ଗୋଟିଏ ଶବ୍ଦରେ ଉତ୍ତର ଦିଅ, ଏକ ବାଳକର ନାମ, ଏକ ଫିଲ୍ମର ନାମ, ଏକ ଔଷଧର ନାମ ଓ ବୃକ୍ଷର ନାମ ? ଏହା ସହିତ ଆହୁରି 15 Gk Questions & Answers

ଆଜକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ବିଭିନ୍ନ ପ୍ରକାରର ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ପଚରା ଯାଉଛି । ଅତି ସହଜ ପ୍ରଶ୍ନର ଉତ୍ତର ଦେଇ ନପାରି ଅନେକ ପରୀକ୍ଷାର୍ଥୀ ଫେଲ୍ ହୋଇ ଯାଉଛନ୍ତି । ଏପରିକି ସାଧାରଣ ଚାକିରି ଗୁଡିକରେ ମଧ୍ୟ ଏହି ପ୍ରଶ୍ନୋତ୍ତର ପଚରା ଯାଉଛି । ସେଥିପାଇଁ ଆପଣ ଯଦି କୌଣସି ଚାକିରି ବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ । ଚାଲନ୍ତୁ ଆରମ୍ଭ କରିବା ।

୧- ଏକ ଅକ୍ଟୋପସର କେତେ ଗୋଟି ହୃଦୟ ଥାଏ ?

ଉ: ୩ଟି

୨- ଅହମଦାବାଦର ଅଭୟଘାଟ ଠାରେ କାହାର ସମାଧି ପୀଠ ଅବସ୍ଥିତ ?

ଉ: ମୋରାରଜୀ ଦେଶାଇ

୩- ସର୍ବପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ଜାତିର ପିତା ଆଖ୍ୟା କିଏ ଦେଇଥିଲେ ?

ଉ: ସୁବାଷ ଚନ୍ଦ୍ର ବୋଷ

୪- ଟାଫିକ ସଙ୍କେତରେ ଷ୍ଟପ୍ ସାଇନର ଆକାର କିପରି ଥାଏ ?

ଉ: ଅଷ୍ଟଭୁଜ

୫- ଏଲୋରା ଗୁମ୍ଫା ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?

ଉ: ମହାରାଷ୍ଟ୍ର

୬- କେଉଁ କମ୍ପାନୀ ଫଟୋସପ୍ ସଫ୍ଟୱେୟାର ନିର୍ମାଣ କରିଛି ?

ଉ: ଏଡ଼ୋବ

୭- ଭାରତରେ ହିନ୍ଦୀ ଭାଷା ପରେ ଦ୍ଵିତୀୟ ସର୍ବାଧିକ ବ୍ୟବହାର କରା ଯାଉଥିବା ଭାଷା କେଉଁଟି ?

ଉ: ବଙ୍ଗଳା

୮- ଭାରତର ସବୁଠାରୁ ପୁରୁଣା ଗୀର୍ଜାଘର ସେଣ୍ଟ ଥୋମାସ ଚର୍ଚ୍ଚ କେଉଁ ରାଜ୍ୟରେ ଅବସ୍ଥିତ ?

ଉ: କେରଳ

୯- ମଣିପୁର, ବିହାର, ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡ ମଧ୍ୟରୁ ନେଉଆ ରାଜ୍ୟର ସୀମା ଚୀନ ସୀମା ସହିତ ଯୋଡି ହୋଇଛି ?

ଉ: ଅରୁଣାଚଳ ପ୍ରଦେଶ

୧୦- ଆମ୍ ଆଦମି ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ଲୋକ ଜନଶକ୍ତି ପାର୍ଟି ଓ ମହାରାଷ୍ଟ୍ର ନବ ନିର୍ମାଣ ସେନା ମଧ୍ୟରୁ କେଉଁ ରାଜନୈତିକ ଦଳ ସବୁଠାରୁ ଶେଷରେ ହୋଇଛି ?

ଉ: ଆମ୍ ଆଦମି ପାର୍ଟି

୧୧- କିଏ ଜଣେ ଭୋକିଲା ବ୍ରାହ୍ମଣ ଭେଶରେ ଅର୍ଜୁନ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ଖାଣ୍ଡବ ବନ ଜଳାଇବା ପାଇଁ ସାହାଯ୍ୟ ମାଗିଥିଲେ ?

ଉ: ଅଗ୍ନିଦେବତା

୧୨- ମହାଭାରତ ଅନୁସାରେ କେଉଁ ପକ୍ଷୀ ଦମୟନ୍ତୀଙ୍କୁ ନଳଙ୍କର ଗୁଣ ବର୍ଣ୍ଣନା କରିଥିଲା ଯାହାଫଳରେ ପରବର୍ତ୍ତୀ ସମୟରେ ସେମାନଙ୍କର ବିବାହ ହୋଇଥିଲା ?

ଉ: ହଂସ

୧୩- କେଉଁ ଦେଶ ଉପହାର ସ୍ଵତୁପ ଯୁକ୍ତରାଷ୍ଟ୍ର ଆମେରିକାକୁ ‘ଷ୍ଟାଚ୍ୟୁ ଅପ ଲିବର୍ଟି’ ପ୍ରଦାନ କରିଥିଲା ?

ଉ: ଫ୍ରାନ୍ସ

୧୪- କ୍ରିକେଟରେ କେଉଁ ଫିଲଡିଙ୍ଗ ପୋଜିସନ ଷ୍ଟ୍ରାଇକରେ ଥିବା ବ୍ୟାଟ୍ସମ୍ୟାନଙ୍କ ଠାରୁ ସବୁଠାରୁ ପାଖ ?

ଉ: ସିଲି ପଏଣ୍ଟ

୧୫- ଗୋଟିଏ ଶବ୍ଦରେ ଉତ୍ତର ଦିଅ- ଏକ ବାଳକର ନାମ, ଏକ ଚଳଚ୍ଚିତ୍ରର ନାମ, ଏକ ଔଷଧର ନାମ ଓ ବୃକ୍ଷର ନାମ ?

ଉ: ଅଶୋକ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।