ଗୃହକୁ ଆସୁଥିଲେ ଏହି ପଶୁପକ୍ଷୀ, ଜାଣି ରଖନ୍ତୁ ଏହି ଗୁରୁତ୍ଵପୂର୍ଣ୍ଣ କଥା ! Baya Gita

ବନ୍ଧୁଗଣ ପ୍ରକୃତି ଆମକୁ ଅନେକ ସମୟରେ ଅନେକ ପ୍ରକାର ଶୁଭ ଓ ଅଶୁଭର ସୂଚନା ଦେଇଥାଏ । ଯେପରି ପଶୁପକ୍ଷୀଙ୍କ ଠାରୁ ଆମେ ଅନେକ ସମୟରେ ଅନେକ କିଛି ତଥ୍ୟ ପାଇପାରିଥାଉ । ତେବେ ସେହି ପଶୁପକ୍ଷୀଙ୍କ ବିଷୟରେ ହିଁ ଆମେ ମାନେ ଆପଣଙ୍କୁ କହିବାକୁ ଯାଉଛୁ । ଯେଉଁ ମାନେ ଆମ ଆଖପାଖରେ ରହି ଆମକୁ ଅନେକ ପ୍ରକାର ଶୁଭ ଓ ଅଶୁଭର ସୂଚନା ପ୍ରଦାନ କରିଥାନ୍ତି । ତେବେ ଆଉ ବିଳମ୍ବ ନକରି ଚାଲନ୍ତୁ ଏହି ବିଷୟରେ କିଛି ଜାଣିବାକୁ ପାଇବା ।

1- ଯେଉଁ ଘରେ ବିରାଡି କଳି କରୁଥିବାର ଶୁଭାଯାଇଥାଏ । ସେହି ଘରେ କୌଣସି ଝଗଡା ଲାଗିବାର ସୂଚନା ମିଳିଥାଏ ।
2- ଯେଉଁ ଘର ଆଗରେ ଗାଈଟିଏ ଆସି ଜୋରରେ ବୋବାଳି ଛାଡି ଥାଏ । ସେହି ଘରେ ସୁଖ ଓ ସମୃଦ୍ଧିର ବୃଦ୍ଧି ହେବାରେ ଲାଗିଥାଏ । ତେଣୁ ଘର ବାହାରେ ଗାଈ ମାନଙ୍କର ବୋବାଳି ଶୁଣାଯିବା ଶୁଭ ସଂକେତ ମଧ୍ୟରୁ ଗୋଟିଏ ସଂକେତ ହୋଇଥାଏ ।

3- କୁକୁରର କାନ୍ଦିବାକୁ ଅଶୁଭ ସଂକେତ ବୋଲି ମାନାଯାଇଥାଏ । ଯଦି କୌଣସି ଘରେ କୁକୁରଟି ଜୋରରେ କାନ୍ଦିବାକୁ ଲାଗିଥାଏ । ସେହି ଘରକୁ କିଛି ବିପଦ ଆସିବାର ସମ୍ଭାବନା ରହିଥାଏ ।
4- ଯେଉଁ ଘରେ କଳା ପିମ୍ପୁଡି ଚଳପ୍ରଚଳ ହେବାକୁ ଲାଗିଥାନ୍ତି । ସେହି ଘରେ ସୁଖ ଐଶ୍ଚର୍ଜ୍ୟର ବୃଦ୍ଧି ହୋଇଥାଏ । ତେଣୁ ସେହି ଘର ଲୋକଙ୍କୁ ଶୀଘ୍ର ହିଁ ଧନଲାଭ ହୋଇଥାଏ । ହେଲେ ଯଦି କଳା ପିମ୍ପୁଡି ଗୋଟିଏ ଲାଇନରେ ଦେଖିବାକୁ ମିଳନ୍ତି । ତେବେ ସେହି ଘରେ ମତଭେଦ ଦେଖିବାକୁ ମିଳିଥାଏ ।

5- ନାଲି ରଙ୍ଗର ପିମ୍ପୁଡି ଘରେ ଦେଖିବାକୁ ମିଳିଲେ ଏହା ଘର ପାଇଁ ଶୁଭ ସୂଚକ ହୋଇନଥାଏ । କାରଣ ଏଥିରେ ଘରେ କଳି ଝଗଡା ହେବାର ସମ୍ଭାବନା ଅଧିକ ରହିଥାଏ ।
6- ମୟୂରକୁ ଦେଖିବା ବହୁତ ଶୁଭ ସଂକେତ ମଧ୍ୟରୁ ଗୋଟିଏ ବହୁତ ଅଧିକ ଶୁଭ ସଂକେତ ହୋଇଥାଏ । ଯଦି କୌଣସି ଘରେ ମୟୂର ଆସି ବସିଥାଏ ବା ଘର ବାହାରେ ମୟୂର ଦେଖାଯାଇଥାନ୍ତି । ଏହାର ଅର୍ଥ ଘରକୁ କୌଣସି ଶୁଭ ସମାଚାର ଆସିବାକୁ ଯାଉଛି ।

7- ଗୃହରେ ଯଦି ବିଛା ମାନେ ଲାଇନ କରି ଯିବାର ଦେଖିବାକୁ ପାଇଥାନ୍ତି । ତେବେ ଏହା ଅଶୁଭ ହୋଇଥାଏ । ଏହା ଘରର ଆର୍ଥିକ ସଙ୍କଟକୁ ଦର୍ଶାଇଥାଏ । ହେଲେ ଘରେ ହଳଦିଆ ବିଛା ଦେଖିବା ଖୁବ ଶୁଭ ସଂକେତକୁ ଦର୍ଶାଇଥାଏ । କାରଣ ହଳଦିଆ ବିଛା ଧନଲାଭର ସଂକେତ ଦେଇଥାଏ ।

ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ । ଧନ୍ୟବାଦ