ଟଙ୍କା ଆୟ କରିବା ପାଇଁ ଦୁବାଇ ଯିବାକୁ ଚାହୁଁଛନ୍ତି ତ ପ୍ରଥମେ ଏହି ତିନି ଜଣଙ୍କ ସହ ଘଟିଥିବା ଘଟଣା ଶୁଣି ନିଅନ୍ତୁ, ବହୁତ କଷ୍ଟରେ ଫେରିଲେ ଘରକୁ

କଣ ଭଲ ଚାକିରି ପାଇବା ଆଶାରେ ଦୁବାଇ ଯିବାର ସ୍ଵପ୍ନ ଦେଖୁଛନ୍ତି ତେବେ ଆପଣଙ୍କୁ ଭବିଷ୍ୟତରେ ନିଜର ନିଷ୍ପତିକୁ ନେଇ ପଶ୍ଚାତାପ କରିବାକୁ ପଡିପାରେ । ଏହା ପଛରେ ଏକ ବହୁତ ବଡ କାରଣ ଅଛି । ୮ ମାସ ହେଲା ଦୁବାଇ ଯାଇଥିବା କୁଶୀନଗର ର ପ୍ରମୋଦ ଓ ବିହାରର ଦୁଇ ଜଣ ଯୁବକଙ୍କୁ ଏଜେଣ୍ଟର ମନମାନି କାରଣରୁ ୬ ମାସ ପର୍ଯ୍ୟନ୍ତ କଷ୍ଟ ସହିବାକୁ ପଡିଲା । ବିନା ପାସପୋର୍ଟ ରେ ସେଠାରେ ଫସିଥିବା ଏହି ତିନି ଜଣ ଯୁବକ ବିଦେଶ ମନ୍ତ୍ରାଳୟର ସାହାର୍ଯ୍ୟରେ କିଛି ଦିନ ପୂର୍ବରୁ ହିଁ ନିଜ ଘରକୁ ଫେରିଛନ୍ତି ।

ଘରେ ପହଞ୍ଚିବା ମାତ୍ରେ ହିଁ ଏହି ଯୁବକମାନେ ବିଦେଶ ମନ୍ତ୍ରାଳୟ ଓ ସାମାଜିକ ସଂଗଠନ ପ୍ରତି ଆଭାର ବ୍ୟକ୍ତ କରିଛନ୍ତି । ରାମକୋଲା ଥାନା କ୍ଷେତ୍ରର ଗ୍ରାମ ଡମ୍ମର ଛପରା ନିବାସୀ ପ୍ରମୋଦ କୁଶଵାହାଙ୍କ ପୁତ୍ର ସତ୍ୟପ୍ରକାଶ କୁଶଵାହା ଗତ ବର୍ଷ ୧୪ ମେ ରେ ଗୋରଖପୁର ଘାସୀକଟରା ମୁହଲ୍ଲାରେ ରହୁଥିବା ଏଜେଣ୍ଟ ମାଧ୍ୟମରେ ଦୁବାଇ ଯାଇଥିଲେ । ସେଠି ପହଞ୍ଚିବା ପରେ ଏଜେଣ୍ଟ ପ୍ରଥମରୁ କହିଥିବା କମ୍ପାନୀ ବଦଳରେ କୌଣସି ଅନ୍ୟ କମ୍ପାନୀରେ କାମ କରିବା ପାଇଁ ନେଇଗଲା ।

ସେଠି ପ୍ରମୋଦକୁ କାମ କରିବା ବଦଳରେ ଟଙ୍କା ବି ମିଳୁ ନ ଥିଲା । ଯେତେବେଳେ ସେ ଆପତ୍ତି କରିଲା ତ କମ୍ପାନୀର ଏଜେଣ୍ଟ ମାରପିଟ କରି ପ୍ରମୋଦର ପାସପୋର୍ଟ ନେଇଗଲା ଓ ବନ୍ଧକ ରଖି କାମ କରାଇବାକୁ ଲାଗିଲା । ପ୍ରମୋଦ ଭଳି ଅବସ୍ଥା ହିଁ ସେଠି ପୂର୍ବରୁ ଫସିଥିବା ବିହାର ପ୍ରାନ୍ତର ବକ୍ସର ଜିଲ୍ଲାର ଏକୌନା ଗ୍ରାମ ନିବାସୀ ସମ୍ଭୁନାଥ ଚୌଧରୀଙ୍କ ପୁଅ ଋଷିକାନ୍ତ ଓ ରୋହତାସ ଜିଲ୍ଲାର କୋଡଡୀହ ନିବାସୀ ଗିରଜାଂନଦ ସିଂହଙ୍କ ପୁଅ ରୋହିତ କୁମାରର ବି ଥିଲା ।

ତିନି ଜଣ ଯୁବକଙ୍କ ପାଖରେ ପାସପୋର୍ଟ ନ ଥିଲା । ଯେଉଁ କାରଣରୁ ସେମାନେ କମ୍ପାନୀର ଗେଟରୁ ବାହାରକୁ ବାହାରି ପାରୁ ନ ଥିଲେ । ଏହା ବିଷୟରେ ଜାଣିଲା ପରେ ପ୍ରମୋଦର ପରିଜନମାନେ ଏସଏସପୀ ଗୋରଖପୁର ଓ ବିଦେଶ ମନ୍ତ୍ରାଳୟକୁ ପତ୍ର ଲେଖିଲେ । ମାମଲାର ଯାଞ୍ଚ କରି ବିଦେଶ ମନ୍ତ୍ରାଳୟ ଦୁବାଇ ସ୍ଥିତ ଭାରତୀୟ ଦୂତାବାସରେ ଏହି ମାମଲା ଉପରେ କାର୍ଯ୍ୟକାରୀ କରିବା ପାଇଁ କହିଲେ ।

ଏହା ପରେ ଦୂତାବାସକୁ କୁହାଯାଇଥିବା ଠିକଣା ଉପରେ ଦୂତାବାସର କର୍ମଚାରୀମାନେ ସମ୍ପର୍କ କରିଲେ ଓ କମ୍ପାନୀର ମାଲିକ ଓ ଏଜେଣ୍ଟ ଠାରୁ ପାସପୋର୍ଟ ନେଲେ । ଏହା ପରେ ତିନି ଜଣ ଯୁବକ ୪ ଫେବୃୟାରୀ ଦିନ ଭାରତକୁ ଫେରି ଆସିଲେ । ଘରେ ପହଞ୍ଚିବା ପରେ ନିଜର ଭାଇ ଭଉଣୀଙ୍କ ସହିତ ବସି ପ୍ରମୋଦ କହିଲେ କି ସେମାନେ ଘରକୁ ଫେରିବେ ବୋଲି ତାଙ୍କର ଆଶା ନ ଥିଲା । କିନ୍ତୁ ବିଦେଶ ମନ୍ତ୍ରାଳୟ ଓ ଭାରତୀୟ ଦୂତାବାସର ପ୍ରୟାସରେ ଯେତେବେଳେ ସେମାନେ ଘରେ ପହଞ୍ଚିଲେ ତେବେ ଯାଇ ତାଙ୍କୁ ବିଶ୍ଵାସ ହେଲା ।