ଗୋଟେ ପରିବାରରେ 4 ଜଣ କ୍ଲିୟର କଲେ UPSC, 3 ଜଣ IAS ଓ ଜଣେ IPS… ଏମାନଙ୍କ ସଫଳତାର କାହାଣୀ ଆଜିର ଯୁବପିଢିଙ୍କ ପାଇଁ ବଡ ଉଦାହରଣ

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ UPSC ପରୀକ୍ଷା ପାଇଁ ପିଲାଙ୍କୁ କଠିନ ମେହନତ କରିବା ସହ ଘଣ୍ଟା ଘଣ୍ଟା ଧରି ଏକାଗ୍ରତା ସହ ପାଢ ପଢିବାକୁ ପଡିଥାଏ । ଦିନ ରାତି ଭୁଲୁ UPSC ପାଇଁ ପ୍ରସ୍ତୂତ ହୋଇଥାନ୍ତି । ସବୁ କିଛି ଭୁଲ ପାଠ ପଢାରେ ଧ୍ୟାନ ଦେଲେ ସଫଳତା ମିଳିଥାଏ ବୋଲି କଥାରେ କୁହା ଯାଉଛି । ତେବେ ଉତ୍ତର ପ୍ରଦେଶରେ ଏପରି ଏକ ପରିବାର ରହିଛି ଯେଉଁଠି ୪ ଭାଇ ଭଉଣୀ UPSC ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଆଉ ଆଜି ୩ ଜଣ IAS ପଦ ପାଇଥିବା ବେଳେ ଆଉ ଜଣେ IPS ପଦ ହାସଲ କରିଛନ୍ତି ।

ଉତ୍ତର ପ୍ରଦେଶ ଲାଲଗଞ୍ଜ ର ଦୁଇ ଭାଇ ଓ ଦୁଇ ଭଉଣୀ ଯୋଗେଶ, ଲୋକେଶ, କ୍ଷମା ଓ ମାଧୁରୀ । ବାପା ଅନିଲ କୁମାର ମିଶ୍ର ଗ୍ରାମୀଣ ବ୍ଯାଙ୍କର ମ୍ୟାନେଜର ଅଟନ୍ତି । ପିଲାବେଳୁ ସେ ପିଲାଙ୍କ ପଢା ଉପରେ ଖୁବ ଧ୍ୟାନ ଦେଉଥିଲେ । ପିଲାଙ୍କ ସହ ବାପା ମା ମଧ୍ୟ ଦିନ ରାତି ପରିଶ୍ରମ କରୁଥିଲେ । ୪ ଭାଇ ଭଉଣୀଙ୍କ ମଧ୍ୟରେ ସବୁଠାରୁ ବଡ ହେଉଛନ୍ତି ଯୋଗେଶ ଯିଏ IAS ଅଧିକାରୀ । ଯୋଗେଶ ଲାଲଗଞ୍ଜଯରେ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ମୋତିଲାଲ ନେହେରୁ ନ୍ୟାସନାଲ ଟେକନୋଲୋଜି ଇନଷ୍ଟିଚ୍ୟୁଟ ରେ ଇଞ୍ଜିନିୟରିଙ୍ଗ କରିଥିଲେ ।

ପାଠ ପଢା ପରେ ସେ ନୋଏଡାରେ ଚାକିରି କରିଥିଲେ । ତେବେ ଚାକିରି ସହ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୂତ ଜାରି ରଖିଥିଲେ । ସେ ୨୦୧୩ରେ UPSC ପରୀକ୍ଷା ଦେଇ IAS ଅଧିକାରୀ ହୋଇଥିଲେ । ସେହିପରି ଭଉଣୀ କ୍ଷମା ମିଶ୍ର ମଧ୍ୟ ପାଠ ପଢା ପରେ ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲେ । ପ୍ରଥମ ୩ଟି ପରୀକ୍ଷାରେ ଅସଫଳ ହେଲେ ମଧ୍ୟ ହାର ମାନି ନ ଥିଲେ । ଚତୁର୍ଥ ପ୍ରୟାସରେ ସେ ସଫଳ ହୋଇଥିଲେ । ବର୍ତ୍ତମାନ କ୍ଷମା ମିଶ୍ର IPS ଅଧିକାରୀ ।

ଭଉଣୀ ମାଧୁରୀ ମିଶ୍ର ଲାଲଗଞ୍ଜର ଏକ କଲେଜରୁ ସ୍ନାତକ ହାସଲ କରିବା ପରେ ଆଲାହାବାଦକୁ ଯାଇ ସ୍ନାତକର ଶିକ୍ଷା ଶେଷ କରିଥିଲେ । ଏହା ପରେ ୨୦୧୪ ରେ ସଫଳତାର ସହ UPSC ପରୀକ୍ଷା କ୍ଲିୟର କରି ବର୍ତ୍ତମାନ ଝାଡଖଣ୍ଡର କ୍ୟାଟାର IAS ଅଧିକାରି । ଲୋକେଶ ମିଶ୍ର ୪ ଭାଇ ଭଉଣୀଙ୍କ ଠାରୁ ସାନ । ୨୦୧୫ରେ UPSC ପରୀକ୍ଷା ରେ ୪୪ତମ ସ୍ଥାନ ହାସଲ କରିଥିଲେ ଲୋକେଶ । ବର୍ତ୍ତମାନ ସେ IAS ଅଧିକାରୀ । ୪ ପୁଅ ଝିଅଙ୍କ ସଫଳତା ଦେଖି ବାପା ମା ଙ୍କ ଖୁସି କହିଲେ ନ ସରେ ।

ବାପା ଅନିଲ ମିଶ୍ର କହିଛନ୍ତି ଆଉ ଭଗବାଙ୍କ ପାଖରେ କିଛି ଅଲି ନାହି ସବୁ କିଛି ଦେଇଛନ୍ତି ୪ ପୁଅ ଝିଅ ଙ୍କ ପାଇଁ ମୁଁ ଆଜି ଗର୍ବିତ ଅନୁଭବ କରୁଛି । ତେବେ ଗୋଟେ ପରିବାରର ରେ ସମସ୍ତେ ଉଚ୍ଚ ପଦବୀ ହାସଲ କରିଛନ୍ତି ତାହା କୌଣସି କମ କଥା ନୁହେଁ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।