ବିଛା ରାଶି (Scorpio) August 2022 ମାସିକ ରାଶିଫଳ, ମାସଟି ଆପଣଙ୍କ ପାଇଁ କିପରି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ୨୦୨୨ ମସିହା ଅଗଷ୍ଟ ମାସଟି ବିଛା ରାଶିର ଲୋକଙ୍କ ପାଇଁ କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ ପ୍ରତିକାର କରିବେ । ଜ୍ଯୋତିଷ ଅନୁସାରେ ଗ୍ରହଙ୍କ ଚଳନ ଓ ସ୍ଥିତି ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ସେଥିପାଇଁ ଆମ ଜୀବନରେ କେବେ ସୁଖ ଆସିଥାଏ ତ ଆଉ କେବେ ଦୁଃଖ ଆସିଥାଏ । ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଅନୁଧ୍ୟାନ କରି କୌଣସି ବ୍ୟକ୍ତିଙ୍କ ଭାଗ୍ୟ ଓ ଭବିଷ୍ୟତ ବିଷୟରେ ଅନେକ କିଛି ଜାଣି ହୁଏ ।

କ୍ଯାରିୟର ଦୃଷ୍ଟିରୁ ଅଗଷ୍ଟ ମାସଟି ବିଛା ରାଶିର ଲୋକଙ୍କ ପାଇଁ ବହୁତ ଅନୁକୂଳ ରହିବ । ଏହି ସମୟରେ ବିଦେଶରେ କାମ କରୁଥିବା ବା ବିଦେଶୀ କମ୍ପାନୀ ସହ ଜଡିତ ଥିବା ଲୋକମାନେ ବହୁତ ଲାଭ ପ୍ରାପ୍ତ ହେବେ ଓ ବିଦେଶୀରେ କାମ କରିବାକୁ ଇଚ୍ଛା କରୁଥିବା ଲୋକମାନେ ମଧ୍ୟ ନୂଆ ସୁଯୋଗ ପାଇବେ । ଏହି ସମୟରେ ଆପଣ ଅଳ୍ପ ପରିଶ୍ରମ କରି ମଧ୍ୟ ଅପାର ସଫଳତା ପାଇବାର ସମ୍ଭାବନା ରହିଛି । ତଥାପି କ୍ଯାରିୟରରେ ଆପଣଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

କାର୍ଯ୍ୟକ୍ଷେତ୍ରରେ କାହା ସହ ବିବାଦ ହୋଇପାରେ, ତେଣୁ ସେଥିପ୍ରତି ସାବଧାନ ରୁହନ୍ତୁ । ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହି ସମୟରେ ପଦୋନ୍ନତିର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ଦୃଷ୍ଟିରୁ ଆପଣଙ୍କ ପାଇଁ ମାସଟି ବେଶ ଭଲ ରହିବ । ଏହି ମାସରେ ଆପଣଙ୍କୁ ଅନେକ ଆର୍ଥିକ ଲାଭ ପ୍ରାପ୍ତି ହେବ ।

କିନ୍ତୁ ଏହି ମାସରେ କାହାକୁ ଟଙ୍କା ଦେବାରୁ କିମ୍ବା ଟଙ୍କା ଆଣିବାରୁ ଦୂରେଇ ରହିବା ଉଚିତ । ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ କରି ମଧ୍ୟ ଯଥାର୍ଥ ଫଳାଫଳ ନ ପାଇବାରୁ ଆପଣଙ୍କ ମନ ହତାଶ ରହିବ । ଏପରି ସ୍ଥିତିରେ ପିତାମାତାଙ୍କ ସହ ଆପଣଙ୍କ ସମସ୍ଯା ଅଂଶୀଦାର କରାନ୍ତୁ, ଯାହାଦ୍ୱାରା ଆପଣ ଉପଯୁକ୍ତ ମାର୍ଗଦର୍ଶନ ପାଇବେ ।

ଯଦି ଆପଣ କୌଣସି ସରକାରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଏହି ମାସରେ ଆପଣ କୌଣସି ସଂକେତ ପାଇବେ ଓ ଆପଣଙ୍କ ମନଃ ଆନନ୍ଦିତ ରହିବ । ପ୍ରେମୀଯୁଗଳଙ୍କ ପାଇଁ ଏହି ମାସଟି ଅତ୍ୟନ୍ତ ଆନନ୍ଦଦାୟକ ରହିବ । ଯଦିଓ କୌଣସି କଥାରୁ ଆପଣଙ୍କ ମଧ୍ୟରେ ମତଭେଦ ଦେଖା ଦେଇପାରେ ତଥାପି ଏହା ଆପଣଙ୍କ ପ୍ରେମ ଜୀବନରେ କୌଣସି ପ୍ରଭାବ ପକାଇବା ନାହିଁ ।

ଏହି ମାସରେ ଆପଣ ପ୍ରେମ ବିବାହ କରିବାକୁ ନିଷ୍ପତ୍ତି ନେଇପାରନ୍ତି । ବୈବାହିକ ଓ ପାରିବାରିକ ଜୀବନ ମଧ୍ୟ ଏହି ମାସରେ ସୁଖଦ ରହିବା । ପରିବାରରେ ସମସ୍ତଙ୍କ ପୂର୍ଣ୍ଣ ସମର୍ଥନ ପାଇବେ ଓ ମାନସିକ ଶାନ୍ତି ମଧ୍ୟ ଲାଭ କରିବେ । କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ମାସଟି ଆପଣଙ୍କ ପାଇଁ ସାମାନ୍ଯ କଠିନ ରହିପାରେ । ତେଣୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ଓ ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ଦିନ ଭଗବାନ ହନୁମାନଙ୍କ ପୂଜାର୍ଚ୍ଚନା କରି ପ୍ରତ୍ଯେକ ଦିନ ହନୁମାନ ଚାଳିଶା ପାଠ କରନ୍ତୁ । ମଙ୍ଗଳବାର ଦିନ ସୁନ୍ଦରକାଣ୍ଡ ପାଠ କରନ୍ତୁ ଓ ବୁଧବାର ଦିନ ସନ୍ଧ୍ୟାରେ କଳା ତେଲ ମଞ୍ଜି ଦାନ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।