ୟ ଏବଂ ମଙ୍ଗଳ ଗ୍ରହଙ୍କ ସହ ସମ୍ବନ୍ଧ ରହିଛି । ଜୀବନରେ ଧନ ସମ୍ମାନ ଓ ପ୍ରସିଦ୍ଧି ଲାଭ କରିବା ପାଇଁ ଏହି ବୃକ୍ଷକୁ ଆପଣ ଘରର ଯେକୌଣସି ସ୍ଥାନରେ ଲଗାଇ ପାରିବେ । ଏଥିସହ ଭଗବାନ ହନୁମାନଙ୍କୁ ମଧ୍ୟ ଲାଲ ମନ୍ଦର ଅର୍ପଣ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।