ଗୋଟିଏ ଭୁଲ କାରଣରୁ ମାତା ସୀତାଙ୍କୁ ଭୋଗିବାକୁ ପଡିଲା ଏହି ଦୁଃଖ, ଜାଣନ୍ତୁ ତାଙ୍କର ନିନ୍ଦା କରିଥିବା ଧୋବୀର ପୂର୍ବ ଜନ୍ମର କଥା!

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜୀବନ ଉପରେ ଗୋଟିଏ ପ୍ରଶ୍ନ ଆଜି ବି ଅଛି । ଯାହାକୁ ପଚାରି ପଚାରି ଲୋକାମାନେ ଆଜି ବି ତାଙ୍କର ମର୍ଯ୍ୟାଦା ଓ ଚିନ୍ତାଧାରା ଉପରେ ପ୍ରଶ୍ନ ଉଠାନ୍ତି । ନିଜ ଜୀବନର ମର୍ଯ୍ୟାଦାକୁ ନିର୍ବାହ କରିବାରେ ଭଗବାନ ଶ୍ରୀରାମ ଏକ ବଡ ଭୁଲ କରିଦେଲେ । ଯେଉଁ କାରଣରୁ କେହି ବି ଅଧର୍ମୀ, ଆସ୍ଥା ରହିତ ବ୍ୟକ୍ତି ତାଙ୍କ ଉପରେ ଆଙ୍ଗୁଠି ଉଠାଇ ଦେଇଥାଏ ।

ଶ୍ରୀରାମ ନିଜର ପତ୍ନୀ ସୀତାଙ୍କୁ ଏକ ଧୋବୀର ପ୍ରଶ୍ନ ପାଇଁ ତ୍ୟାଗ କରି ଦେଇଥିଲେ :

ଭଗବାନ ଶ୍ରୀ ରାମ ନିଜର ପତ୍ନୀଙ୍କୁ ଏକ ଧୋବୀର ପ୍ରଶ୍ନରେ ତ୍ୟାଗ କରିଦେଲେ ଓ ସେତେବେଳ ମାତା ସୀତା ଗର୍ଭବତୀ ଥିଲେ ଓ ତାଙ୍କୁ ଜଙ୍ଗଲରେ ରହିବାକୁ ପଡିଥିଲା । କିନ୍ତୁ ପୁରାଣରେ କୌଣସି ବି କଥା ବିନା କାରଣରେ ହୁଏ ନାହିଁ । ସୀତାଙ୍କର ଜଙ୍ଗଲ ଯିବା ଓ ଭଗବାନ ଶ୍ରୀରାମଙ୍କ ଦ୍ଵାରା ତାଙ୍କର ତ୍ୟାଗ କରିବା ପଛରେ ବି ଏକ ବଡ ରୋଚକ କାହାଣୀ ଅଛି ।

ମିଥିଲା ନଗରୀର ଜନକ ନାମକ ଜଣେ ରାଜା ଥିଲେ, ଥରେ ସେ ଯଜ୍ଞ ପାଇଁ ଚାଷ କରୁଥିଲେ, ସେହି ସମୟରେ ମା ପୃଥିବୀରେ ହଳ ଦ୍ଵାରା ପ୍ରସ୍ତୁତ ରେଖାରୁ ଏକ କନ୍ୟାର ପ୍ରାଦୁର୍ଭାବ ହେଲା, ସେହି କନ୍ୟାଟି ବହୁତ ସୁନ୍ଦର ଥିଲା । ତାହାକୁ ଦେଖି ରାଜା ବହୁତ ଖୁସି ହେଲେ ଓ ରାଜାଙ୍କର କୌଣସି ସନ୍ତାନ ନଥିଲା, ସେଥିପାଇଁ ରାଜା ତାକୁ ନିଜ ପାଖରେ ରଖିନେଲେ । ରାଜା ସେହି କନ୍ୟାର ନାମ ସୀତା ରଖିଲେ ।

ଧିରେ ଧିରେ ସୀତା ବଡ ହେବାକୁ ଲାଗିଲେ, ଦିନେ ସେ ନିଜ ସଖୀମାନଙ୍କ ସହ ଉଦ୍ୟାନରେ ଖେଳୁଥିଲେ ଠିକ ସେହି ସମୟରେ ତାଙ୍କୁ ଏକ ଶୁଆ ଯୋଡି ନଜର ଆସିଲା, ଯେଉଁମାନେ କି ଏକ ପର୍ବତର ଶୀର୍ଷରେ ବସି ଏକ ରାଜା ଓ ରାଣୀର କାହାଣୀ କହୁଥିଲେ । ତାହା ଭଗବାନ ଶ୍ରୀ ରାମ ଓ ମାତା ସୀତାଙ୍କର ଜୀବନ କଥା ଥିଲା । ସେ କହୁଥିଲା କି ପୃଥିବୀରେ ଏକ ବିଖ୍ୟାତ ରାଜା ହେବେ ଯାହାଙ୍କର ନାମ ରାମ ।

ଯିଏକି ବହୁତ ସୁନ୍ଦର ହେବେ ଓ ତାଙ୍କର ଏକ ସୁନ୍ଦର ମହାରାଣୀ ଥିବେ ଯାହାଙ୍କର ନାମ ସୀତା, ଶ୍ରୀ ରାମ ୧୧ ହଜାର ବର୍ଷ ପର୍ଯ୍ୟନ୍ତ ରାଜ କରିବେ । ଏହା ପରେ ସେହି ଶୁଆ ଯୋଡି ଶ୍ରୀ ରାମ ଓ ଜାନକୀଙ୍କର ମହିମାର ବର୍ଣ୍ଣନା କରୁଥିଲେ । ମାତା ସୀତାଙ୍କୁ ପ୍ରତୀତ ହେଲା କି ସେମାନେ ତାଙ୍କ ବିଷୟରେ କଥାବାର୍ତ୍ତା କରୁଛନ୍ତି । ଏହା ପରେ ସେ ନିଜ ସଖୀମାନଙ୍କୁ ସେହି ପକ୍ଷୀ ଯୋଡାକୁ ଧରିବା ପାଇଁ କହିଲେ ।

ଏହା ପରେ ମାତା ସୀତା ସେହି ପକ୍ଷୀ ଯୋଡାକୁ ଧରିଲେ ଓ ତାଙ୍କୁ ପଚାରିଲେ କି ଯାହା ବିଷୟରେ ତୁମେ କଥାବାର୍ତ୍ତା କରୁଛୁ ସେ ରାମ ଓ ସୀତା କିଏ ? ଏହା ପରେ ଦୁଇ ଜଣ କହିଲେ କି ବାଲ୍ମୀକି ନାମକ ଏକ ଆଶ୍ରମରେ ଆମେ ରହୁ, ମହର୍ଷି ବାଲ୍ମୀକି ରାମାୟଣ ନାମକ ଏକ ଗ୍ରନ୍ଥର ରଚନା କରିଛନ୍ତି, ଓ ସେ ନିଜର ଶିଷ୍ୟମାନଙ୍କୁ ଏହି ଗ୍ରନ୍ଥକୁ ଅଧ୍ୟୟନ କରାଉଥିବା ସମୟରେ ଆମେ ଏହାକୁ ଶୁଣି ନେଇଛୁ ।

ଏହା ପରେ ଦୁଇଜଣ ଭଗବାନ ଶ୍ରୀରାମଙ୍କର ଜନ୍ମ ଠାରୁ ଆରମ୍ଭ କରି ତାଙ୍କର ବିବାହ ବିଷୟରେ ସମସ୍ତ କଥା କହିଦେଲେ । ଏହା ପରେ ପକ୍ଷୀମାନେ ସୀତାଙ୍କୁ ପଚାରିଲେ କି ଦେବୀ ତୁମେ କିଏ ? ପକ୍ଷୀଙ୍କର କଥା ଶୁଣିବା ପରେ ସୀତା ତାଙ୍କୁ ନିଜର ପରିଚୟ ଦେଲେ ଓ କହିଲେ କି ଯେତେ ଦିନ ପର୍ଯ୍ୟନ୍ତ ନିଜେ ଶ୍ରୀ ରାମ ମୋତେ ବରଣ କରି ନାହାନ୍ତି ସେତେ ଦିନ ପର୍ଯ୍ୟନ୍ତ ତୁମ ଭିତରୁ ଜଣେ ମୋ ପାଖରେ ରହିବ ।

ପକ୍ଷୀମାନେ କହିଲେ କି ଆମେ ଜଙ୍ଗଲରେ ନିବାସ କରୁ । ଏହା ପରେ ମା ଶୁଆ କହିଲା କି ମୁଁ ଗର୍ଭବତୀ ଅଟେ ଓ ମୁଁ ନିଜ ସ୍ଥାନକୁ ଯାଇ ପିଲା ଜନ୍ମ କରିବା ପରେ ଆପଣଙ୍କ ନିକଟକୁ ଫେରି ଆସିବି । କିନ୍ତୁ ସୀତା ତାଙ୍କୁ ଛାଡିଲେ ନାହିଁ । ସେମାନେ ସୀତାଙ୍କୁ ବହୁତ ପ୍ରାର୍ଥନା କରିଲେ । ଏହା ପରେ ଦୁଖିତ ଶୁଆ ମାତା ସୀତାଙ୍କୁ ଅଭିଶାପ ଦେଲା ଓ କହିଲା କି ଯେଉଁ ଭଳି ତୁମେ ମୋତେ ମୋ ସ୍ଵାମୀଙ୍କ ଠାରୁ ଅଲଗା କରୁଛ ସେହି ଭଳି ତୁମେ ବି ଗର୍ଭବତୀ ହୋଇ ନିଜ ସ୍ଵାମୀ ଠାରୁ ଅଲଗା ହୋଇଯିବ । ଏହା ପରେ ମା ଶୁଆଟି ନିଜର ପ୍ରାଣ ଦେଇଦେଲା ।

ଏହି କଥାରେ ପୁରୁଷ ଶୁଆଟି ଦୁଖିତ ହୋଇଗଲା । କହିଲା କି ମୁଁ ମନୁଷ୍ୟ ରୂପରେ ଅଯୋଧ୍ୟାରେ ଜନ୍ମ ନେବି ଓ ମୋର ହିଁ ବାକ୍ୟରେ ତୁମକୁ ନିଜ ସ୍ଵାମୀଙ୍କୁ ତ୍ୟାଗ କରିବାକୁ ପଡିବ । ଏହିଭଳି ଭାବରେ ସୀତାଙ୍କୁ ଅପମାନ କରିବା କାରଣରୁ ସେହି ସୁଆକୁ ଧୋବୀର ଜନ୍ମ ନେବାକୁ ପଡିଲା ଓ ସେହି ଧୋବୀର ବାକ୍ୟ କାରଣରୁ ମାତା ସୀତାଙ୍କୁ ସ୍ଵାମୀଙ୍କ ଠାରୁ ଅଲଗା ହେବାକୁ ପଡିଲା ।