ଅମିତାବ ବଚ୍ଚନ ଗୋଟେ ମାସ ହେଲାଣି ବାହାରିନଥିଲେ ଘରୁ, ତ ପରେ ବି ବଚ୍ଚନ ପରିବାରକୁ କେମିତି ହେଲା କାରୋନା ? ଜାଣନ୍ତୁ

ଅମିତାଭ ବଚ୍ଚନ ଏବଂ ତାଙ୍କ ପୁଅ ଅଭିଶେକ ବଚ୍ଚନ ମଧ୍ୟ କରୋନା ସଂକ୍ରମିତ ହେଇଛନ୍ତି । ଅମିତାଭ ବଚ୍ଚନ ନିଜେ ଗତ ଶନିବାର ସନ୍ଧ୍ୟା ବେଳେ ଟ୍ଵିଟ କରି ଜଣେଇଥିଲେ । ଏହା ପରେ ଅଭିଶେକ ବଚ୍ଚନ, ପିତା ଅମିତାଭ ବଚ୍ଚନ ଓ ସେ ନିଜେ କରୋନା ରୋଗରେ ପୀଡିତ ବୋଲି ଟ୍ବିଟ କରିଥିଲେ । ଉଭୟଙ୍କୁ ବର୍ତ୍ତମାନ ମୁମ୍ବାଇ ସ୍ଥିତ ନାନାବତୀ ସୁପର ସ୍ପେଶିଆଲିଟି ଡାକ୍ତରଖାନାରେ ଭର୍ତି କରାଯାଇଛି । ନାନାବତୀ ଡାକ୍ତରଖାନାର ଡାକ୍ତରଙ୍କ ଅନୁସାରେ ଅମିତାଭ ବଚ୍ଚନଙ୍କର ସାମାନ୍ୟ ଲକ୍ଷଣ ଅଛି ତାଙ୍କୁ ଅଲଗା ୱାର୍ଡ ରେ ରଖାଯାଇଛି।

ଏହି ସମୟରେ ଅମିତାଭ ବଚ୍ଚନ ଙ୍କର ସମସ୍ତ ପରିବାର ଲୋକ ଏବଂ ଘରେ ରହୁଥିବା ସମସ୍ତ କର୍ମଚାରୀ ଙ୍କର ବି ନମୁନା ନିଆଯାଇଥିଲା । ଯେଉଁଥିରେ ଅମିତାଭ ବଚ୍ଚନଙ୍କର ପତ୍ନୀ ଜୟା ବଚ୍ଚନ, ଅଭିଶେକ ବଚ୍ଚନଙ୍କର ପତ୍ନୀ ଐଶ୍ଵର୍ୟ୍ୟା ରାୟ ବଚ୍ଚନ ଏବଂ ତାଙ୍କର ଝିଅ ଆରାଧ୍ୟା ଙ୍କର ନମୁନା ମଧ୍ୟ ପରୀକ୍ଷା ହୋଇଥିଲା, ସେମାନଙ୍କର ନମୁନା ବି ପଜିଟିଭ ଆସିଥିଲା । ପ୍ରଶାସନ ଅମିତାଭ ବଚ୍ଚନଙ୍କର ପରିବାରର ସମସ୍ତଙ୍କର ନମୁନା ପରୀକ୍ଷା କରି ତାଙ୍କୁ ୧୦ ଦିନ ପର୍ଯ୍ୟନ୍ତ କ୍ଵାରେନ୍ଟାଈନ କରାଯାଇଛି ।

ଏହା ଦ୍ଵାର ଜଣାପଡୁଛି ଯେ ଅଭିଶେକ ବଚ୍ଚନ ତାଙ୍କର ଘରୁ ବାହାରିବା କାରଣରୁ ଏହି କରୋନା ମହାମାରୀ ତାଙ୍କ ପରିବାର ପର୍ଯ୍ୟନ୍ତ ଆସିପାରିଲା, ପ୍ରକୃତରେ ଅଭିଶେକ ବଚ୍ଚନ ଗତ କିଛିଦିନ ହେବ ତାଙ୍କର ୱେବ ସିରିଜ ର ଡବିଂ ପାଇଁ ‘ସାଉଣ୍ଡ ଏବଂ ଡବିଂ ଷ୍ଟୂଡିଓ’ ଯାଉଥିଲେ , ଯେତେବେଳେ କି ଲକଡାଉନ ପରଠାରୁ ଅମିତାଭ ବଚ୍ଚନ ତାଙ୍କ ଘରୁ ବାହାରୁ ନଥିଲେ ।

ସୂଚନା ଅନୁସାରେ ଅମିତାଭ ବଚ୍ଚନ ଏବଂ ଅଭିଶେକ ବଚ୍ଚନଙ୍କର କରୋନା ପରୀକ୍ଷାର ନମୁନା ପଜିଟିଭ ଆସିବାରୁ ‘ସାଉଣ୍ଡ ଏବଂ ଡବିଂ ଷ୍ଟୂଡିଓ’ ଅସ୍ଥାଇ ରୂପେ ବନ୍ଦ କରାଯାଇଛି । ଏହି ଷ୍ଟୂଡିଓ ରେ ଅଭିଶେକ ବଚ୍ଚନ ତାଙ୍କର ୱେବ ସିରିଜ “ ବ୍ରେଥ: ଇନଟୁ ଦ ସାଡୋ “ ର ଡବିଂ ପାଇଁ ଯାଉଥିଲେ । ଟ୍ରେଣ୍ଡ ଏନାଲିଷ୍ଟ କୋମଲ ନାହଟା ଟ୍ବିଟ କରି ଏହି ଖବର ଦେଇଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ ସାଉଣ୍ଡ ଏବଂ ଡବିଂ ଷ୍ଟୂଡିଓକୁ ଅସ୍ଥାୟୀ ରୂପେ ବନ୍ଦ କରାଯାଇଛି । ଏହା ପରେ ବି.ଏମ.ସି ପକ୍ଷରୁ ଅମିତାଭ ବଚ୍ଚନ ଙ୍କର ଘରକୁ ସିଲ କରିଦିଆଯାଇଛି । ଏହି ଘରେ ଅମିତାଭ ବଛନଙ୍କର ନିଜ କାର୍ଯ୍ୟଲୟ ଅଛି, ବି.ଏମ.ସି. ଦ୍ଵାରା ରବିବାର ଦିନ ଏହି ଅଞ୍ଚଳକୁ ସାନିଟାଇଜ କରି କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ କରଯାଇଥିଲା ।