Astro Tips:- ଏହି ଗୋଟିଏ ଫଟୋ ଆପଣଙ୍କ ଘରକୁ ବରବାଦ କରି ଦେଇପାରେ , କେଉଁ ଫଟୋ ଲଗେଇଲେ ଘରକୁ ଆସିଥାଏ ଧନ, ସମ୍ପତି

ଆମ ଘରେ ସବୁବେଳେ ସମସ୍ଯା ଲାଗି ରହିଥାଏ ଓ ଅନେକ ସମୟରେ ଆମେ ଏହାର କାରଣ ବୁଝିପାରି ନଥାଉ । ସବୁ ଠିକ ଥାଇ ମଧ୍ୟ ଯଦି ଘରର ବାସ୍ତୁଦୋଷ ରହିଥାଏ ତେବେ ଜୀବନରେ ସମସ୍ଯା ଲାଗି ରୁହେ । ଘରେ ଆମେ ଯାହାବି ଫଟୋ ଲଗେଇ ଥାଉ ତାହା ସବୁବେଳେ ଆମ ନଜରରେ ଆସିଥାଏ । ତେଣୁ ଘରେ ଫଟୋ ଲଗାଇବା ବେଳେ ମଧ୍ୟ ବାସ୍ତୁ ବିଚାର କରି ଫଟୋ ଲଗାଇବା ଉଚିତ । ଏହାଦ୍ବାରା ଘରର ସମସ୍ଯା ଦୂର ହେବା ସହ ସୁଖଶାନ୍ତି ବଜାୟ ରହିଥାଏ ।

ଘରେ ଯେଉଁ ଫଟୋ ଆମେ ଲଗାଇଥାଉ ଏହାର ପ୍ରଭାବ ଆମ ଜୀବନ ଓ ଭାଗ୍ୟ ଉପରେ ପଡିଥାଏ । ତେଣୁ ଏସବୁ ବିଷୟରେ ଆମ ବାସ୍ତୁଶାସ୍ତ୍ର ଏବଂ ଧର୍ମଗ୍ରନ୍ଥ ମାନଙ୍କରେ ବର୍ଣ୍ଣନା କରାଯାଇଛି । ଧର୍ମ ଗ୍ରନ୍ଥ ମାନଙ୍କରେ ଉଲ୍ଲେଖ ଥିବା ନିୟମ ସବୁ ଅନୁସରଣ କରିବା ଦ୍ଵାରା ଆମେ ଏକ ସୁଖୀ ଜୀବନଯାପନ କରିପାରିବା । ସେଥିପାଇଁ ଆମ ଘରର ଡ୍ରଇଂ ରୁମ୍ ଏବଂ ବେଡରୁମ୍ ଆଦିରେ କେଉଁ ସବୁ ଫଟୋ ଲଗାଇବା ଦ୍ଵାରା ଆମେ ଏହାର ଶୁଭଫଳ ପାଇବା ତାହା ଆଜି ଆମେ ଜାଣିବା ।

ଅନେକଙ୍କ ଘରେ ପୌରଣିକ ଯୁଦ୍ଧ ସମୟର ଫଟୋ ଥିବା ଦେଖିବାକୁ ମିଳେ । ପ୍ରଥମ କଥା ହେଉଛି ଆପଣ ଘରେ ରାମାୟଣ ଓ ମହାଭାରତ ସମୟର ଅବା ଯେକୌଣସି ଯୁଦ୍ଧ ଫଟୋ ଘରେ ଲଗାନ୍ତୁ ନାହିଁ । ଯଦି ଆପଣ ଘରେ ଏହିପରି ଫଟୋ ଲଗାଉଛନ୍ତି ତେବେ ଆପଣଙ୍କ ଉପରେ ଏହା ବହୁମାତ୍ରାରେ ପ୍ରଭାବ ପକାଇବ ଓ ସବୁବେଳେ ଆପଣଙ୍କ ଘରେ କଳିଝଗଡା ଲାଗି ରହିବ ।

କିନ୍ତୁ ଭଗବାନ ଶ୍ରୀରାମଙ୍କ ଦରବାର ଲାଗିଥିବା ଫଟୋ ଘରେ ଲଗାଇବା ଦ୍ଵାରା ଘରକୁ ସୁଖ, ସୌଭାଗ୍ୟ ପ ପରିବାର ଲୋକଙ୍କ ମନରେ ପ୍ରେମଭାବ ବଢିବ । ସେହିପରି ଭଗବାନ ଶ୍ରୀକୃଷ୍ଣ ଗୋଟିଏ ଗୋଡରେ ଠିଆ ହୋଇ ବଂଶୀ ବଜାଉଥିବେ ଓ ପଛପଟେ ଗୋମାତା ଥିବା ଫଟୋ ମଧ୍ୟ ଘରେ ଲଗାଇବା ଦ୍ଵାରା ସୌଭାଗ୍ୟର କାରଣ ହୋଇଥାଏ ଓ ଧନପ୍ରାପ୍ତିର ମାର୍ଗ ମଧ୍ୟ ଫିଟିଥାଏ ।

ଘୁଷୁରି, ଶିଆଳ, ସାପ, ଗଧ, ପେଚା ଓ କୁଆ ଆଦି ପ୍ରାଣୀଙ୍କର ଫଟୋ ଘରେ ଆଦୌ ଲଗାଇବା ଉଚିତ ନୁହେଁ । ଏହାଦ୍ବାରା ଆପଣଙ୍କ କର୍ମ କ୍ଷେତ୍ର ଓ ରୋଜଗାରରେ ବହୁ ବାଧା ଦେଖାଦେବ । ବେଡରୁମ୍ ରେ ଦୁଇଟି କପୋତ ପକ୍ଷୀ ଥିବା ଫଟୋ ଲଗାଇବା ଦ୍ଵାରା ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ଗଭୀର ହୋଇଥାଏ ଓ ସମ୍ପର୍କ ମଜବୁତ ରହିଥାଏ ।

ଘରର ମୁଖ୍ୟଦ୍ଵାରରେ ଓଁ, ଭଗବାନ, ଶ୍ରିଗଣେଶ, ମଙ୍ଗଳ କଳସ, ମୀନ। ସ୍ଵସ୍ତିକ ଓ ଗାୟତ୍ରୀ ମନ୍ତ୍ର ଆଦିର ଫଟୋ ଲଗାଇବା ଦ୍ଵାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ । ଆପଣ ଯଦି କେଉଁଠି ରାଜହଂସ ପହଁରୁଥିବା ଫଟୋ ଦେଖୁଛନ୍ତି ତେବେ ତାକୁ ତୁରନ୍ତ ଆଣି ଘରେ ଲଗାନ୍ତୁ । ଏହା ଘରକୁ ଧନ ଆସିବାର ମାର୍ଗ ଖୋଲି ଦେଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।