ଗ୍ରାହକ ସୁରକ୍ଷା ଅଧିନିୟମ ୨୦ ଜୁଲାଇକୁ ହୋଇପାରେ ଲାଗୁ, ଗ୍ରାହକଙ୍କୁ ମିଳିବ ଏହି ସବୁ ଅଧିକାର

ଗ୍ରାହକ ସୁରକ୍ଷା ଆଇନ – ୨୦୧୯ ବହୁତ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଉପଭୋକ୍ତାଙ୍କ ମାମଲା, ଖାଦ୍ୟ ଓ ସାର୍ବଜନିକ ବିତରଣ ମନ୍ତ୍ରାଳୟ ଅନୁସାରେ ୨୦ ଜୁଲାଇ ୨୦୨୦ କିମ୍ବା ଆସନ୍ତା ସପ୍ତାହର କୌଣସି ବି ଦିନରେ ଏହି ନିୟମ ଲାଗୁ ହୋଇପାରେ । ଏହି ନୂଆ ଆଇନ ଗ୍ରାହକ ସୁରକ୍ଷା ଆଇନ ୧୯୮୬ ସ୍ଥାନରେ ଲାଗିବ । ମୋଦୀ ସରକାର ଏହି ଅଧିନିୟମର କିଛି ପରିବର୍ତ୍ତନ ବି କରିଛନ୍ତି ।

ଉପଭୋକ୍ତା ଓ ଖାଦ୍ୟ ମାମଲାରେ ମନ୍ତ୍ରୀ ରାମବିଲାସ ପାସବାନ ଗତ କିଛି ଦିନ ତଳେ କହିଥିଲେ କି, ଗ୍ରାହକ ସୁରକ୍ଷା ଆଇନ ୨୦୧୯ର ନିୟମ ଗୁଡିକୁ ନୂଆ ରୂପରେ ତିଆରି କରା ଯାଇଛି । ପିଏମ ମୋଦୀଙ୍କ ନିର୍ଦେଶରେ ଏମିତି ଏକ ନୂଆ ନିୟମ ତିଆରି କରା ଯାଇଛି, ଯାହାକୁ ଲାଗୁ କରିବା ପରେ ଆସନ୍ତା ୫୦ ବର୍ଷ ପର୍ଯ୍ୟନ୍ତ ଅନ୍ୟ କୌଣସି ଆଇନ ତିଆରି କରିବା ର ଆବଶ୍ୟକତା ପଡିବ ନାହିଁ ।

ଆପଣଙ୍କୁ କହିଦେଉଛୁ କି ପ୍ରଥମେ ଏହି ନୂଆ ନିୟମକୁ ଜାନୁୟାରୀ ମାସରେ ଲାଗୁ କରିବାର ଥିଲା, କିନ୍ତୁ କୌଣସି କାରଣରୁ ଲାଗୁ ହୋଇ ପାରିଲା ନାହିଁ । ପୁଣି ଏହାର ତାରିଖକୁ ବଢାଇ ମାର୍ଚ କରି ଦିଆ ଗଲା । କିନ୍ତୁ ମାର୍ଚ ମାସରେ ଦେଶରେ କରୋନା ମହାମାରୀ ଆରମ୍ଭ ହୋଇଗଲା ଓ ପୁଣି ଲକଡାଉନ ହୋଇଯିବାରୁ ଏହି ନିୟମ ଗୁଡିକ ଲାଗୁ ହୋଇ ପାରିଲା ନାହିଁ । ବର୍ତ୍ତମାନ ଏହି ନିୟମ ଲାଗୁ ହୋଇ ଯିବା ପରେ ଉପଭୋକ୍ତାଙ୍କ ସହ ସମ୍ବନ୍ଧିତ ସମସ୍ତ ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟନୁଷ୍ଠାନ ଆରମ୍ଭ କରାଯାଇ ପାରିବ ।

ଖାସ କରି ଏବେ ଅନଲାଇନ ବ୍ୟବସାୟରେ ଗ୍ରାହକମାନଙ୍କ ହିତକୁ ନଜର ଅନ୍ଦାଜ କରୁଥିବା କମ୍ପାନିମାନଙ୍କୁ ବହୁତ ଭାରି ପଡି ପାରେ । ନୂଆ ନିୟମ ଅନୁସାରେ ଭୁଲ ବିଜ୍ଞାପନ ଦିଆ ଯାଇ ଥିଲେ ମଧ୍ୟ ତାହା ଉପରେ କାର୍ଯ୍ୟାନୁଷ୍ଠାନ କରାଯିବ । ନୂଆ ନିୟମ ଲାଗୁ ହେବା ଦ୍ଵାରା ଉପଭୋକ୍ତାଙ୍କ ଅଭିଯୋଗକୁ ସଠିକ ସମୟ, ପ୍ରଭାବୀ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନୂଆ ନିୟମ ଅନ୍ତର୍ଗତ ଉପଭୋକ୍ତା ଅଦାଲତ ସହିତ ଏକ କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ ବି ତିଆରି କରା ଯାଇଛି ।

ଏହି ପ୍ରାଧିକରଣର ଗଠନ ଉପଭୋକ୍ତାଙ୍କ ମଙ୍ଗଳ ନିମନ୍ତେ ତିଆରି କରାଯାଇଛି । ଏହି ନିୟମ ଉପଭୋକ୍ତାଙ୍କ ସୁବିଧା ଓ ସୁରକ୍ଷା ପାଇଁ ତିଆରି କରା ଯାଇଛି । ନୂଆ ନିୟମ ଉପଭୋକ୍ତା କୌଣସି ବି ଜିନିଷକୁ କ୍ରୟ କରିବା ପୂର୍ବରୁ ବି ସେହି ଜିନିଷର ଗୁଣବତ୍ତାର ଅଭିଯୋଗ ସୀସୀପୀଏରେ ବି କରି ପାରିବେ । କଂଜ୍ୟୁମର ପ୍ରୋଟେକ୍ସନ ଆକ୍ଟ ୨୦୧୯ର ନିୟମ ଲାଗୁ ହେବା ପରେ ଯେ କୌଣସି ବି ବ୍ୟକ୍ତିକୁ ନ୍ୟାୟାଳୟରେ ନିଜର ଅଭିଯୋଗ ଦାଖଲ କରିବାରେ ସହଜ ହେବ । ପୂର୍ବରୁ କଂଜ୍ୟୁମର ପ୍ରୋଟେକ୍ସନ ଆକ୍ଟ ୧୯୮୬ ରେ ଏହି ଭଳି ନିୟମ ନ ଥିଲା ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।