ମାଇଣ୍ଡ ପାୱାର ଠୁ ନେଇ ନିଜର ପୁରୁଷତ୍ୱ କୁ ବଢାଇବାକୁ ଚାହୁଁଥିଲେ ନିଜ ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ – ପୁରୁଷମାନେ ନିଶ୍ଚୟ ପଢନ୍ତୁ

ଯେତେବେଳେ ବି ଫିଟ ରହିବାର କଥା ଆସେ ତେବେ ଡ୍ରାଏ ଫ୍ରୁଟ୍ସର ନାମ ପ୍ରଥମେ ଆସିଥାଏ । ଡ୍ରାଏ ଫ୍ରୁଟ୍ସ ଖାଇବା ଦ୍ଵାରା ବ୍ୟକ୍ତି ସୁସ୍ଥ ସବଳ ରହିଥାଏ। ଡ୍ରାଏ ଫ୍ରୁଟ୍ସ ଖାଇବା ଦ୍ଵାରା ଆପଣ ବିଭିନ୍ନ ରୋଗରୁ ମଧ୍ୟ ବଞ୍ଚି ପାରିବେ । ସେଥିପାଇଁ ଆମେ କାଜୁ, ବାଦାମ, ଏବଂ କିସମିସ ଇତ୍ୟାଦି ଖାଇଥାଉ ।

କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ସବୁ ମଧ୍ୟରୁ ସବୁଠୁ ଲାଭଦାୟକ ଅଂଜୀର ହୋଇଥାଏ । ଅଂଜୀର ଖାଇବା ଦ୍ଵାରା ଆପଣ ଫିଟ ରହିଥାନ୍ତି ଏବଂ ଏହା ଆପଣଙ୍କୁ ଅନେକ ଗୁଡିଏ ସମସ୍ୟାରୁ ମଧ୍ୟ ବଞ୍ଚାଇଥାଏ । ତେବ ଚାଲନ୍ତୁ ଜାଣିବା କି ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ କଥା ଅଛି ?

ଅଂଜୀରର ଲାଭଦାୟକ

ଖଟା, ମିଠା ଏବଂ ପୋଷାକ ତତ୍ଵରେ ଭରପୁର ଅଂଜୀର ସମସ୍ତଙ୍କୁ ଖାଇବା ଉଚିତ । ଅଂଜୀରରେ ଆୟରନ, ଭିଟାମିନ, ପୋଟାସିୟମ, ସୋଡିୟମ, ଜିଂକ ଏବଂ ଫସ୍ଫୋରିକ ଏସିଡ ମିଳିଥାଏ । ଯାହା ଆପଣଙ୍କୁ ଫିଟ ରଖିବାରେ ସାହାର୍ଯ୍ୟ କରିଥାଏ । ଅଂଜୀର ସହିତ ଜଡିତ କିଛି ଏମିତି ଲାଭଦାୟକ ଜିନିଷ ବିଷୟରେ କହିବୁ ଯାହାକୁ ଆପଣ ସବୁଦିନ ଖାଇବା ପାଇଁ ନିଜକୁ ଅଟକାଇ ପାରିବେ ନାହିଁ । ତେବ ଚାଲନ୍ତୁ ଜାଣିବା ଅଂଜୀର ଖାଇବା ଦ୍ଵାରା କଣ ଲାଭ ହୋଇଥାଏ ।

ପିମ୍ପଲ୍ସ ଦୂର କରିବା

ଯଦି ଆପଣ ପିମ୍ପଲ୍ସ ଦ୍ଵାରା ଅସୁବିଧାରେ ଅଛନ୍ତି ତେବେ ଆପଣ ଅଂଜୀର ନିଶ୍ଚିତ ଖାଇବା ଉଚିତ । ଏହା ପାଇଁ ଆପଣ ଅଂଜୀରରକୁ ଭାଙ୍ଗି ତାହାକୁ ପାଣିରେ ଭିଜେଇ ଦିଅନ୍ତୁ ଏବଂ ସକାଳୁ ଉଠି ଖାଲି ପେଟରେ ଅଂଜୀରକୁ ଏବଂ ସେହି ପାଣିକୁ ଖାଆନ୍ତୁ । ଏହା ଦ୍ଵାରା ବହୁତ ଜଲ୍ଦି ଆପଣଙ୍କର ପିମ୍ପଲ୍ସ ଦୂର ହୋଇଯିବ ।

ସ୍ମରଣ ଶକ୍ତି ବଢାଇବା

ଯଦି ଆପଣଙ୍କର ସ୍ମରଣ ଶକ୍ତି କମ ଅଛି ତେବେ ଆପଣ ଅଂଜୀର ଖାଇବା ଉଚିତ । ଏଥିପାଇଁ ଆପଣ ଅଂଜୀର, ୫ ଟି ବାଦାମ ଏବଂ ୧୦ଟି ପିସ୍ତା ରାତିରେ ପାଣିରେ ଭିଜେଇ ରଖିଦିଅନ୍ତୁ ଏବଂ ସକାଳୁ ଉଠି ଏହାର ପାଣି ପିଅନ୍ତୁ । କିନ୍ତୁ ଆପଣ ଏହାକୁ ଖାଲି ପେଟରେ ଖାଇବା ଉଚିତ ।

ପୁରୁଷତ୍ଵ ଶକ୍ତି ବଢାଇବ

ଯଦି ଆପଣଙ୍କର ରୋମାଂସ ଲାଇଫ ବେରଙ୍ଗୀ ହୋଇଯାଇଛି କିମ୍ବା ଆପଣ ଅଳ୍ପ ରୋମାଂସ କରି ଥକି ଯାଉଛନ୍ତି, ତେବ ଆପଣ ସବୁଦିନ ସକାଳେ ତିନୋଟି ଅଂଜୀରକୁ ପାଣିରେ ଭିଜେଇ ଦିଅନ୍ତୁ ଏବଂ ରାତିରେ କ୍ଷୀର ସହ ମିଶାଇ ପିଅନ୍ତୁ ।

ଓଜନ କମାଇବା

ଯଦି ଆପଣ ନିଜର ଓଜନ ବଢିଯିବାର ସମସ୍ୟାରେ ଅଛନ୍ତି ତେବ ଆପଣ ସକାଳେ ଦୁଇଟି ଅଂଜୀର ଖାଇବା ଦ୍ଵାରା ଆପଣଙ୍କର ଓଜନ ଜଲ୍ଦି କମିଯାଇଥାଏ । କିନ୍ତୁ ଆପଣଙ୍କୁ ଯଦି କୌଣସି ରୋଗ ଅଛି ତେବ ଆପଣ ଡାକ୍ତରଙ୍କର ପରାମର୍ଶ ନେଇ ଖାଇବା ଉଚିତ ।

ଆପଣଙ୍କୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ କେମିତି ଲାଗିଲା ନିଶ୍ଚୟ ଜଣାଇବେ, ଆଗକୁ ମଧ୍ୟ ଏହି ଭଳି ସ୍ୱାସ୍ଥ୍ୟ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ।