ଗୋଟିଏ ହନୁମାନ ଭକ୍ତ ମଧ୍ୟରେ ଥାଏ ଏହି ୫ଟି ଅଭ୍ୟାସ, ଜାଣନ୍ତୁ କଣ ଆପଣ ବି ଅଛନ୍ତି ଏଥିରେ ସାମିଲ

ହନୁମାନ ସେହି ଦେବତାମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଯାହାଙ୍କୁ ସର୍ବଦା ଅମର ରହିବା ପାଇଁ ବରଦାନ ମିଳିଛି । ଏହି କାରଣ ଅଟେ କି ହନୁମାନ ଭକ୍ତମାନଙ୍କର ପ୍ରାର୍ଥନା ଜଲ୍ଦି ଶୁଣି ନିଅନ୍ତି । ଏମିତି କୁହାଯାଏ କି ଯେଉଁ ବ୍ୟକ୍ତି ହନୁମାନଙ୍କୁ ପ୍ରସନ୍ନ କରିଥାଏ ତାହାର ସବୁ ସଙ୍କଟ ଦୂର ହୋଇଯାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଗୋଟିଏ ହନୁମାନ ଭକ୍ତ କିଏ ହୋଇଥାଏ ଓ ତାହା ମଧ୍ୟରେ କଣ କଣ ଗୁଣ ଥାଏ । ଆଜି ଆମେ ଆପଣଙ୍କୁ ଏହା ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ । ଯଦି ଆପଣ ଏହି ଅଭ୍ୟାସ ଗୁଡିକୁ ଆପଣାନ୍ତି ତେବେ ଆପଣ ଏକ ସଚ୍ଚା ହନୁମାନ ଭକ୍ତ ହୋଇ ପାରିବେ ।

୧. ସକାଳ ସନ୍ଧ୍ୟା ପୂଜା :

ଯଦି ଆପଣ ଜଣେ ସଚ୍ଚା ହନୁମାନ ଭକ୍ତ ଅଟନ୍ତି ତେବେ ସକାଳେ ଓ ସନ୍ଧ୍ୟା ସମୟରେ ଆପଣ ସବୁଦିନ ହନୁମାନଙ୍କର ଆଶୀର୍ବାଦ ନିଅନ୍ତୁ ଓ ଏହା ସହିତ ତାଙ୍କ ସମ୍ମୁଖରେ ତେଲର ଦୀପବି ଜଳାନ୍ତୁ ।

୨. ନିୟମିତ ରୂପରେ ହନୁମାନ ଚାଳିଶାର ପାଠ :

ଜଣେ ସଚ୍ଚା ହନୁମାନ ଭକ୍ତ ଏହା ଜାଣିଥାଏ କି ପ୍ରତ୍ୟେକ ଶନିବାର ଓ ମଙ୍ଗଳବାର ଦିନ ହନୁମାନ ଚାଳିଶା ପଢିବାର କଣ କଣ ମହତ୍ଵ ରହିଛି । ନିୟମିତ ରୂପରେ ହନୁମାନ ଚାଳିଶା ପଢିବା ଦ୍ଵାରା ଆପଣଙ୍କ ମନ ସକରାତ୍ମକ ରହିଥାଏ ।

୩. ଦାନ ଧର୍ମ :

ଜଣେ ହନୁମାନ ଭକ୍ତ ଅନ୍ୟକୁ ଦାନ ଦେବାରେ କେବେ ବି ପଛ ଘୁଞ୍ଚା ଦେଇ ନ ଥାଏ । ଅର୍ଥାତ ଆପଣ ନିଜର ଆର୍ଥିକ ସ୍ଥିତି ଅନୁସାରେ କିଛି ବି ଦାନ କରି ପାରିବେ । କେବଳ ଏତିକି ଧ୍ୟାନ ରଖିବାର ଅଛି କି ଆପଣ ଦାନ କରିବା ସମୟରେ ନିଜର ମନକୁ ନିର୍ମଳ ରଖିଥିବେ, ନଚେତ ଆପଣଙ୍କୁ କୌଣସି ବି ଲାଭ ମିଳିବ ନାହିଁ ।

୪. ଅନ୍ୟ ବ୍ୟକ୍ତିକୁ ସାହାର୍ଯ୍ୟ :

ଜଣେ ହନୁମାନ ଭକ୍ତ ଅନ୍ୟକୁ ସାହାର୍ଯ୍ୟ କରିବା ପାଇଁ ସବୁବେଳେ ଆଗରେ ଥାଏ, ଖାସକରି ଯେତେବେଳେ କୌଣସି ମହିଳା, ଶିଶୁ କିମ୍ବା ବୟସ୍କ ବ୍ୟକ୍ତିଙ୍କୁ ସାହାର୍ଯ୍ୟର ଆବଶ୍ୟକତା ଥାଏ ।

୫. ମହିଳାମାନଙ୍କୁ ସମ୍ମାନ :

ଜଣେ ହନୁମାନ ଭକ୍ତ କେବେ ବି ମହିଳାମାନଙ୍କୁ ଅପମାନ କରି ନ ଥାଏ । ସେମାନେ ସବୁବେଳେ ମହିଳାମାନଙ୍କୁ ନିଜ ମା’ ଭଉଣୀ ରୂପରେ ଦେଖିଥାନ୍ତି । ତାଙ୍କ ସହିତ ଭଲ ବ୍ୟବହାର ବି କରିଥାନ୍ତି ।