ଭୁଲରେ ବି କାହାକୁ ଦାନ କରନ୍ତୁ ନାହିଁ ଏହି ୫ଟି ଜିନିଷ, ନଚେତ ଜୀବନରେ ଆସିପାରେ ଅନେକ ସମସ୍ୟା

ଧାର୍ମିକ ଶାସ୍ତ୍ର ଅନୁସାରେ ଦାନ କରିବାକୁ ପୂଣ୍ୟ ବୋଲି କୁହାଯାଇଛି । କୁହାଯାଏ କି ଦାନ କରିବା ଦ୍ଵାରା ବ୍ୟକ୍ତିର ବହୁତ ସମସ୍ୟା ଦୂର ହେବାକୁ ଲାଗିଥାଏ । କିନ୍ତୁ କିଛି ଲୋକ ଅଜଣତାରେ କିଛି ଏମିତି ଜିନିଷ ଦାନ କରି ଦେଇଥାନ୍ତି ଯାହା ତାଙ୍କ ଜୀବନରେ ବହୁତ ସମସ୍ୟାର କାରଣ ହୋଇଯାଏ । ପ୍ରକୃତରେ କିଛି ଜିନିଷ ଦାନ କରିବାର ଓଲଟା ପ୍ରଭାବ ତାଙ୍କ ଜୀବନରେ ପଡିବାକୁ ଲାଗେ ।

ସେଥିପାଇଁ ଆଜି ଆମେ ଆପଣଙ୍କୁ ଏହିଭଳି ୫ଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦାନ କରିବା ଦ୍ଵାରା ଆପଣଙ୍କୁ ସମସ୍ୟା ହୋଇପାରେ ।

କପଡା ଦାନ କରିବା

ଶାସ୍ତ୍ର ଅନୁସାରେ କୌଣସି ବି ନିର୍ବସ୍ତ୍ରକୁ କପଡା ଦାନ କରିବା ପୂଣ୍ୟ ବୋଲି କୁହାଯାଇଛି । କିନ୍ତୁ କାହାକୁ ବି ପୁରୁଣା କିମ୍ବା ପିନ୍ଧିଥିବା କପଡା ଦାନ କରିବା ଉଚିତ ନୁହେଁ । ଯଦି ଆପଣ କୌଣସି କପଡା ଦାନ କରିବାକୁ ଚାହୁଁଛନ୍ତି ତେବେ ଏମିତି କପଡା ଦାନ କରନ୍ତୁ ଯାହା ନୂଆ ହୋଇଥିବ କିମ୍ବା କେହି ବି ତାକୁ ପିନ୍ଧି ନ ଥିବ । ପୁରୁଣା କପଡା ଦାନ କରିବା ଦ୍ଵାରା ପ୍ରାୟତଃ ଘରକୁ କୌଣସି ନା କୌଣସି ରୋଗ ଆସିଥାଏ ।

ତେଲ ଦାନ କରିବା

ଶାସ୍ତ୍ର ଅନୁସାରେ ତେଲ ଦାନ କରିବା ଶୁଭ ହୋଇଥାଏ । କିନ୍ତୁ ଧ୍ୟାନ ରଖିବେ କି କେବେ ବି କାହାକୁ ଖରାପ ତେଲ କିମ୍ବା ବ୍ୟବହାର କରାଯାଇଥିବା ତେଲ ଦାନ କରିବେ ନାହିଁ । ଏହିଭଳି କରିବା ଦ୍ଵାରା ଶନିଦେବ କ୍ରୋଧିତ ହୋଇ ଯାଆନ୍ତି ଓ ଏହାର ଖରାପ ପ୍ରଭାବ ଆପଣଙ୍କ ପରିବାର ଉପରେ ପଡିଥାଏ ।

ଷ୍ଟିଲ ବାସନ କିମ୍ବା ବସ୍ତୁ

କେବଳ ଏତିକି ନୁହେଁ ଷ୍ଟିଲ ବାସନ କିମ୍ବା ବସ୍ତୁକୁ ଦାନ କରିବା ବି ଉଚିତ ନୁହେଁ । ଶାସ୍ତ୍ର ଅନୁସାରେ ଯଦି ଆପଣ ଷ୍ଟିଲ ବାସନ କିମ୍ବା ବସ୍ତୁ ଦାନ କରୁଛନ୍ତି ତେବେ ଆପଣଙ୍କ ଘରର ସୁଖ – ଶାନ୍ତି ସବୁଦିନ ପାଇଁ ଚାଲିଯାଇଥାଏ ।

ବାସି ଖାଦ୍ୟ ଦାନ କରିବା

ଲୋକମାନେ ପ୍ରାୟତଃ ବଞ୍ଚିଥିବା ଖାଦ୍ୟ କିମ୍ବା ବାସି ଖାଦ୍ୟ ଦାନ କରି ଦିଅନ୍ତି । କହିବାକୁ ଗଲେ ଖାଦ୍ୟ ଦାନ କରିବା ପୂଣ୍ୟର କାମ ଅଟେ । କିନ୍ତୁ ବାସି ଖାଦ୍ୟ କିମ୍ବା ବଞ୍ଚିଥିବା ଖାଦ୍ୟ ଦାନ କରିବା ଦ୍ଵାରା ଆପଣ ସଙ୍କଟରେ ପଡି ପାରନ୍ତି । କେବେ ବି ବାସି ଖାଦ୍ୟ କାହାକୁ ଖାଇବାକୁ ଦିଅନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ ।

ଝାଡୁ ଦାନ

କେବେ ବି କୌଣସି ବ୍ୟକ୍ତିଙ୍କୁ ନିଜର ଝାଡୁ ଦାନ କରିବା ଉଚିତ ନୁହେଁ । ଶାସ୍ତ୍ର ଅନୁସାରେ ଝାଡୁ ଦାନ କରିବା ଅଶୁଭ ହୋଇଥାଏ । ଝାଡୁ ଦାନ କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ରାଗି ଯାଆନ୍ତି । ଯେଉଁ ବ୍ୟକ୍ତି ଝାଡୁର ଦାନ କରିଥାଏ ତା’ ଘରେ କେବେ ବି ଆର୍ଥିକ ଉନ୍ନତି ହୋଇ ନଥାଏ ।