Exclusive: ବୋହୁକୁ ଆଣିବାକୁ ବାହାରିଲେ Uttam Mohanty, ଖୁସିରେ କଣ କହୁଛନ୍ତି ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସ୍ଵାମୀ-ସ୍ତ୍ରୀ-ପ୍ରକୃତି ବିବାଦ ପରେ ଦିନକୁ ଦିନ ନୂଆ ନୂଆ କଥା ସାମନାକୁ ଆସିବାରେ ଲାଗିଛି । ଯାହାକୁ ନେଇ ସାରା ଓଡିଶାରେ ବେଶ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଥିଲା । ତେବେ ଅନେକ ବାଦ ବିବାଦ ପରେ ଏବେ ଖୁସି ର ସମୟ ଆସି ପହଞ୍ଚି ଯାଇଛି ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଙ୍କ ଜୀବନରେ ଆଉ ତାଙ୍କ ପରିବାର ଭିତରେ । ତେବେ ପୁଅ ଘରକୁ ଫେରିବା ପରେ ପରିବାର ଲୋକେ ଖୁସି ହୋଇ ଯାଇଥିଲେ । ଆଉ ସେହି ଖୁସି ରେ ଗତ କାଲି ବାବୁସାନ ଙ୍କର ଜନ୍ମ ଦିନ ମଧ୍ୟ ବେଶ ସମାରୋହରେ ସେଲିବ୍ରେସନ ହେବର ନଜର ଆସିଛି ।

ଆଉ ଏହାରି ଭିତରେ ଆଇ ଏକ ନୂଆ କଥା ସାମନା କୁ ଆସୁଛି ଯାହା ସମସ୍ତଙ୍କୁ ଖୁସି କରିବା ନିଶ୍ଚୟ । ହଁ ଦର୍ଶକ ବନ୍ଧୁ ଆଜି ସକାଳୁ ଅଭିନେତା ବାବୁସାନ ମହାନ୍ତି ଘରୁ ବାହାରୁଛନ୍ତି ସ୍ତ୍ରୀ ତୃପ୍ତି ଙ୍କୁ ଘରକୁ ଆଣିବା ପାଇଁ । ଆଉ ତାଙ୍କ ସହ ସାଥିରେ ଯିବା ପାଇଁ ବାହାରିଛନ୍ତି ବରିଷ୍ଠ ଅଭିନେତା ତଥା ବାବୁସାନ ଙ୍କ ବାପା ଉତ୍ତମ ମହାନ୍ତି ।

ଏଠି କହି ରଖିବାକୁ ଚାହିଁବୁ ବାବୁସାନ ଙ୍କ ନାଁ ରେ ସ୍ତ୍ରୀ ତୃପ୍ତି ଦେଇଥିବା ମାମଲା ପ୍ରତ୍ୟାହାର କରିବେ ବୋଲି ଜଣା ପଡିଛି । କାରଣ ଗତ କାଲି ବାବୁସାନ ଙ୍କ ଜନ୍ମ ଦିନରେ ତୃପ୍ତି ଙ୍କ ବାପା ଲଲିତ ଶତ୍ପଥୀ ଜନ୍ମ ଦିନର ଶୁଭକାମନା ଜଣାଇ ଥିଲେ । ଏମିତିକି ବାବୁସାନ ଙ୍କ ଘରକୁ ମଧ୍ୟ ଆସିଥିଲେ ଶ୍ଵଶୁର ଲଲିତ ଶତପଥି । ଆହୁରି ମଧ୍ୟ ଦେଖିବାକୁ ମିଳିଛି କେକ କାଟି ବାବୁସାନ ନିଜ ଶ୍ଵଶୁର ଙ୍କୁ ନିଜ ହାତରେ ଖୁଆଇ ଦେଇଛନ୍ତି ।

ଯାହାକୁ ନେଇ ବଡ ଘରର ବଡ କଳି ଅନ୍ତ ହେବ ବୋଲି ଚର୍ଚ୍ଚା ହେଉଛି । ଏହାରି ଭିତରେ ଆଜି ସକାଳୁ ସ୍ତ୍ରୀ ଓ ପୁଅ କୁ ଆଣିବା ପାଇଁ ବାହାରୁଥିବା ବେଳେ ବାପା ଉତ୍ତମ ମହାନ୍ତି ମଧ୍ୟ ବାହାରୁ ଥିବା ଜଣା ପଡିଛି । ଉତ୍ତମ ମହାନ୍ତି କହିଛନ୍ତି କି ମୁ ଅସୁସ୍ଥ ଅଛି କିନ୍ତୁ ମୁଁ ମୋ ବୋହୁ ଆଉ ନାତିକୁ ଆଣିବାକୁ ଯିବୀ ।

ଆଉ ମୋ ନାତି ଟୋକା କୁ ଦେଖିବା ପରେ ମୋ ଦେହ ସଂପୂର୍ଣ୍ଣ ଭଲ ହୋଇଯିବ ଚାଲ ପୁଅ ମୁଁ ମଧ୍ୟ ତୋ ସାଙ୍ଗରେ ଯିବୀ ବୋଲି କହିଥିଲେ ସୁପର ଷ୍ଟାର ଉତ୍ତମ ମହାନ୍ତି । ନିଜ ବୋହୁ ଆଉ ନାତି କୁ ଘରକୁ ନେବା ପାଇଁ ବାହାରି ଯାଇଛନ୍ତି ଉଭୟ ପୁଅ ଆଉ ବୋହୁ ଯାହାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ତେବେ ଶ୍ଵଶୁର ହିସାବ ରେ ନିଜର କର୍ତ୍ତବ୍ୟ ପୁରା କରୁଛନ୍ତି ଉତ୍ତମ ମହାନ୍ତି କହିଲେ କିଛି ଭୁଲ ହେବ ନାହି ।

କାରଣ ଯେବେ ଠାରୁ ଏହି ମାମଲା ଆରମ୍ଭ ହୋଇଥିଲା ଉତ୍ତମ ମହାନ୍ତି ଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ତା ବାଦ ବି ସେ ନିଜ ବୋହୁ ଆଉ ନାତିକୁ ଘରକୁ ଆଣିବା  ପାଇଁ ଅଣ୍ଟା ଭିଡିଛନ୍ତି ଯାହା ପ୍ରଶଂସା ଯୋଗ୍ୟ ଅଟେ । ବନ୍ଧୁଗଣ ଆପଣଙ୍କର ଉତ୍ତମ ମହାନ୍ତିଙ୍କ ଏଭଳି ପଦକ୍ଷେପ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।