ରାଷ୍ଟ୍ରପତି ଭବନରେ ବନିଲା Droupadi Murmuଙ୍କ ପ୍ରିୟ ଖାଦ୍ୟ, ପଖାଳ ସାଙ୍ଗକୁ ସଜନା ଶାଗ

ପ୍ରତେକ ବ୍ୟକ୍ତି ଜୀବନରେ କିଛି ନ କିଛି ପରିବର୍ତ୍ତନ ଦେଖିବାକୁ ମିଳେ । ପରିବର୍ତ୍ତନ ସବୁ ନୂଆ ରାଷ୍ଟ୍ରପତି ଙ୍କ ପସନ୍ଦ ନାପସନ୍ଦ କୁ ନେଇ ମଧ୍ୟ ହୋଇଥାଏ । ଦ୍ରୌପଦୀ ମୁର୍ମୁ ଦେଶରେ ୧୫ତମ ରାଷ୍ଟ୍ରପତି ହୋଇଛନ୍ତି । ସେ ରାଷ୍ଟ୍ରପତି ହେବା ପରେ ରାଷ୍ଟ୍ରପତି ଭବନରେ କିଛି ପରିବର୍ତ୍ତନ ଦେଖା ଦେଇଛି । ସେ କାର୍ଯ୍ୟ ଭାର ସମ୍ଭାଳିବା ପରେ ରାଇସିନା ରୋଷେଇ ଘରେ ଭିନ୍ନ ପରିବେଶ ସୃଷ୍ଟି ହୋଇଛି । ରାଷ୍ଟ୍ରପତି ଭବନ ର ରୋଷେଇ ଶାଳ ରୁ ଆସୁଛି ପାରମ୍ପାରିକ ଆଦିବାସୀ ଖାଦ୍ୟ ର ମହକ । ବିଶେଷ କରି ପଖାଳ ଭାତ ସାଙ୍ଗକୁ ସଜନ ଶାଗ ଭଜା ।

ଅଧିକାଂଶ ସମୟରେ ପ୍ରସ୍ତୂତ ହେବା ନିଶ୍ଚିନ୍ତ ଅଟେ । କାରଣ ମୁର୍ମୁ ଙ୍କର ଏହା ହେଉଛି ସବୁଠାରୁ ପ୍ରିୟ ଖାଦ୍ୟ । ସୋସିଆଲ ମିଡିଆ ରୁ ଆରମ୍ଭ କରି ବଡ ବଡ ଗଣ ମାଧ୍ୟମ ରେ ମୁର୍ମୁଙ୍କ ପଖାଳ କଂସା ସାଙ୍ଗକୁ ସଜନା ଶାଗ କୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରତେକ ଓଡିଆ ଙ୍କ ପ୍ରିୟ ହୋଇଥାଏ ପଖାଳ ଭାତ । ଓଡିଆ ଙ୍କ ପିଣ୍ଡ ଯେମିତି ଏହି ପଖାଳ ଭାତ । କାରଣ ଯେତେ ନଅ ତିଅଣ ଛଅ ଭଜା ହେଲେ ମଧ୍ୟ ଯଦି ପେଟରେ ପଖାଳ ପଡିଯାଏ ତେବେ ଆତ୍ମା ଶାନ୍ତି ହୋଇଯାଏ । ପଖାଳ ସାଙ୍ଗକୁ ଆଉ କେଉଁ ଶାଗ ନୁହେ ବରଂ ବାଡି ରେ ଯେ କୌଣସି ସମାୟରେ ମିଳି ଯାଉଥିବା ସଜନା ଶାଗ ର ଭଜା ।

ମୁର୍ମୁ ଙ୍କର ଏହା ହେଉଛି ସବୁଠାରୁ ପ୍ରିୟ ଖାଦ୍ୟ । ପଦବୀ ଯେତେ ବଡ ହେଉ ପଛେ ଖାଦ୍ୟ ରେ କିନ୍ତୁ ବୁଝାମଣା ନାହି । ଏହି ଖାଦ୍ୟ ଏତେ ପ୍ରିୟ ଯେ ଦ୍ରୌପଦୀ ଯେବେ ନିଜ ଭାଇ ଙ୍କ ଘରକୁ ମୟୂରଭଞ୍ଜ ଉପରବେଡା ବୁଲିବାକୁ ଯାଇଥାନ୍ତି ଆଗରୁ ଫୋନ କରି କୁହନ୍ତି ପଖାଳ ସାଙ୍ଗ କୁ ସଜନା ଶାଗ ଭଜା ରଖିବାକୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଜୀବନ ଯେମିତି ସରଳ ତାଙ୍କ ଖାଦ୍ୟପେୟ ତା ଠାରୁ ସରଳ । ଘରେ ଯାହା କିଛି ତାହାଏ ତାକୁ ସକାଳ ଜଳଖିଆ ଭାବେ ଗ୍ରହଣ କରନ୍ତି । ମଧ୍ୟାହ୍ନରେ ଭାତ ସାଙ୍ଗକୁ ରୁଟି ଓ ରାତିରେ କେବେଳ ଫଳ ଆହାର କରିଥାନ୍ତି ।

ମୁର୍ମୁ ଶୁଦ୍ଧ ଶାକାହାରୀ ଅଟନ୍ତି । ୨୦୧୩ରେ ବଡ ପୁଅର ଅକାଳ ବିୟୋଗ ପରେ ଆମିଷ ଭୋଜନ ତ୍ୟାଗ କରି ଦେଇଥିଲେ ମୁର୍ମୁ । ପୁଅର ମୃତ୍ୟୁ ତାଙ୍କୁ ଡିପ୍ରେସନ କୁ ନେଇ ଯାଇଥିଲା । ଯେଉଁଥିରୁ ବାହାରିବା ପାଇଁ ସେ ଆଧ୍ୟାତ୍ମ ମାର୍ଗ କୁ ବାଛି ନେଇଥିଲେ । ସେ ପ୍ରଜାପତି ବ୍ରଂହ କୁମାରୀ ରେ ନିଜକୁ ସାମିଲ କରିଥିଲେ । ସେବେ ଠାରୁ ପିଆଜ ରସୁଣ ମଧ୍ୟ ଖାଉ ନାହାନ୍ତି ମୁର୍ମୁ ।

ଆଧ୍ୟାତ୍ମ ଜୀବନ, ଶୁଦ୍ଧ ଶାକାହାରୀ ଖାଦ୍ୟ ସାଙ୍ଗକୁ ନିୟମିତ ଯୋଗ ତାଙ୍କୁ ମାନସିକ ଅବସାଦ ରୁ ମୁକ୍ତି ଦେଇଥିଲା । ନିଜର ଅସିମ ଧର୍ଯ୍ୟ ଓ ଆତ୍ମବିଶ୍ଵାସ ଆଜି ତାଙ୍କୁ ମହିମା ମଣ୍ଡିତ କରିଛି । ଦେଶର ମହାମହିମ ରାଷ୍ଟ୍ରପତି ହୋଇଛନ୍ତି ଦ୍ରୌପଦୀ । ବନ୍ଧୁଗଣ ଆପଣଙ୍କର ଦ୍ରୌପଦୀ ମୁର୍ମୁଙ୍କ ଖାଦ୍ୟପେୟକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।