ଯାହା ଚାହୁଁଥିଲୁ ସେଇଆ ହେଲା, ଆମେ ବହୁତ ଖୁସି ଅଛୁ, ଦୋଷୀ ଦଣ୍ଡ ପାଇଲା… ଗୋବିନ୍ଦଙ୍କ ମୃତ୍ୟୁକୁ ନେଇ ଏଭଳି ପ୍ରତିକ୍ରିୟା ଦେଲେ ମମିତାଙ୍କ ପରିବାର

ଜେଲ ଭିତରେ ଗୋବିନ୍ଦ ସାହୁ ଆ-ତ୍ମ-ହ-ତ୍ୟା କରିବା ପରେ ଏବେ ଏନେଇ ସାରା ରାଜ୍ୟ ଉଠୁଛି ପଡୁଛି । ପୋଲିସ ତତ୍ତ୍ବାବଧାନରେ ଥିବା ଅବସ୍ଥାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ କିଭଳି ପ୍ରାଣ ହରାଇଲା ସେନେଇ ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି । ପୋଲିସର କାର୍ଯ୍ୟକଳାପକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ କରୁଛନ୍ତି ଗୋବିନ୍ଦଙ୍କ ପରିବାର ଲୋକେ । ଗତ ଏକ ବର୍ଷ ତଳେ ସ୍କୁଲ ଦିଦି ମମିତା ହତ୍ୟା ମାମଲା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା ।

ମମିତାଙ୍କ ହତ୍ୟା ମାମଲା ସହ ଜଡିତ ଅନେକ ତଥ୍ୟ ଏବେବି ରହସ୍ୟ ଘେରରେ ରହିଥିବା ବେଳେ ଏନେଇ ତଦନ୍ତ ଜାରି ରଖିଥିଲା ପୋଲିସ । ମମିତାଙ୍କୁ କାର୍ ଭିତରେ କିଭଳି ନିର୍ମମ ଭାବେ ପୋଡି ମାଟି ତଳେ ପୋତି ଦିଆ ଯାଇଥିଲା ତାହା ତ ଆପଣମାନେ ଜାଣିଥିବେ । ପୋଲିସ ତଦନ୍ତ କରିବା ପରେ ସେହି ସ୍କୁଲର ମେମ୍ବର ଗୋବିନ୍ଦ ସାହୁର ଭୂମିକାକୁ ନେଇ ପୋଲିସକୁ ସନ୍ଦେହ ହୋଇଥିଲା । ଏହାପରେ ସବୁ ତଥ୍ୟ ସାମ୍ନାକୁ ଆସିଥିଲା ଏବଂ ଗୋବିନ୍ଦ ମଧ୍ୟ ନିଜ ପାପ ସ୍ଵୀକାର କରିଥିଲା ।

ତେବେ ଏହି ମାମଲାରେ ଅନେକ ରାଜନୈତିକ ନେତା ଓ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ନେଇଏ ରାଜ୍ୟ ଉଠୁଥିଲା ପଡୁଥିଲା । ତେବେ ଏସବୁ ମଧ୍ୟରେ ଭାଙ୍ଗି ପଡିଥିଲେ ମମିତାଙ୍କ ପରିବାର । ଯୁବା ଝିଅକୁ ହରାଇ ମମିତାଙ୍କ ମା’ ଅସୁସ୍ଥ ହୋଇ ପଡିବା ସହ ଭାଙ୍ଗି ପଡିଥିଲେ । ତାଙ୍କ ବାପା ମଧ୍ୟ ଏ ମାମଲାରେ ସଠିକ ତଦନ୍ତ ହେଉ ବୋଲି ବାରମ୍ବାର ନ୍ୟାୟ ଭିକ୍ଷା କରିଥିଲେ ।

ମମିତାଙ୍କ ପରିବାର ଚାହୁଁଥିଲେ କି ଗୋବିନ୍ଦଙ୍କୁ ଫା-ଶୀ-ଦ-ଣ୍ଡ ମିଳୁ । ତେବେ ଗତକାଲି ଗୋବିନ୍ଦ ସାହୁଙ୍କ ମୃ-ତ୍ୟୁ ଖବର ସାମ୍ନାକୁ ଆସିବା ପରେ ମମିତାଙ୍କ ପରିବାର ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ମୃତ ମମିତାଙ୍କ ବାପାମା’ ଓ ଭାଇ ଏହି ଖବର ପାଇଁ ଖୁସି ଥିବା କହିଛନ୍ତି । ଟଣକ ଝିଅକୁ କଲବଲ କରି ମାରି ଦିଆ ଯାଇଥିଲା ।

ତେଣୁ ସେମାନେ ଚାହୁଁଥିଲେ କି ଦୋଷୀକୁ ଯଥାର୍ଥ ଦଣ୍ଡ ମିଳୁ ବୋଲି । ଆଇନ ସମ୍ମତ ଭାବେ ନହେଲେ ବି ଦୋଷୀ ଦଣ୍ଡ ପାଇଛି, ସେଥିପାଇଁ ସେମାନେ ଖୁସି ଥିବା କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।