ଥରେ ଗୋଟିଏ ଗ୍ରାମର ଗ୍ରାମବାସୀମାନେ ସାପକୁ ମାରୁଥିଲେ, ସେହି ସମୟରେ ସେଠି ଏକ ସନ୍ୟାସୀ ଆସିଲେ ଏବଂ ଆଉ ତାପରେ ହେଲା କିଛି ଏମିତି..

ପ୍ରାୟତଃ ବଡ ଲୋକମାନେ ପିଲାମାନଙ୍କୁ କାହାଣୀ ଶୁଣାଇଥାନ୍ତି । ଏବଂ ସବୁ କାହାଣୀର ଶେଷରେ କିଛି ନା କିଛି ଶିଖିବାକୁ ମିଳେ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଏକ ପୁରାତନ ଯୁଗର କାହାଣୀ ନେଇ ଆସିଛୁ । କାହାଣୀ ବହୁତ ପୁରୁଣା ଅଟେ କିନ୍ତୁ ତାହାର ଶିକ୍ଷା ଆପଣଙ୍କ କାମରେ ଆସିପାରେ । ତେବେ ଚାଳନ୍ତୁ କାହାଣୀ ଆରମ୍ଭ କରିବା ।

କଣ ଅଟେ କାହାଣୀ ?

ପୁରୁଣା ସମୟରେ ଗ୍ରାମରେ ପ୍ରାୟତଃ ସାପ ଦେଖାଯାଇଥାଏ, ଯେଉଁଥିରେ ସାପକୁ ଗ୍ରାମର ଲୋକମାନେ ମାରି ଦିଅନ୍ତି । ଏମିତିରେ ଥରେ ଗୋଟିଏ ଗ୍ରାମର କିଛି ଲୋକମାନେ ଗୋଟିଏ ସାପକୁ ମାରୁଥିଲେ, କିନ୍ତୁ ସେହି ସମୟରେ ସେଠି ଗୋଟିଏ ସନ୍ୟାସୀ ଆସି ସେହି ସାପକୁ ନ ମାରିବା ପାଇଁ କହିଲେ । ଏହା ପରେ ଲୋକମାନେ କହିଲେ କି ଯଦି ଆମେ ଏହି ସାପକୁ ନ ମାରିବା ତେବେ ସେ ଆମକୁ ମାରିଦେବ । ସେଥିପାଇଁ ନିଜର ପ୍ରାଣ ବଞ୍ଚାଇବା ପାଇଁ ଏହି ସାପକୁ ମାରିବାକୁ ହିଁ ପଡିବ ।

ଗ୍ରାମବାସୀମାନେ ସାପକୁ ମାରିବା ପାଇଁ ପୁରା ରେଡି ହୋଇ ଥିଲେ, କିନ୍ତୁ ସନ୍ୟାସୀ ତାଙ୍କୁ ବୁଝାଇଲେ କି ଯଦି ଆପଣମାନେ ସାପକୁ ମାରିବେ ନାହିଁ ତେବେ ସେ ବି ଆପଣଙ୍କୁ ଆକ୍ରମଣ କରିବ ନାହିଁ । ସନ୍ୟାସୀର କଥା ଶୁଣି ଗ୍ରାମବାସୀ ମାନେ ସାପକୁ ଛାଡିଦେଲେ ଏବଂ ସାପ ସେହି ଜାଗରୁ ଚାଲିଗଲା । ଅନ୍ତତଃ ସନ୍ୟାସୀ କାରଣରୁ ସେହି ସାପର ଜୀବନ ବଞ୍ଚିଗଲା ଏବଂ ସେ ସ୍ଵତନ୍ତ୍ର ହୋଇଗଲା ।

ସକାଳେ ଯେତେବେଳେ ସନ୍ୟାସୀ ସ୍ନାନ କରିବା ପାଇଁ ନଦୀକୁ ଯାଉଥିଲେ, ତେବେ ସେହି ରାସ୍ତରେ ଗୋଟିଏ ସାପ ଫଣା ଟେକି ବସିଥିଲା । ଅନ୍ଧକାର ହୋଇଥିବାରୁ କିଛି ଦେଖା ଯାଉ ନଥିଲା, କାରଣ ସେ ସକାଳୁ ସକାଳୁ ସ୍ନାନ କରିବା ପାଇଁ ଯାଉଥିଲେ । ଏମିତିରେ ସେ ସାପକୁ ହଟାଇବା ପାଇଁ ଚେଷ୍ଟା କରିଲେ, କିନ୍ତୁ ସାପଟି ତାଙ୍କ ଆଗରୁ ହଟିଲା ନାହିଁ । ଏହାପରେ ସେ ନିଜର ରାସ୍ତା ବଦଳି ସ୍ନାନ କରିବାକୁ ଗଲେ ।

ସ୍ନାନ କରି ଫେରିବା ରାସ୍ତାରେ ଦେଖିଲେ କି ଯେଉଁ ରାସ୍ତାରେ ସାପଟି ବସିଥିଲା ସେହି ଜାଗରୁ କିଛି ଆଗରେ ଏକ ଗାତ ଥିଲା ଯେଉଁଥିରେ ସେ ପଡି ଯାଇଥାନ୍ତେ । ସନ୍ୟାସୀ ଏହାସବୁ ଦେଖି ବୁଝି ପାରିଲେ ଏବଂ ଈଶ୍ଵରଙ୍କୁ ଧନ୍ୟବାଦ ଦେଲେ ଏବଂ ଆପଣ ମୋର ଜୀବନ ବଞ୍ଚାଇବା ପାଇଁ ସାପକୁ ପାଠାଇ ଥିଲେ ।

କଣ ଶିଖିବାକୁ ମିଳିଲା ଏହି କାହାଣୀରୁ ?

ଏହି କାହାଣୀରୁ ଏହି ଶିକ୍ଷା ମିଳିଲାକି ଯେ କୌଣସି ପ୍ରାଣିକୁ ସାହାର୍ଯ୍ୟ କରିଲେ ତାହାର ଫଳ ସବୁବେଳେ ଭଲ ହିଁ ମିଳିଥାଏ । ଯଦି ଆପଣ କାହା ସହିତ ଭଲ କରୁଛନ୍ତି ତେବେ ଭଗବାନ ଆପଣଙ୍କୁ ଭଲ ଫଳ ହିଁ ଦେବେ ।

ଆଶା କରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ଏମତି ନୂଆ ନୂଆ ଲେଖା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଭଲ ଲାଗିଲେ ଶେୟାର କରିବେ ।