ଚାଣକ୍ୟ ନୀତି : ମଣିଷକୁ ସବୁବେଳେ ଏହି ତିନୋଟି ଜିନିଷରେ ହିଁ ରହିବା ଦରକାର ସନ୍ତୁଷ୍ଟ, ଜୀବନ ସ୍ଵର୍ଗ ହେଇଯିବ, ସବୁ ପୁରୁଷଙ୍କ ପାଇଁ ଜାଣିବା ନିହାତି ଜରୁରୀ

ଏମିତି କୁହାଯାଏ କି ବାହାଘର ପରେ ଝିଅମାନଙ୍କର ଜୀବନ ପୂରାପୂରି ବଦଳି ଯାଏ । କିନ୍ତୁ ଏହା ଛଡା ବି ପୁଅମାନଙ୍କର କାନ୍ଧ ଉପରେ ବିଭିନ୍ନ ଦାୟିତ୍ଵ ବି ବଢିଯାଇଥାଏ । ଯେଉଁଥିରେ ନିଜ ପତ୍ନୀର ଧ୍ୟାନ ରଖିବା ଓ ତାହାର ସମସ୍ତ ଇଚ୍ଛାକୁ ପୂରଣ କରିବା । କିନ୍ତୁ ଯଦି ଏହା ମଧ୍ୟରେ ବ୍ୟକ୍ତିର ଧ୍ୟାନ ଏପଟ ସେପଟ ହୋଇଯାଏ ତେବେ ବହୁତ ଅସୁବିଧା ହୋଇଥାଏ । ସେଥିପାଇଁ ବ୍ୟକ୍ତିକୁ ସବୁବେଳେ ଏହି ତିନୋଟି ଜିନିଷରୁ ରହିବା ଦରକାର ସନ୍ତୁଷ୍ଟ, ଚାଣକ୍ୟ ନୀତିରେ ଏହା ବିଷୟରେ କୁହା ଯାଇଛି ।

ବ୍ୟକ୍ତିକୁ ସବୁବେଳେ ଏହି ତିନୋଟି ଜିନିଷରୁ ରହିବା ଦରାକର ସନ୍ତୁଷ୍ଟ

ଚାଣକ୍ୟ ନୀତିରେ ବହୁତ କଥା କୁହାଯାଇଛି । ଯେଉଁଥିରେ ସ୍ଵାମୀ – ସ୍ତ୍ରୀ ଉପରେ କିଛି ଅଲଗା ନୀତି ଲେଖା ଯାଇଛି । ଯଦି ସ୍ଵାମୀ – ସ୍ତ୍ରୀ ଏହାକୁ ନିଜ ଜୀବନରେ ପାଳନ କରିବେ ତେବେ ତାଙ୍କର ଜୀବନ ସ୍ଵର୍ଗ ଠାରୁ ବି ସୁନ୍ଦର ହୋଇଯିବ । ଚାଣକ୍ୟଙ୍କର ଏକ ନୀତିରୁ ବୁଝି ପାରିବେ କି କେଉଁ ଜିନିଷରୁ ସନ୍ତୋଷ ରଖିବା ଦରକାର । ଓ କେଉଁ ଜିନିଷରୁ ନୁହେଁ –

ତୀନ ଠୌର ସନ୍ତୋଷ କର, ତିୟ ଭୋଜନ ଧନ ମାହିଂ ।

ଦାନନ ମେଂ ଅଧ୍ୟୟନ ମେଂ ଜପ ମେଂ କୀଜୈ ନାହିଂ ॥

ନିଜର ସ୍ତ୍ରୀ (ପତ୍ନୀ)

ସମସ୍ତ ବ୍ୟକ୍ତିଙ୍କୁ ନିଜ ପତ୍ନୀଙ୍କ ଠାରୁ ହିଁ ସନ୍ତୁଷ୍ଟ ରହିବା ଉଚିତ । ତାଙ୍କୁ ହିଁ ନିଜର ସମସ୍ତ ଭଲ ପାଇବା ଦେବା ଉଚିତ । ଯଦି ସେ କୌଣସି ଅନ୍ୟ ସ୍ତ୍ରୀ ପଛରେ ଯାଉଛନ୍ତି ତେବେ ସେ ବର୍ବାଦ ତ ହୋଇଥାନ୍ତି ଓ ସ୍ଵାମୀ – ସ୍ତ୍ରୀର ସମ୍ପର୍କ ବି ଭାଙ୍ଗି ଯାଏ । ସେଥିପାଇଁ ଅନ୍ୟ ସ୍ତ୍ରୀଙ୍କର ପଛରେ ଯିବା ଉଚିତ ନୁହେଁ । ଏହା ଛଡା ନିଜ ବୈବାହିକ ଜୀବନରେ ଖୁସି ଚାହୁଁଛନ୍ତି ତେବେ ନିଜ ପତ୍ନୀରୁ ହିଁ ସନ୍ତୁଷ୍ଟ ରୁହନ୍ତୁ ।

ଭୋଜନ

ଆମକୁ ଘରେ ଯେଉଁ ଭୋଜନ ମିଳିଥାଏ, ସେଥିରେ ହିଁ ସନ୍ତୁଷ୍ଟ ରହିବା ଉଚିତ । ଘରର ଭୋଜନ ଛାଡି ବାହାରେ ଭୋଜନ କରିଲେ ବ୍ୟକ୍ତି ଜଲ୍ଦି ରୋଗରେ ପୀଡିତ ହୋଇଥାଏ । ସେ ସବୁବେଳେ ନିଜର କ୍ଷତି କରିଥାଏ । ଓ ବିଭନ୍ନ ପ୍ରକାରର ରୋଗର ଶିକାର ହୋଇଯାଏ ।

ଧନ

ବ୍ୟକ୍ତି ଯେତିକି ଆୟ କରିଥାଏ ତାକୁ ସେଥିରେ ହିଁ ସନ୍ତୁଷ୍ଟ ରହିବା ଦରକାର । ଅଧିକ ଧନ କିମ୍ବା ଅନ୍ୟ ବ୍ୟକ୍ତିର ଧନର ଲୋଭରେ ପଡିବା ଉଚିତ ନୁହେଁ । ଯଦି ବ୍ୟକ୍ତିର ନଜର ଅନ୍ୟ ବ୍ୟକ୍ତିଙ୍କର ଧନ ଉପରେ ରହିଥାଏ, ତେବେ ସେ ଖରାପ କାମ କରିବା ପାଇଁ ପଛକୁ ଫେରେ ନାହିଁ । ଏହି କାରଣରୁ ତାକୁ ଆଗକୁ ଯାଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ ।

ଯଦି ମଣିଷ ଏହି ସବୁ କଥାକୁ ମାଣିକ୍ୟ ଚଳୁଛି ତେବେ ତା ଜୀବନ ସୁଖମୟ ହେବାରୁ କେହି ବି ଅଟକାଇ ପାରିବେ ନାହିଁ । ଲେଖାଟି ଭଲ ଲାଗିଥିଲେ ସେଆର କରିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।