ପାକିସ୍ତାନ ଉପରେ ବର୍ଷିଲେ ବାଂଲାଦେଶ କ୍ରିକେଟପ୍ରେମୀ, ପାକିସ୍ତାନକୁ ଟାର୍ଗେଟ କରି କହୁଛନ୍ତି ଚିଟର୍ ଚିଟର୍, ସତରେ କଣ ଚିଟିଙ୍ଗ କରିଥିଲା Pak ?

ଚଳିତ ଟି-20 ବିଶ୍ଵକପରେ ପୁଣି ଥରେ ଭୁଲ ଅମ୍ପାୟାରିଙ୍ଗକୁ ନେଇ ଦେଖାଦେଇଛି ବିବାଦ । ଖାସ କରି ପାକିସ୍ତାନ, ବାଂଲାଦେଶ ଓ ଭାରତର ମ୍ଯାଚ ବେଳେ ଅଧିକତର ଏଭଳି ଖରାପ ଅମ୍ପାୟାରିଙ୍ଗ ଦେଖିବାକୁ ମିଳିଛି । ରବିବାର ଅଷ୍ଟ୍ରେଲିଆର ଆଡିଲେଟ ଗ୍ରାଉଣ୍ଡରେ ଏଭଳି କିଛି ଦେଖାଦେଇଛି । ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ଯାଚରେ ବାଂଲାଦେଶର କ୍ଯାପଟେନ ସାକିବ ଅଲ ହାସନଙ୍କ ଆଉଟକୁ ନେଇ ବିବାଦ ଦେଖିବାକୁ ମିଳିଛି ।

ପାକିସ୍ତାନ ବୋଲର ସଦାବଙ୍କ ବଲରେ ସାକିବ LBW ହୋଇଥିଲେ । ବାଂଲାଦେଶ ରିଭ୍ୟୁ ନେଇ ଏହାର ଯାଞ୍ଚ କରିଥିଲେ ମଧ୍ୟ ସାକିବଙ୍କୁ ଆଉଟ ଦେଇଥିଲେ ଅମ୍ପାୟାର । ଏହି ରୋମାଞ୍ଚକର ମ୍ଯାଚରେ ପାକିସ୍ତାନ ବାଂଲାଦେଶକୁ ମାତ୍ ଦେଇ ସେମିଫାଇନାଲ ଟିକେଟ ହାତେଇଛି । ତେବେ ବାଂଲାଦେଶର କ୍ରିକେଟପ୍ରେମୀଙ୍କ ଅନୁଯାୟୀ ସାକିବ ଯଦି ଆଉଟ ହୋଇ ନଥାନ୍ତେ ତେବେ ହୁଏତ ଫଳାଫଳ ଭିନ୍ନ ହୋଇଥାନ୍ତା । ଏନେଇ ଏହି ରିଭ୍ୟୁର କିଛି ଭିଡିଓ ଏବଂ ଫଟୋ ମଧ୍ୟ ଶେୟାର କରି ସାକିବ ନଟ୍ ଆଉଟ ଥିବା ଦର୍ଶାଇଛନ୍ତି ।

ପ୍ୟାଡରେ ବାଜିବା ପୂର୍ବରୁ ବଲ୍ ପ୍ରଥମେ ବ୍ୟାଟରେ ବାଜିଥିଲା ବୋଲି କହିଛନ୍ତି ବାଂଲାଦେଶ ପ୍ରଶଂସକ । ଥାର୍ଡ ଅମ୍ପାୟାର କିନ୍ତୁ ରିଭ୍ୟୁର ଯାଞ୍ଚ କରି ଦର୍ଶାଇଥିଲେ ଯେ, ବଲରେ ବ୍ୟାଟ ବାଜି ନଥିଲା ବରଂ ବ୍ୟାଟ କ୍ରିଚରେ ମାଡ ହେବାରୁ ରିଭ୍ୟୁରେ ଅଲଟ୍ରାଏଜ୍ ଦେଖାଇଥିଲା । ଏଥିପାଇଁ ସାକିବଙ୍କୁ ପାଭିଲିୟନ ଫେରିବାକୁ ପଡିଥିଲା । ଏଭଳି ନିଷ୍ପତ୍ତିକୁ ନେଇ କ୍ରିକେଟପ୍ରେମୀ ଅମ୍ପୟାରଙ୍କ ଉପରେ ବର୍ଷିବା ସହ ପାକିସ୍ତାନକୁ ମଧ୍ୟ ଛାଡି ନାହାନ୍ତି ।

ଯେଉଁଥି ପାଇଁ ବାଂଲାଦେଶର କ୍ରିକେଟପ୍ରେମୀ ସୋସିଆଲ ମିଡିଆରେ ପାକିସ୍ତାନକୁ ଚିଟର୍ ବୋଲି କହିବା ଆରମ୍ଭ କରିଛନ୍ତି । ଅମ୍ପାୟାରଙ୍କ ଏହି ନିଷ୍ପତ୍ତିକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ପ୍ରତିକ୍ରିୟା ଦେଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ସାକିବଙ୍କ ବ୍ୟାଟ କ୍ରିଚ ଛୁଇଁ ନଥିଲା ବରଂ ବ୍ୟାଟରେ ବଲ ବାଜିଥିଲା, ଯାହାକି ବ୍ୟାଟ ଛାଇରୁ ସ୍ପଷ୍ଟ ଦିଶୁଛି । ବାଂଲାଦେଶ ବିପକ୍ଷରେ ଏହା ଖରାପ ଅମ୍ପାୟାରିଙ୍ଗର ପରିଣାମ ବାଂଲାଦେଶକୁ ଭୋଗିବାକୁ ପଡିଛି ।

ଏହା ପୂର୍ବରୁ ଭାରତ ବାଂଲାଦେଶ ମ୍ଯାଚରେ ମଧ୍ୟ ବିବାଦ ଦେଖିବାକୁ ମିଳିଛି । ବିରାଟ କୋହଲିଙ୍କ ଫେକ୍ ଫିଲଡିଙ୍ଗକୁ ନେଇ ବାଂଲାଦେଶ ଖେଳାଳି ଆପତ୍ତି ଉଠାଇଥିଲେ । କୋହଲିଙ୍କ ଫେକ୍ ଫିଲଡିଙ୍ଗ ପାଇଁ ଅମ୍ପୟାର ବାଂଲାଦେଶକୁ ଅତିରିକ୍ତ 5 ରନ୍ ଦେବା ଉଚିତ ଥିଲା ବୋଲି ସେମାନେ ଦାବି କରିଥିଲେ । ଯାହାକୁ ନେଇ ଭାରତକୁ ମଧ୍ୟ ଟାର୍ଗେଟ କରିଥିଲେ ବାଂଲାଦେଶ କ୍ରିକେଟପ୍ରେମୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।