ନିର୍ଭୟା କେସ: ଏହି ଆଇନ କାରଣରୁ ବାରମ୍ବାର ଟଳି ଯାଉଛି ଗ୍ୟାଙ୍ଗରେପ କରିଥିବା ଏହି ନୃଶଂସ ଅପରାଧୀଙ୍କ ଫାସୀ

ପୁଣି କିଛି ଦିନ ତଳେ ନିର୍ଭୟାର ଦୋଷୀମାନଙ୍କ ଫାସୀକୁ ଟାଳି ଦିଆ ଯାଇଛି । କହିବାକୁ ଗଲେ ଗତ ଶନିବାର ୧ ଫେବୃୟାରୀ ଦିନ ତିହାଡ ଜେଲରେ ସକାଳ ୬ ଟା ସମୟରେ ୧୬ ଡିସେମ୍ବର ର ନିର୍ଭୟା ଗ୍ୟାଙ୍ଗରେପ ଓ ହତ୍ୟାର ଦୋଷୀ ପବନ, ଅକ୍ଷୟ, ମୁକେଶ ଓ ବିନୟକୁ ଫାସି ଦିଆ ଯିବାର ଥିଲା । କିନ୍ତୁ ବର୍ତ୍ତମାନ ତାଙ୍କୁ କେବେ ଫାସୀରେ ଝୁଲା ଯିବ ଏହା ବିଷୟରେ କେହି ବି ଜାଣି ନାହାନ୍ତି ।

ଦିଲ୍ଲୀର ପଟିୟାଲା ହାଉସ କୋର୍ଟ ଶୁକ୍ରବାର ଦିନ ନିଜର ଆଦେଶରେ କହିଲେ କି ଆସନ୍ତା ଆଦେଶ ପର୍ଯ୍ୟନ୍ତ ଦୋଷୀମାନଙ୍କୁ ଫାସି ଦିଆଯିବ ନାହିଁ । କହିବାକୁ ଗଲେ ଏହି ଚାରି ଜଣ ଦୋଷୀ ଏକ ଏମିତି ଆଇନର ଲାଭ ଉଠାଉଛନ୍ତି ଯେଉଁ କାରଣରୁ ତାଙ୍କର ଫାସି ବାରମ୍ବାର ଟଳି ଯାଉଛି । ଏହି ଆଇନକୁ ଆପଣ ସିସ୍ଟମର ଗୋଟିଏ ଭୁଲ ବୋଲି ବି କହି ପାରିବେ ।

ଦିଲ୍ଲୀ ଜେଲ ନିୟମର ସେକ୍ସନ ୮୫୪ରେ ଏକ ଏମିତି ନିୟମ ଅଛି ଯାହା ଅନୁସାରେ ଗୋଟିଏ କେସରେ ଗୋଟିଏରୁ ଅଧିକ ଦୋଷୀମାନଙ୍କୁ ସେତେ ଦିନ ପର୍ଯ୍ୟନ୍ତ ଫାସୀ ଦିଆ ଯାଇ ପାରିବ ନାହିଁ ଯେତେ ଦିନ ପର୍ଯ୍ୟନ୍ତ ସେମାନେ ନିଜର ସବୁ ଆଇନ ବିକଳ୍ପକୁ ପ୍ରୟୋଗ କରି ନ ଥିବେ ।

ଏହି ଆଇନ ବିକଳ୍ପରେ ରିଭ୍ୟୁ ପୀଟିଶନ ଠାରୁ ନେଇ କ୍ୟୁରେଟିବ ପୀଟିଶନ ଓ ଏହା ସହିତ ରାଷ୍ଟ୍ରପତିଙ୍କ ପାଖରେ ଆବେଦନ ପତ୍ର ଦାଖଲ କରିବାର ନିୟମ ବି ସାମିଲ ଅଛି । ଏହା ଛଡା ଯଦି ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ଆବେଦନ ପତ୍ର ଖାରଜ କରି ଦିଆ ଯାଉଛି ତେବେ ବି ଦୋଷୀ ପାଖରେ ସୁପ୍ରୀମ କୋର୍ଟରେ ଏହା ବିରୁଦ୍ଧରେ ଅପିଲ କରିବାର ଅଧିକାର ଅଛି । ଗୃହ ମନ୍ତ୍ରାଳୟ ତରଫରୁ ବର୍ତ୍ତମାନ ହିଁ ସୁପ୍ରୀମ କୋର୍ଟକୁ ଅପିଲ କରାଯାଇଥିଲା କି ସେ ମୃତ୍ୟୁର ଦଣ୍ଡକୁ ଏକ ସମୟ ସୀମା ମଧ୍ୟରେ ନିର୍ଦ୍ଧାରିତ କରନ୍ତୁ ।

ଗୃହ ମନ୍ତ୍ରାଳୟ ଅପିଲରେ ଏହା ବି କହିଲେ କି ଡେଥ ୱାରେଣ୍ଟ ଜାରି ହେବା ପରେ ଫାସି ପାଇଁ ସାତ ଦିନର ସମୟସୀମା ନିର୍ଦ୍ଧାରିତ କରାଯିବା ଉଚିତ । କିନ୍ତୁ ସୁପ୍ରିମ କୋର୍ଟ ତରଫରୁ ଗୃହ ମନ୍ତ୍ରାଳୟର ଆବେଦନ ଉପରେ ଯାହା ବି ନିଷ୍ପତି ନିଆଯିବ ତାହା ନିର୍ଭୟା କେସ ଉପରେ କୌଣସି ବି ପ୍ରଭାବ ପଡିବ ନାହିଁ । ୨୯ ଜାନୁୟାରୀ ଦିନ ସୁପ୍ରୀମ କୋର୍ଟ ତରଫରୁ ଦୋଷୀ ମୁକେଶ ସିଂହର କ୍ୟୁରେଟିବ ପୀଟିଶନକୁ ଖାରଜ କରି ଦିଆଯାଇ ଥିଲା ।

ମୁକେଶ ନିଜର ଦୟା ଆବେଦନ ପତ୍ର ଖାରଜ କରିବାର ରାଷ୍ଟ୍ରପତିଙ୍କ ନିଷ୍ପତି ବିରୁଦ୍ଧରେ ସୁପ୍ରିମ କୋର୍ଟରେ ଅପିଲ କରିଥିଲା । ବର୍ତ୍ତମାନ ତା’ ପାଖରେ ଆଉ କୌଣସି ବି ବିକଳ୍ପ ବଞ୍ଚି ନାହିଁ । ମୁକେଶର ଆବେଦନ ପତ୍ର ଖାରଜ ହେବା ମାତ୍ରେ ହିଁ ଅନ୍ୟ ଏକ ଦୋଷୀ ବିନୟ ରାଷ୍ଟ୍ରପତିଙ୍କ ପାଖକୁ ଦୟା ଆବେଦନ ପତ୍ର ପଠାଇ ଥିଲା । ରାଷ୍ଟ୍ରପତି ସଚିବାଳୟରେ ଏହି ଆବେଦନକୁ ସିଧା ଫାଇଲ କରାଯାଇଥିଲା ।

ଏହା ଛଡା ଅନ୍ୟ ଏକ ଦୋଷୀ ଅକ୍ଷୟ ଗୁରୁବାର ଦିନ ସୁପ୍ରିମ କୋର୍ଟରେ କ୍ୟୁରେଟିବ ପୀଟିଶନ ଦାଖଲ କରିଥିଲା । ଅନ୍ୟ ପଟେ ଚତୁର୍ଥ ଦୋଷୀ ପବନଙ୍କ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ୟୁରେଟିବ ପୀଟିଶନ ଫାଇଲ କରିବାର ଚାନ୍ସ ବଞ୍ଚିଛି । ସେକ୍ସନ ୮୫୪ ଅନୁସାରେ ଦିଲ୍ଲୀର ଜେଲ ନିୟମରେ କିଛି ଚେଞ୍ଜେସ କରା ଯାଇଥିଲା । ରାଷ୍ଟ୍ରପତି ଯଦି ଦୟା ଆବେଦନ ପତ୍ରକୁ ଖାରଜ କରୁଛନ୍ତି ତେବେ ଦୁଇ ସପ୍ତାହ ମଧ୍ୟରେ ଦୋଷୀକୁ ଫାସି ଦିଆ ଯାଇ ପାରିବ ।

ବର୍ତ୍ତମାନ ପଟିୟାଲା ହାଉସ କୋର୍ଟ ଦୋଷିମାନଙ୍କ ଫାସିକୁ ଟାଳି ଦେଇଛନ୍ତି । କୋର୍ଟ ଆସନ୍ତା ଆଦେଶ ପର୍ଯ୍ୟନ୍ତ ଫାସି ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି । ଏହା ଦ୍ଵିତୀୟ ଥର ଅଟେ ଯେତେବେଳେ ଦୋଷୀମାନଙ୍କ ଫାସି ଟାଳି ଦିଆ ଯାଇଛି । ଏହା ପୂର୍ବରୁ ଚାରି ଜଣଙ୍କୁ ୨୨ ଜାନୁୟାରୀ ସକାଳ ୭ ଟା ସମୟରେ ଫାସି ଦିଆଯିବାର ଥିଲା ।

ଫାସି ଟଳି ଯିବାର ଖବର ମିଳିଲା ତ ନିର୍ଭୟାଙ୍କ ମା’ ଆଶା ଦେବୀ କାନ୍ଦି କାନ୍ଦି କହିଲେ କି, ‘ଦୋଷିମାନଙ୍କ ଓକିଲ ଏପି ସିଂହ ମୋତେ ଚ୍ୟାଲେଞ୍ଜ ଦେଲେ କି ଦୋଷିମାନଙ୍କୁ କେବ ବି ମୃତ୍ୟୁର ଦଣ୍ଡ ଦିଆ ଯିବ ନାହିଁ । ମୋର ଯୁଦ୍ଧ ଜାରି ଅଛି । ସରକାରଙ୍କୁ ଦୋଷିମାନଙ୍କୁ ଫାସି ଦେବାକୁ ହିଁ ପଡିବ ।“