Govinda ପକେଟରୁ ମିଳିଛି ହାତଲେଖା ଶେଷଚିଠି, ଏନେଇ ପରିବାର ଲୋକେ ଦେଲେ ବଡ ବୟାନ, ଏହା ହେଉଛି ପ୍ରକୃତ ସତ ?

ଏବେ ସମସ୍ତଙ୍କ ନିଦ ହଜେଇବାରେ ଲାଗିଛି ଗୋବିନ୍ଦଙ୍କ ଶେଷଚିଠି । ଗୋବିନ୍ଦର ମୃତ୍ୟୁ ପରେ ତା’ ପକେଟରୁ ନିଜ ହାତଲେଖା ଶେଷଚିଠି ବାହାରିଥିବା କୁହାଯାଉଛି । ଯାହା ପୋଲିସ ହାତରେ ଲାଗିଥିଲେ ମଧ୍ୟ ସାର୍ବଜନୀନ କରାଯାଉନି । ଏହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ମୃତ ଗୋବିନ୍ଦ ସାହୁଙ୍କ ପରିବାର ଲୋକେ । ଏ ଚିଠି ପଦାକୁ ଆସିଲେ ଅନେକ ଗୁମର ଫିଟିବ ବୋଲି ସେମାନେ କହୁଛନ୍ତି । ତେବେ ସେ ଚିଠିରେ କଣ ଲେଖା ହୋଇଛି ? ଗୋବିନ୍ଦ ସତରେ ସେ ଚିଠି ନିଜେ ଲେଖିଛି ତ ?

ନା ଆଉ କିଏ ସେହି ଚିଠି ଲେଖି ତଦନ୍ତକୁ ବାଟବଣା କରିବାକୁ ଚାହୁଁଛି ? ଏମିତି ଅନେକ ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଗୋବିନ୍ଦଙ୍କ ପକେଟରୁ ଦୁଇ ପୃଷ୍ଠାର ଏକ ଶେଷଚିଠି ମିଳିଥିବା ତାଙ୍କ ପରିବାର ଲୋକେ କହୁଛନ୍ତି । ଆଉ ଏହି ଚିଠି ଏବେ ସମସ୍ତଙ୍କ ନିଦ ହଜେଇ ଦେଇଛି । ଆଉ ଏଥିରେ ତାଙ୍କ ମୃତ୍ୟୁ ପାଇଁ ସମ୍ଭବତଃ କିଏ ଦାୟୀ ସେନେଇ ଗୋବିନ୍ଦ ଲେଖିଥିବେ ବୋଲି ଚର୍ଚ୍ଚା ହେଉଛି । ପୋଲିସ ଏହି ଶେଷ ଚିଠିକୁ ତଦନ୍ତ ପରିସର ଭୁକ୍ତ କରିବ ନା ଚପେଇ ଦେବ ଏନେଇ ଅନେକ ଲୋକ ସନ୍ଦେହ ପ୍ରକାଶ କରୁଛନ୍ତି ।

ହେଲେ ଏଭଳି କିଛି ଚିଠି ଗୋବିନ୍ଦ ପକେଟରୁ ମିଳିଥିବା ନେଇ ପୋଲିସ କିନ୍ତୁ ଜମାରୁ ମୁହଁ ଖୋଲୁନାହିଁ । ତେବେ ଏହି ପ୍ରସଙ୍ଗରେ ପୂର୍ବରୁ ଅନେକ ରାଜନୈତିକ ନେତାଙ୍କ ଲିଙ୍କ ରହିଥିବା ଚର୍ଚ୍ଚା ହେଉଥିଲା । ଆଉ ପୁଣି ଥରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା ସାରା ଓଡିଶାରେ ଚହଳ ପକାଇ ଦେଇଛି ।

ଆଉ ସବୁଠୁ ବଡ କଥା ହେଉଛି ମୃତ୍ୟୁ ପୂର୍ବରୁ କୁଆଡେ ଶେଷଚିଠି ଲେଖିଛି ଗୋବିନ୍ଦ । ଆଉ ସେହି ଚିଠିକୁ ପୋଲିସ ଚପାଇବା ପାଇଁ ଚେଷ୍ଟା କରୁଥିବା କଥା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ତେବେ କାହିଁକି ଓ କିଭଳି ପରିସ୍ଥିତିରେ ଆ-ତ୍ମ-ହ-ତ୍ୟା କଲେ ଗୋବିନ୍ଦ ? ଜେଲ ଭିତରେ ଗୋବିନ୍ଦଙ୍କୁ ହ- ତ୍ୟା କରାଯାଇନି ତ ? ତାଙ୍କୁ ହ- ତ୍ୟା କରି ଜୀବନ ହାରିବାର ରୂପ ଦିଆଯାଇନି ତ ?

ଏନେଇ ଜେଲ କତ୍ତୃପକ୍ଷ କେମିତି କିଛି ଜାଣି ପାରିଲେନି ? ଏଭଳି ଅନେକ ପ୍ରଶ୍ନ ଏବେ ସାମାଜିକ ଗଣମାଧ୍ୟମ ଠାରୁ ନେଇ ରାଜନୈତିକ ଦଳମାନେ ମଧ୍ୟ ପଚାରିବାରେ ଲାଗିଲେଣି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।