Vastu Tips- କଣ ଆପଣଙ୍କର ସବୁ କାମରେ ଆସୁଛି ବାଧା ? ତ ଗୁରୁବାର ଦିନ ନିଶ୍ଚୟ କରନ୍ତୁ ଏହି 1 କାମ, ନିଶ୍ଚୟ ମିଳିବ ସଫଳତା

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗୁରୁବାର ଦିନକୁ ମା ଲକ୍ଷ୍ମୀଙ୍କର ଦିନ ବୋଲି କୁହାଯାଏ । ଏହି ଦିନ ମା ଲକ୍ଷ୍ମୀଙ୍କର ପୂଜା ଆରାଧନା କରିଲେ ଘରକୁ ସୁଖ ଶାନ୍ତିର ଆଗମନ ହେବା ସହ ଧନ ପ୍ରାପ୍ତ ମଧ୍ୟ ହୋଇଥାଏ ।

ଯେଉଁ ନାରୀ ମା ଲକ୍ଷ୍ମୀଙ୍କର ବିଶେଷ ପୂଜା କରିଥାଏ ତା ଜୀବନରେ ହସଖୁସି ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ଗୁରୁବାର ଦିନ କେଉଁ କାମ କରିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ । ଯଦି ଜଣେ ନାରୀ ଗୁରୁବାର ଦିନ କେଶ ଓଦା କରିଥାଏ ବା ଜଣେ ପୁରୁଷ ଦାଢି ବା ନଖ କାଟିଥାଏ ତେବେ ଏହା କରିବା ଦ୍ଵାରା ଘରର ଅନେକ କ୍ଷତି ହୋଇଥାଏ । ଧନ ହାନି ମଧ୍ୟ ହୋଇଥାଏ ।

ଯଦି ଗୁରୁବାର ଦିନ କୌଣସି ବ୍ୟକ୍ତିକୁ ପଇସା ଧାର ବା କରଜ ଦିଆଯାଏ ତେବେ ଏହା ବହୁତ କ୍ଷତିକାରକ ହୋଇଥାଏ । ଏହି ଦିନ କୌଣସି ବ୍ୟକ୍ତି ପଇସା ଦେଇଥାଉ ବା ନେଇଥାଉ ଏପରି କରିବା ଦ୍ଵାରା ସେହି ବ୍ୟକ୍ତିର ଅଭାବ ଦେଖାଯାଏ । ସେହି ବ୍ଯକ୍ତିର ଜୀବନରେ ଅନେକ ସମସ୍ଯା ଉତ୍ପନ ହୋଇଥାଏ । ତେଣୁ ଏପରି କରିବା ଅନୁଚିତ ଅଟେ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଘରେ ପୋଛା ମାରିବା ଉଚିତ ନୁହେ । ଏପରି କରିବା ଦ୍ଵାରା ଘରେ କଳହ ବା ନାକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ଯଦି ଆପଣ ଗୁରୁବାର ଦିନ ଘର ପୋଛା କରିବାକୁ ଚାହୁଛନ୍ତି ତେବେ ପାଣିରେ କିଛି ଲୁଣ ମିଶାଇ ଘର ପୋଛନ୍ତୁ ।

ଗୁରୁବାର ଦିନ କୌଣସି ନାରୀ ବା ନିଜ ମାତା ପିତାଙ୍କ ସହ କଳହ ବା ବିବାଦ କରିବା ଉଚିତ ନୁହେ । କୌଣସି ନାରୀକୁ ଅସମାନ ହେଲା ଭଳି ବ୍ୟବହାର କରିବା ଅନୁଚିତ ଅଟେ ।

ଯଦି ଆପଣଙ୍କର ଧନ ହାନି ହେଉଥାଏ ବା କୌଣସି କାର୍ଯ୍ୟ ସଫଳ ହେଉ ନ ଥାଏ ତେବେ ଅତି କମରେ ୫ଟି ଗୁରୁବାର ଦିନ କୌଣସି ଲୁହା ଜିନିଷରେ କଟା ହୋଇନଥିବା ଖାଦ୍ଯ ସେବନ କରିଲେ ଆପଣଙ୍କର ଏହି ସବୁ ସମସ୍ଯା ଦୂର ହୋଇ ପାରିବ ।

ଗୁରୁବାର ଦିନ ମହିଳା ମାନେ ଓସ୍ତ ଗଛରେ ପାଣି ଦେବା ଉଚିତ ନୁହେ ।ଏପରି କରିବା ଦ୍ଵାରା ଘରେ ଅଶାନ୍ତି ଲାଗି ରହିଥାଏ ।

ଯେଉଁ ମାନେ ବିବାହିତ ସେମାନେ ନିଜ ଶୟନ କକ୍ଷରେ ନିଜ ପିତୃପୁରୁଷଙ୍କର ବା ପ୍ରଭୁ ହନୁମାନଙ୍କର ଛବି ରଖିବା ଉଚିତ ନୁହେ । ଏପରି କରିବା ଦ୍ଵାରା ଆପଣଙ୍କ ବୈବାହିକ ଜୀବନରେ ସମସ୍ଯା ହୋଇପାରେ ।

ଉପରେ ଲିଖିତ ଯଦି କୌଣସି ଭୁଲ ହୋଇଥାଏ ତେବେ ଆପଣ ଗୁରୁବାର ଦିନ ହଳଦିଆ ରଙ୍ଗର କୌଣସି ବସ୍ତୁ ବା ଖାଦ୍ୟ ଜିନିଷ ଛୋଟ କନ୍ୟା ମାନଙ୍କୁ ବା ଛୋଟ ପିଲା ମାନଙ୍କୁ ଉପହାର ସ୍ୱରୂପ ଦାନ କରନ୍ତୁ । ଯଦି କୌଣସି ବସ୍ତୁ ନ ଦେଇପାରିବେ ତେବେ ୧୨ଟି କଦଳୀ କୌଣସି କନ୍ୟାଙ୍କୁ ଦାନ କରନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଜୀବନରେ ରହିଥିବା ସମସ୍ୟାର ନିବାରଣ ହେବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।