ଭାରତ ବନାମ ଶ୍ରୀଲଙ୍କା ସିରିଜ ପାଇଁ ଘୋଷଣା ହେଲା ଦଳ, ଉଭୟ ଟି20 ଏବଂ ଦିନିକିଆରେ ଅଧିନାୟକତା କରିବେ ଜଣେ କ୍ଯାପଟେନ !

ନୂଆବର୍ଷରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଏବଂ ଟି20 ସିରିଜ ଖେଳିବାକୁ ଯାଉଛି ଟିମ୍ ଇଣ୍ଡିଆ । ଯେଉଁଥି ପାଇଁ ଦୁଇଟି ଯାକ ଦଳର ଘୋଷଣା କରାଯାଇଛି । ତେବେ ଏହି ଘୋଷଣା ଭାରତୀୟ କ୍ରିକେଟ ଦଳର ନୁହେଁ ବରଂ ଶ୍ରୀଲଙ୍କା ଦଳ ପାଇଁ କରାଯାଇଛି । ଶ୍ରୀଲଙ୍କାର ଏକ ଖବରକାଗଜ ଏହି ପ୍ଲେଇଂ ଇଲେଭେନ ଲିଷ୍ଟ ଜାରି କରିଛି । ତେବେ ଏହି ଲିଷ୍ଟରେ ସାମିଲ ଅଛନ୍ତି ପଥୁମ ନିଶାଙ୍କା, ୱିକେଟ କିପର କୁଶଲ ମେଣ୍ଡିସ, ଧନଞ୍ଜୟ ଦେ ସିଲଭା ଓ ଚରିତ ଅସଲଙ୍କା ଏହି ଦୁଇଜଣ ଦୁଇଟି ଯାକ ଫର୍ମାଟରେ ଖେଳିବେ ।

ଦସୁନ ଶନକା ଦୁଇଟି ଯାକ ଫର୍ମାଟରେ କ୍ଯାପଟେନ ରହିବେ । ଭାନୁକା ରାଜପକ୍ଷ କେବଳ ଟି20 ମ୍ଯାଚ ଖେଳିବେ ଏବଂ ଜେଫରି ବାନ୍ଦରସେ ଏବଂ ମୁଭେନ୍ଦୁ ଫର୍ନ୍ନାଣ୍ଡୋ କେବଳ ଦିନିକିଆ ମ୍ଯାଚ ଖେଳିବେ । ସେହିଭଳି ଏହି ଦଳରେ ସମରୱିକରେମା, ହସରଙ୍ଗା, ଦୁନିଥ ୱେଲେଜ, ତୀକ୍ଷସଣା, କସୁନ ରାଜିଠା, ଲାହିରୁ କୁମାରା, ପି. ମଦୁସନ, ଡି. ମଦୁଶଙ୍କା, ନୁୱାନ ଥୁସାରା, ସି. କରୁଣାରତ୍ନେ, ଅଭିସ୍କା ଫର୍ନ୍ନାଣ୍ଡୋ ଆଦି ଖେଳାଳି ମଧ୍ୟ ଦଳରେ ସାମିଲ ଅଛନ୍ତି ।

ଏମାନଙ୍କ ମଧ୍ୟରୁ ମୁଭେନ୍ଦୁ ଫର୍ନ୍ନାଣ୍ଡୋ ଏବଂ ଜେଆରି ବାନ୍ଦରସେ ଟି20 ମ୍ଯାଚ ଖେଳିବେନି । ସେହିପରି ଭାନୁକା ରାଜପକ୍ଷେ ଓ ନୁୱାନ ଥୁସାରା ଦିନିକିଆ ମ୍ଯାଚ ଖେଳିବେନି । ଏହି ପ୍ରକାର ଶ୍ରୀଲଙ୍କାର ଦିନିକିଆ ଏବଂ ଟି20 ଟିମ୍ ରେ ବଡ ଧରଣର ପରିବର୍ତ୍ତନ କରାଯାଇଛି । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମେ ଟି20 ମ୍ଯାଚ ଖେଳାଯିବାକୁ ଥିବାବେଳେ ଜାନୁୟାରୀ 3, 5 ଓ 7 ତାରିଖରେ ଯଥାକ୍ରମେ ମୁମ୍ବାଇ, ପୁନେ ଏବଂ ରାଜକୋଟରେ ମ୍ଯାଚ ଖେଳାଯିବ ।

ସେହିପରି ଜାନୁୟାରୀ 10 ତାରିଖରୁ ପ୍ରଥମ ଦିନିକିଆ ଖେଳାଯିବ ଗୌହାଟିରେ । 12 ଜାନୁୟାରୀରେ କଲିକତାରେ ଦ୍ଵିତୀୟ ଦିନିକିଆ ମ୍ଯାଚ ଏବଂ 15 ଜାନୁୟାରୀ ତିରୁବନ୍ତପୁରମରେ ତୃତୀୟ ଦିନିକିଆ ଖେଳାଯିବ । ତେବେ ଶ୍ରୀଲଙ୍କାର କେଉଁ ଦଳ ଭାରତ ଗସ୍ତରେ ଆସିବ ତାହା ଏ ପର୍ଯ୍ୟନ୍ତ ସାମ୍ନାଆଇକୁ ଆସିଗଲାଣି । ସିରିଜ ଆରମ୍ଭ ହେବାକୁ ଆଉ ମାତ୍ର 12 ଦିନ ବାକି ଥିବାବେଳେ ବର୍ତ୍ତମାନେ ଯାଏଁ ଭାରତୀୟ ଦଳ ଘୋଷଣା କରା ଯାଇନାହିଁ । ଏପରିକି ଭାରତର ଚୟନ କମିଟି ମଧ୍ୟ ଫାଇନାଲ ହୋଇନାହିଁ ।

ତେବେ ବାଂଲାଦେଶ ସହ ଖରାପ ପ୍ରଦର୍ଶନ ପରେ ଅନ୍ତତଃ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦଳ ଠାରୁ ଉତ୍ତମ ପ୍ରଦର୍ଶନ ଆଶା କରୁଛନ୍ତି କ୍ରିକେଟପ୍ରେମୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।