ଅଫରୀଦୀ ୩୯ ଶତକ କରିଥିବା ବ୍ୟାଟ୍ସମ୍ୟାନକୁ କହିଲେ– ଟଙ୍କା ପାଇଁ ଛାଡି ଦେଇ ଥିଲା ଦେଶ, ଏବେ କହୁଛି ମିଛ

ପାକିସ୍ତାନର ପୂର୍ବତନ ଅଧିନାୟକ ଏବଂ ଅଲରାଉଣ୍ଡର ଶାହିଦ ଅଫରୀଦୀ ନିଜର ବିବାଦିତ ରାୟ ପାଇଁ ପ୍ରସିଦ୍ଧ ଅଟନ୍ତି । ଶାହିଦ ଅଫରୀଦୀ ନିଜର ବେବାକ ରାୟ ପାଇଁ ପରିଚିତ ଅଟନ୍ତି । କିନ୍ତୁ ବେଳେବେଳେ ସେ ନିଜ ସୀମା ଲାଙ୍ଘି ଯାଆନ୍ତି । କିଛି ଏମିତି ହିଁ ୨୦୧୫ ମସିହାରେ କରିଥିଲେ ଓ ପାକିସ୍ତାନ ଫେମସ ବ୍ୟାଟ୍ସମ୍ୟାନ ମୋହମ୍ମଦ ୟୁସୁଫଙ୍କ ବିରୁଦ୍ଧରେ ଏମିତି କଥା କହିଥିଲେ, ଯାହାକି ତାଙ୍କ ଫ୍ୟାନମାନଙ୍କୁ ପସନ୍ଦ ଆସିଲା ନାହିଁ । ଶାହିଦ ଅଫରୀଦୀ ମୋହମ୍ମଦ ୟୁସୁଫଙ୍କୁ ଟଙ୍କା ପାଇଁ ଦେଶ ଛାଡି ଥିବା କ୍ରିକେଟର କହିଥିଲେ ।

ଶାହିଦ ଅଫରୀଦୀଙ୍କ ବିବାଦିତ ବୟାନ, ଶାହିଦ ଅଫରୀଦୀଙ୍କୁ ଯେତେବେଳେ ଏକ ସାର୍ବଜନିକ କାର୍ଯ୍ୟକ୍ରମରେ ମୋହମ୍ମଦ ୟୁସୁଫଙ୍କ ବିଷୟରେ ପ୍ରଶ୍ନ କରଯାଇଥିଲା ତେବେ ସେ ସେହି ସମୟରେ ତାଙ୍କ ବିରୁଦ୍ଧରେ ସୀମା ପାର କରିବା ଭଳି ଉତ୍ତର ଦେଇଥିଲେ ।

ଶାହିଦ ଅଫରୀଦୀ କହିଲେ କି, ‘ମୋହମ୍ମଦ ୟୁସୁଫ ବହୁତ କଥା କୁହନ୍ତି ଓ ସେ ଖେଳାଳିଙ୍କ ପାଇଁ  କିଛି ବି କହି ଦିଅନ୍ତି । ସେ ବହୁତ ବଡ କ୍ରିକେଟର ଓ ମୋ ଠାରୁ ବି ବଡ ମୁସଲମାନ ହୋଇଥିବେ, କିନ୍ତୁ ମୁଁ ତାଙ୍କୁ କହି ଦେଉଛି କି ସେ ବର୍ତ୍ତମାନ ଆଉ କ୍ରିକେଟର ନାହାନ୍ତି ।

ବର୍ତ୍ତମାନ ତାଙ୍କର ସମ୍ପର୍କ ତବଲୀଗୀ ଜମାତ ସହ ଅଛି । ନିଜ ସମ୍ମାନ ନ ରଖନ୍ତୁ ପଛେ କିନ୍ତୁ ତବଲୀଗୀ ଜମାତର ତ ସମ୍ମାନ ରଖନ୍ତୁ । ସେ ସ୍କୁଲ ଓ ମସ୍ଜିଦ ଯାଇ ଆଲ୍ହାଙ୍କ ବିଷୟରେ କୁହନ୍ତି । କିନ୍ତୁ ବାହାରେ ଅନ୍ୟ କାମ କରନ୍ତି । ତାଙ୍କର କହିବା ଓ କରିବା ମଧ୍ୟରେ ବହୁତ ଅନ୍ତର ଅଛି ।

ଶାହିଦ ଅଫରୀଦୀ ୟୁସୁଫଙ୍କ ଉପରେ ଆହୁରି ବି ରାଗି ଯାଇ କହିଲେ କି, ‘ଯେଉଁ ଖେଳାଳୀଙ୍କୁ ଆଲ୍ଲା ସମ୍ମାନ ଦେଇଛନ୍ତି । କିନ୍ତୁ ଆପଣ ତାଙ୍କ ବିଷୟରେ ଭଲ ଖରାପ କହୁଛନ୍ତି । ୟୁସୁଫଙ୍କୁ ନିଜ ଭିତର ର ମଣିଷକୁ ପରିବର୍ତ୍ତନ କରିବାର ଅଛି । ଯଦି ଆପଣ ଏହିଭଳି କରୁଛନ୍ତି ତେବେ ଆପଣଙ୍କ ଦାଢି, ଟୋପି ଭଲ ଲାଗିବ ଓ ଚେହରାରେ ସୁନ୍ଦରତା ଆସିଯିବ । ମୋହମ୍ମଦ ୟୁସୁଫ ପାକିସ୍ତାନ କ୍ରିକେଟ ବିଷୟରେ ଭଲ କଥା କୁହନ୍ତି ।

କିନ୍ତୁ ସେ ସେହି ବ୍ୟକ୍ତି ଅଟନ୍ତି ଯିଏ ପାକିସ୍ତାନ କ୍ରିକେଟକୁ ଛାଡି ଆଇସିଏଲରେ କେବଳ ଟଙ୍କା ପାଇଁ ଚାଲିଗଲେ । ମୋତେ ବି ୮ କୋଟି ଟଙ୍କାର ଅଫର ମିଳିଥିଲା । କିନ୍ତୁ ମୁଁ କହିଲି କି ମୁଁ  ମୋ ନିଜ ଦେଶ ପାଇଁ ଖେଳିବି । ମୁଁ ବହୁତ ଆଶ୍ଚର୍ଯ୍ୟ ହେଉଛି କି କି ସେ ଟିଭି ଉପରେ ଏତେ ମିଛ କଥା କହୁଛନ୍ତି । ଅଳ୍ପ କୁହନ୍ତୁ କିନ୍ତୁ ସତ କଥା କୁହନ୍ତୁ ଜନତାଙ୍କୁ ମିଛ କୁହନ୍ତୁ ନାହିଁ ।

ମୋହମ୍ମଦ ୟୁସୁଫଙ୍କ ରେକର୍ଡ

ଆପଣଙ୍କୁ କହିଦେଉଛୁ କି ମୋହମ୍ମଦ ୟୁସୁଫ ପାକିସ୍ତାନ ପାଇଁ ୯୦ ଟେସ୍ଟରେ ୫୨ରୁ ଅଧିକ ପ୍ରତିଶତରେ ୭୫୩୦ ରନ କରିଛନ୍ତି । ଯେଉଁଥିରେ ୨୪ଟି ଶତକ ସାମିଲ ଅଛି । ଏହା ଛଡା ୟୁସୁଫ ୨୮୮ ଟି ୱାଣ୍ଡେ ମ୍ୟାଚରେ ୯୭୨୦ ରନ କରିଛନ୍ତି । ଯେଉଁ ଥିରେ ୧୫ଟି ଶତକ ସାମିଲ ଅଛି । ମୋହମ୍ମଦ ୟୁସୁଫ ନାମରେ ୩୯ଟି ଅନ୍ତରାଷ୍ଟ୍ରୀୟ ବି ଶତକ ଅଛି । ଅଫରୀଦୀଙ୍କ ରନ ତାଙ୍କର ପାଖାପାଖି ବି ନାହିଁ । ତଥାପି ସେ ପାକିସ୍ତାନର ଏହି ମହାନ କ୍ରିକେଟରଙ୍କ ବିରୁଦ୍ଧରେ ସାର୍ବଜନିକ ମଞ୍ଛରେ ବୟାନ ଦେଉଛନ୍ତି ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।