ଗ୍ରହଣ ପୂର୍ବରୁ ହେତୁବାଦୀଙ୍କୁ କଡା ଚେତାବନୀ, ଏଥର ଚିକେନ ବିରିୟାନୀ ଖାଇଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାଇ ଦେଲା ସେବାୟତ ସଂଘ !

ଗତ ସୂର୍ଯ୍ୟପରାଗ ଦିନ ପରମ୍ପରାକୁ ଚ୍ୟାଲେଞ୍ଜ କରି ହେତୁବାଦୀମାନେ ଚିକେନ ବିରିୟାନୀ ଖାଇବା ବିବାଦ ବର୍ତ୍ତମାନ ଥାନାରୁ ଯାଇ କୋର୍ଟରେ ପହଞ୍ଚିଲାଣି । ଆଉ ଆସନ୍ତାକାଲି ଅର୍ଥାତ ନଭ୍ମେବାର 8 ତାରିଖରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଓଡିଶା ମନ୍ଦିର ସେବାୟତ ସଂଘ ହେତୁବାଦୀଙ୍କୁ ଆଗୁଆ ଚେତାବନୀ ଦେଇଛନ୍ତି । ଚନ୍ଦ୍ରଗ୍ରହଣ ସମୟରେ ହେତୁବାଦୀଙ୍କ ସାମୁହିକ ଭୋଜନକୁ ବିରୋଧ କରିବା ପାଇଁ ସାଧାରଣ ଜନତାଙ୍କୁ ଅପିଲ୍ କରିଛି ସଂଘ । ହେତୁବାଦୀମାନେ ବିଜ୍ଞାନ ନାଁରେ ଭ୍ରମ ସୃଷ୍ଟି କରୁଥିବା ଯୁକ୍ତି ବାଢିଛି ସେବାୟତ ସଂଘ ।

ଯାହାଦ୍ୱାରା ସନାତନ ସଂସ୍କୃତି ଉପରେ ପ୍ରଭାବ ପଡୁଛି । ଲୋକଙ୍କୁ ହଇରାଣ କରିବା ପାଇଆନ ଏପରି ଯୋଜନା କରାଯାଇଛି ବୋଲି ସଂଘ କହିଛି । ତେଣୁ ଭୁବନେଶ୍ବର ରାମମନ୍ଦିରରେ ଏକଜୁଟ ହୋଇ ହେତୁବାଦୀଙ୍କ ସାମୁହିକ ଭୋଜନକୁ ବିରୋଧ କରିବା ପାଇଁ ଏହି ସଂଘ ଆହ୍ଵାନ କରିଛି । ଅନ୍ୟ ହିନ୍ଦୁ ସଂଗଠନ ମଧ୍ୟ ଏହି ଡାକରାକୁ ସମର୍ଥନ ଜଣାଇଛନ୍ତି । ହେତୁବାଦୀ ଯଦି ନମାନନ୍ତି ତେବେ ଆଗକୁ ବଡ ଆନ୍ଦୋଳନ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ସେପଟେ ହେତୁବାଦୀମାନେ ଯୁକ୍ତି ବାଢିଛନ୍ତି କି, ପରାଗ ବା ଗ୍ରହଣ ସମୟରେ ଭୋଜନ କରିବା ଦ୍ଵାରା ସେମାନେ କୌଣସି ଧର୍ମକୁ ଆଘାତ ଦେବାକୁ ଚେଷ୍ଟା କରିନାହାନ୍ତି । ଗ୍ରହଣ ଏବଂ ପରାଗ ଏକ ମହା ଜାଗତିକ ସଂଯୋଗ । ତେଣୁ ଗ୍ରହଣକୁ ନେଇ ଲୋକଙ୍କ ମନରେ ଥିବା ଅନ୍ଧବିଶ୍ଵାସ ଦୂର କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ସେମାନେ କହିଛନ୍ତି । ତେଣୁ ଶାନ୍ତିପୂର୍ଣ୍ଣ ଭାବେ ସାମୁହିନ ଭୋଜନ ପାଇଁ ବ୍ୟବସ୍ଥା କରାଯାଇଛି ।

କାର୍ତ୍ତିକ ପୂର୍ଣ୍ଣିମା ଦିନ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ପଡିବାକୁ ଯାଉଛି । ଯେଉଁଥି ପାଇଁ ନଭେମ୍ବର 8 ତାରିଖ ଭୋର 5ଟା 54 ମିନିଟରୁ ପକାତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି । ମଙ୍ଗଳବାର ଦିନ ଅପରାହ୍ନ 2ଟା 38ମିନିଟରେ ଗ୍ରହଣ ସ୍ପର୍ଶ କରିବ ଏବଂ ସନ୍ଧ୍ୟା 6ଟା 18ମିନିଟରେ ସର୍ବମୋକ୍ଷ ହେବ । ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ମଧ୍ୟ ନୀତିକାନ୍ତି ପରିବର୍ତ୍ତନ କରାଯାଇଛି । ଗୋଟେ ପଟେ ଗ୍ରହଣରେ ହେତୁବାଦୀମାନେ ଶାନ୍ତିପୂର୍ଣ୍ଣ ଭାବେ ସାମୁହିକ ଭୋଜନ ପାଇଁ ବ୍ୟବସ୍ଥା କରିଛନ୍ତି ।

ଅନ୍ୟପଟେ ଓଡିଶା ମନ୍ଦିର ସେବାୟତ ସଂଘ ହେତୁବାଦୀଙ୍କ ଏହି ଶାନ୍ତିପୂର୍ଣ୍ଣ ଭୋଜନକୁ ବିରୋଧ କରିବାକୁ ସଜବାଜ ହେଉଛନ୍ତି । ତେବେ ଦେଖାଯାଉ ହେତୁବାଦୀ ଓ ସେବାୟତ ସଂଘଙ୍କ ମଧ୍ୟରେ ଦେଖା ଦେଇଥିବା ଏହି ବିବାଦ ଆସନ୍ତାକାଲି କେଉଁ ରୂପ ନେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।