ସର୍ଜିକାଲ ଷ୍ଟ୍ରାଇକ ର ଆବଶ୍ୟକତା ନାହିଁ, କେବଳ ଏହି ଗୋଟିଏ ବଟନ ଦବାଇ ପାକିସ୍ଥାନକୁ ମାଟିରେ ମିଶାଇ ପାରିବେ ମୋଦୀ

ପୁଲବାମା ଆକ୍ରମଣ ପରେ ପାକିସ୍ଥାନ ଠାରୁ ପ୍ରତିଶୋଧ ନେବାର ଦାବି ପୁରା ଦେଶ କରୁଛି । କୁହାଯାଉଛି ଭାରତ ସହିଦ ମାନଙ୍କର ପ୍ରତିଶୋଧ ନେବା ପାଇଁ ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ କରିବ । ସେମିତି ବି ଏହି ଥର ସରିଜିକାଲ ଷ୍ଟ୍ରାଇକର ଆବଶ୍ୟକତା ନାହିଁ, ଲୋକଙ୍କ ମଧ୍ୟରେ କ୍ରୋଦ୍ଧ ଅଧିକ ଅଛି ତେବେ ସରକାରଙ୍କୁ ବଡ ଆକ୍ରମଣ କରିବାକୁ ପଡିବ ଓ ସବୁଠୁ ବଡ ଆକ୍ରମଣ ତ ନିଜେ ମୋଦୀ ହିଁ କରି ପାରିବେ ।

ଆଜ୍ଞା ହଁ, ମୋଦୀ ଗୋଟିଏ ବଟନ ହିଁ ଦାବିଲେ ପାକିସ୍ତାନ ମାଟିରେ ମିଶିଯିବ । ଆଜ୍ଞା ହଁ, ପରମାଣୁ ଆକ୍ରମଣର ବ୍ୟବସ୍ଥା ଭାରତରେ ଟିକେ ଅଲଗା ଅଟେ । ଏଠାରେ ତିନି ସେନାର ସର୍ବୋଚ୍ଚ କମାଣ୍ଡର ରାଷ୍ଟ୍ରପତି ହୋଇପାରନ୍ତି କିନ୍ତୁ ସେ ପରମାଣୁ ଆକ୍ରମଣର ଆଦେଶ ଦେଇ ପାରିବେ ନାହିଁ । ଭାରତରେ ପରମାଣୁ ଆକ୍ରମଣର ଆଦେଶ ଦେବାର ଅଧିକାର ଦେଶର ପ୍ରଧାନ ମନ୍ତ୍ରୀଙ୍କ ପାଖରେ ଥାଏ ।

ଏହାର କାରଣ ହେଲା ଦେଶର ପିଏମ ଜନତାଙ୍କ ଦ୍ଵାରା ବଛାଯାଇଥିବା ପ୍ରତିନିଧି ମାନଙ୍କର ନେତା ହୋଇଥାନ୍ତି । ଏଥିପାଇଁ ଲୋକତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ ପିଏମ ଙ୍କ ପାଖରେ ଏହି ଅଧିକାର ଅଛି । ଏହି ମାମଲାରେ PM ଙ୍କୁ ନିର୍ଣ୍ଣୟ ନେବାରେ ଉପଦେଶ ଦେବା ପାଇଁ ଏକ ଲୋକତାନ୍ତ୍ରିକ ପ୍ରକ୍ରିୟା ଅଛି ଯେଉଁଥିରେ ରାଷ୍ଟ୍ରୀୟ ସୁରକ୍ଷା ଉପଦେଶକର୍ତ୍ତା, ତିନି ସେନାର ପ୍ରମୁଖ ଓ ଷ୍ଟ୍ରାଟାଜିକ କମାଣ୍ଡ (ଯାହାକୁ ଆକ୍ରମଣ କରିବାକୁ ପଡେ) ସାମିଲ ହୋଇଥାନ୍ତି ।

ଦୁନିଆରେ ଛୋଟ ବଡ 9ଟି ଦେଶଙ୍କ ପାଖରେ ପରମାଣୁ ଅସ୍ତ୍ର ଅଛି । ସବୁ ଦେଶରେ ପରମାଣୁ ଆକ୍ରମଣ ପାଇଁ ଗୋଟିଏ ବ୍ୟବସ୍ଥା କରାଯାଇଥାଏ । ପ୍ରତ୍ୟେକ ଦେଶରେ ଏହି ପ୍ରକାରର ପରମାଣୁ ବ୍ୟବସ୍ଥାକୁ ଗୋଟିଏ ବ୍ୟକ୍ତି ଲିଡ କରିଥାଏ । ଅଧିକାଂଶ ଦେଶରେ ସେହି ବ୍ୟକ୍ତି ଦେଶର ରାଷ୍ଟ୍ରାଧ୍ୟକ୍ଷ ହୋଇଥାନ୍ତି । ପରମାଣୁ ଆକ୍ରମଣ ନିର୍ଣ୍ଣୟର ଏହି ବ୍ୟବସ୍ଥାକୁ ସାଧାରଣ ଭାଷାରେ ପରମାଣୁ ବଟନ କୁହାଯାଇଥାଏ ।