ଗ୍ରାହକମାନଙ୍କୁ କୋଟି କୋଟି ଟଙ୍କାର ଚୁନା ଲଗାଇ ଚିଟଫଣ୍ଡ କମ୍ପାନୀ ଫେରାର

ଗୁରୁବାର ଦିନ ବକ୍ସର ଅଞ୍ଚଳରେ ପୁଣି ଥରେ ଏକ ଚିଟଫଣ୍ଡ କମ୍ପାନୀ ଶହ ଶହ ଗ୍ରାହକମାନଙ୍କୁ କୋଟି କୋଟି ଟଙ୍କାର ଚୂନା ଲଗାଇବା ପରେ ଫେରାର ହୋଇ ଯାଇଛି । ଏହି କମ୍ପାନୀର ଲୋକମାନେ ରିକନ ମ୍ୟୁଚୁଆଲ ନିଧି ଲିମିଟେଡ ନାମରେ ସଞ୍ଚାଳିତ ବ୍ୟାଙ୍କ ଦ୍ଵାରା ସମସ୍ତ ଗ୍ରାହକଙ୍କୁ ୧ – ୧ ଲକ୍ଷ ଟଙ୍କା ଲୋନ ଦେବା ପାଇଁ ଆଶ୍ୱାସନ ଦେଇ ଟଙ୍କା ଆଦାୟ କରିଥିଲେ । ବ୍ୟାଙ୍କ ଫେରାର ହୋଇଯିବାର ସୂଚନା ଲୋକମାନଙ୍କୁ ସେତେବେଳେ ମିଳିଲା ଯେତେବେଳେ ଗୁରୁବାର ଦିନ ଲୋନର ରାଶି ନେବା ପାଇଁ ଯେତେବେଳେ ଗଲେ ତାଙ୍କର ପୁରା କାର୍ଯ୍ଯାଳୟ ହିଁ ଖାଲି ମିଳିଲା ।

ଏହି ଜିଲ୍ଲାରେ ପୂର୍ବରୁ ବି ଚିଟଫଣ୍ଡ କମ୍ପାନୀ ନିବେଶକମାନଙ୍କ ଠାରୁ ଟଙ୍କା ନେଇ ଫେରାର ହେବାର ବହୁତ ମାମଲା ହୋଇ ସାରିଛି । କିନ୍ତୁ ବର୍ତ୍ତମାନର ମାମଲା ଔଦ୍ୟୋଗିକ ଥାନା କ୍ଷେତ୍ର ଅନ୍ତର୍ଗତ ଅହିରୌଲୀ ମୋଡ଼ ଉପର ସ୍ଥିତ ଚିଟଫଣ୍ଡ କମ୍ପାନୀର ଅଟେ । ସୂଚନା ଅନୁସାରେ ବ୍ୟାଙ୍କର କର୍ମଚାରୀଙ୍କ ଦ୍ଵାରା ଏକ ଟିମ ଗଠନ କରି ପ୍ରତ୍ୟେକ ବ୍ୟକ୍ତିଙ୍କୁ କିଛି କାମ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେବାର ଆଶ୍ଵାସନା ଦେଇ ଗ୍ରାହକମାନଙ୍କୁ ଫସା ଯାଉଥିଲା ।

ନିବେଶ ପାଇଁ ମୁଖ୍ୟ ରୂପରେ ମହିଳାମାନଙ୍କୁ ଟାର୍ଗେଟ କରାଯାଉଥିଲା, ଏହି ଯୋଜନାରେ ସାମିଲ ହେବା ପାଇଁ ପ୍ରତି ମହିଳାଙ୍କ ଠାରୁ ୩୫୦୦ ଟଙ୍କା ନିଆଯାଉଥିଲା । ଅଳ୍ପ ଟଙ୍କାରେ ଅଧିକ ଲୋନ ପାଇବା ଲୋଭରେ ସାଧାରଣ ମହିଳା ବି ସହଜରେ ଫସି ଯାଉଥିଲେ । ଏହି ପ୍ରକାରରେ କମ୍ପାନୀ ବିହାର ଠାରୁ ନେଇ ୟୁପି ପର୍ଯ୍ୟନ୍ତ ହଜାର ହଜାର ମହିଳାଙ୍କ ଠାରୁ କୋଟି କୋଟି ଟଙ୍କା ନେଇ ଫେରାର ହୋଇ ଯାଇଛି ।

୬ ଫେବୃୟାରୀ ରେ ଟଙ୍କା ଦେବେ ବୋଲି କୁହାଯାଇଥିଲା

ବ୍ୟାଙ୍କରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଦ୍ଵାରା ସମସ୍ତ ଗ୍ରାହକମାନଙ୍କୁ ଏହା କୁହାଯାଇଥିଲା କି ୬ ଫେବୃୟାରୀ ରେ ବ୍ୟାଙ୍କର ଜିଏମ ଏହି କାର୍ଯ୍ଯାଳୟର ଉଦ୍ଘାଟନ କରିବାକୁ ଆସିବେ ଓ ସେହି ଦିନରେ ହିଁ ସମସ୍ତଙ୍କୁ ୧ – ୧ ଲକ୍ଷ ଟଙ୍କା ଲୋନ ଦିଆଯିବ । ଯେଉଁ ଲୋନ ଟଙ୍କାକୁ ଗ୍ରାହକମାନେ ପ୍ରତି ମାସରେ ୩୭୦୦ ଟଙ୍କା ଦେଇ ସୁଝିବାର ଅଛି ।

ସବୁ ଜିନିଷ ନେଇ ଫେରାର

ବ୍ୟାଙ୍କ ଫେରାର ହେବାର ସୂଚନା ସେତେବେଳେ ମିଳିଲା ଯେତେବେଳେ ଗୁରୁବାର ଦିନ ସକାଳେ ଲୋକମାନେ ୧ – ୧ ଲକ୍ଷ ଟଙ୍କା ନେବା ପାଇଁ ବ୍ୟାଙ୍କ ପହଞ୍ଚିଥିଲେ । ସେତେବେଳେ ଜଣା ପଡିଲା କି ସେହି ବ୍ୟାଙ୍କର କର୍ମଚାରୀମାନେ ଦୁଇ ଦିନ ପୂର୍ବରୁ ହିଁ ୪ ଫେବୃୟାରୀ ଦିନ ଭଡାଘରୁ ନିଜର ସବୁ ଜିନିଷ ନେଇ ଫେରାର ହୋଇ ଯାଇଛନ୍ତି । କୁହାଯାଉଛି କି ସେହି ଘର କୌଣସି ସତ୍ୟାନ୍ଦ୍ର ସିଂହ ଙ୍କ ଘର ଅଟେ । ଯାହାଙ୍କ ଘରେ ୨ ମାସରୁ ଏହି କମ୍ପାନୀକୁ ସଂଚାଳନ କରାଯାଉଥିଲା ।

ଏହି ସୂଚନା ମିଳିବା ପରେ ଗ୍ରାହକମାନେ ରାଗି ଯାଇ କାର୍ଯ୍ଯାଳୟ ଭାଙ୍ଗିବାକୁ ଲାଗିଲେ । ଏହା ପରେ ଲୋକମାନେ ଅହିରୌଲୀ ମୋଡ଼ ପାଖରେ ଏନଏଚ ୮୪କୁ ଜାମ କରି ଦେଲେ । ଯାହାର ସୂଚନା ମିଳିବା ମାତ୍ରେ ହିଁ ସେହି ସ୍ଥାନରେ ପୋଲିସ ତାଙ୍କ ସହିତ କଥାବାର୍ତ୍ତ କରି ଟଙ୍କା ଫେରାଇ ଦେବା ପାଇଁ ଆଶ୍ୱାସନା ଦେଇଛନ୍ତି । ଏହା ପରେ ଲୋକମାନେ ରାସ୍ତାକୁ ଖାଲି କରିଦେଲେ ।