ଅଲଗା ହେବେ Sania Mirza ଓ Shoaib Malik ! ସାନିଆଙ୍କ ପୋଷ୍ଟକୁ ନେଇ ବଢିଲା ସନ୍ଦେହ, ଖୁଲାସା କଲା ପାକିସ୍ତାନୀ ଗଣମାଧ୍ୟମ

ସାନିଆ ଓ ସୋଏବଙ୍କ ଅଲଗା ହେବା ନେଇ ପାକିସ୍ତାନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଆଜ୍ଞା ହଁ, ଟେନିସ ସେନ୍ସେସନ ସାନିଆ ମିର୍ଜା ଓ ପାକିସ୍ତାନ ଷ୍ଟାର କ୍ରିକେଟର ସୋଏବ ମଲିକଙ୍କ ବିବାହ ବିଚ୍ଛେଦକୁ ନେଇ ଖୁବ ଚର୍ଚ୍ଚା ହେଉଛି । ଖେଳ ଜଗତର ଏହି ଦୁଇ ତାରକାଙ୍କ ପ୍ରେମ ସମ୍ପର୍କ ଓ ବିବାହକୁ ନେଇ ପୂର୍ବରୁ ବେଶ ଚର୍ଚ୍ଚା ହୋଇଥିବା ବେଳେ ଏବେ ଏମାନଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଚାଲିଛି । 2010 ରେ ସାନିଆ ଓ ସୋଏବ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ 2018 ରେ ଏକ ପୁତ୍ର ସନ୍ତାନର ସୌଭାଗ୍ୟ ଲାଭ କରିଥିଲେ ।

ହେଲେ ଏହି ଷ୍ଟାର ଦମ୍ପତ୍ତିଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥିବା ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି । ଗଣମାଧ୍ୟମରୁ ମିଳିଥିବା ସୂଚନା ମୁତାବକ ସାନିଆ ଓ ସୋଏବ ଖୁବ ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି । ନିକଟରେ ସାନିଆ ମିର୍ଜା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୁଅ ଇଜହାନ ସହ ଏକ ଫଟୋ ଶେୟାର କରିବା ସହ କ୍ୟାପସନରେ ଲେଖିଥିଲେ କି, ଆଗକୁ ତାଙ୍କୁ କଠିନ ଦିନର ସାମ୍ନା କରିବାକୁ ପଡିବ । ସେହିପରି ସାନିଆଙ୍କ ପୁଅ ଇଜହାନର ଜନ୍ମଦିନକୁ ନେଇ ଆଉ ଏକ ଘଟଣା ଦେଖିବାକୁ ମିଳିଥିଲା ।

ସାନିଆ ଓ ସୋଏବ ଦୁହେଁ ଏକାଠି ହୋଇ ପୁଅର ଜନ୍ମଦିନ ପାଳନ କରିଥିଲେ । ସୋଏବ ସୋସିଆଲ ମିଡିଆରେ ପୁଅ ଜନ୍ମଦିନର ଫଟୋ ଗୁଡିକୁ ଶେୟାର କରିଥିବା ବେଳେ ସାନିଆ କିନ୍ତୁ କୌଣସି ବି ଫଟୋ ଶେୟାର କରି ନଥିଲେ । ତେଣୁ ଉଭୟଙ୍କ ମଧ୍ୟରେ କିଛି ମନୋମାଳିନ୍ୟ ଚାଲିଥିବା ପାକିସ୍ତାନୀ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ ସାନିଆ କିନ୍ତୁ ବର୍ତ୍ତମାନ ଯାଏଁ ମୁହଁ ଖୋଲି ନାହାନ୍ତି । ପୂର୍ବରୁ ସାନିଆ ଓ ସୋଏବଙ୍କ ପ୍ରେମ ଓ ବିବାହକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା ।

ଅଷ୍ଟ୍ରେଲିଆର ହୋଭାର୍ଡ ସହରରେ ଥିବା ଏକ ଇଣ୍ଡିଆନ ରେସ୍ତୋରାଁରେ ଦୁହିଁଙ୍କର ପ୍ରଥମ ଦେଖା ହେବା ପରେ ଉଭୟ ପ୍ରେମରେ ପଡିଯାନ୍ତି । 2010 ରେ ଉଭୟ ବିବାହ କଲେ ମଧ୍ୟ ପ୍ରେମ ଯେତିକି ସହଜ ବିବାହ ସେତିକି କଷ୍ଟକର ଥିଲା । ଏସବୁ ବିଷୟ ସାନିଆ ନିଜ “ACE against ODDS” ନାମ ଏକ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ଉଭୟ ନିଜ ପ୍ରେମକୁ ଲୁଚାଇ ରଖିବାକୁ ଚାହିଁଥିଲେ ବି ଏହା ସମ୍ଭବ ହୋଇପାରି ନଥିଲା । ଉଭୟ ନିଜ ପିତାମାତାଙ୍କୁ ଜଣାଇବା ପରେ ସୋଏବଙ୍କ ପରିବାର ପ୍ରସ୍ତାବ ନେଇ ସାନିଆଙ୍କ ଘରକୁ ଆସିଥିଲେ ।

ସାନିଆଙ୍କ ପିତାମାତା ଏଥିରେ ରାଜି ହେଲେ ମଧ୍ୟ ସୋଏବଙ୍କ ଜାତୀୟତାକୁ ନେଇ ଚିନ୍ତାରେ ଥିଲେ । ଗଣମାଧ୍ୟମ 24 ଘଣ୍ଟା ସାନିଆଙ୍କ ଉପରେ ନଜର ରଖିଥିବା ବେଳେ ସୋଏବ ପାକିସ୍ତାନୀ ହେବା ଚିନ୍ତାର ବିଷୟ ସାଜିଥିଲା । ଅନେକ ସଂଘର୍ଷକୁ ପାର କରି ଉଭୟ ବିବାହ କରିଥିଲେ । ଆଉ ଏବେ ତାଙ୍କ ବିବାହ ବିଚ୍ଛେଦ ଚର୍ଚ୍ଚା ପ୍ରଶଂସକଙ୍କୁ ବିଚଳିତ କରିଦେଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।