United States : ପ୍ରବଳ ବର୍ଷା କାରଣରୁ ଭାସୁଛି America, ସାମ୍ନାକୁ ଆସିଲା ଭୟଙ୍କର ଦୃଶ୍ୟ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଛି । ଯାହା ଫଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା କାରଣରୁ ହେଉ ବା ମୌସୁମୀ ଆସିଥିବା କାରଣରୁ ବର୍ଷା ରାଜ୍ୟ  ଅନେକ ଜିଲ୍ଲା ଗୁଡିକରେ ଲାଗି ରହିଛି । ଯାହା ଫଳରେ ଜଣ ଜୀବନ ବ୍ୟସ୍ତ ବିବ୍ରତ ହୋଇ ପଡିଛି । ତେବେ ବର୍ତ୍ତମାନ ଆମେରିକାରେ ଜଳାବାୟୁ ର ପରିବର୍ତ୍ତନ ର ପ୍ରଭାବ ପୂର୍ବ ଭାଗରେ ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଆମେରିକାର କେଣ୍ଟାକୀ ପ୍ରଦେଶ ରେ ପ୍ରବଳ ବର୍ଷା ପରେ ଏବେ ବନ୍ୟା ଦେଖା ଯାଉଛି ।

ବନ୍ୟା ଯୋଗୁଁ ପାଖା ପାଖି ୧୬ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ନିଖୋଜ ଥିବାର ଆଶଙ୍କା କରା ଯାଉଛି । ଯେଉଁ ମାନେ ଫଶୀ ରହିଛନ୍ତି ସେମାନଙ୍କର ଉଧାର କାର୍ଯ୍ୟ ଜାରି ରହିଛି । ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନ କୁ ସ୍ଥାନାନ୍ତର କରା ଯାଉଛି । ପୀଡ଼ିତା ଙ୍କୁ ଉଧାର କରିବା ପାଇଁ ସପ୍ତାହେ ସମୟ ଲାଗିପରେ ବୋଲି କେଣ୍ଟାକୀ ଅଞ୍ଚଳ ର ଗଭର୍ଣ୍ଣର କହିଛନ୍ତି ।

ପୂର୍ବ କେଣ୍ଟାକୀ ଅଞ୍ଚଳର କିଛି ସ୍ଥାନ ରେ ଗତ ୪୮ ଘଣ୍ଟା ରେ ୨୦ରୁ ୨୭ ସେଣ୍ଟିମିଟର ବର୍ଷା ରେକର୍ଡ କରା ଯାଇଛି । ହେଲିକପ୍ଟର ଓ ବୋଟ ସାହାଯ୍ୟରେ ଉଧାର କାରୀ ଦଳ ତରଫରୁ ରେସକ୍ୟୁ ଅପରେସନ ଜାରି ରହିଛି । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ କିପରି ଆମେରିକାର କଣ୍ଟେକି ଅଞ୍ଚଳ ରେ ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ଦେଖା ଯାଇଛି  ।

ଯାହା ଫଳରେ ଲୋକ ମାନେ ପାଣି ରେ ବୁଡି ରହିଛନ୍ତି । ଅନେକ ଲୋକ ମାନେ ନିଖୋଜ ଅଛନ୍ତି ଯେଉଁ ମାନଙ୍କର ସନ୍ଧାନ ଏ ଯାଏଁ ମିଳି ପାରି ନାହି । ତେବେ ସରକାର ଙ୍କ ତରଫରୁ ଉଧାର କାର୍ଯ୍ୟ ଜାରି ରହିଛି । ଯେଉଁ ମାନେ ପାଣି ରେ ବୁଡି ରହିଛନ୍ତି ସେମାନଙ୍କୁ ଉଧାର କରାଯାଇ ଉଚ୍ଚ ସ୍ଥାନ କୁ ଅଣା ଯାଉଛି ।

ଏମିତି ପ୍ରବଳ ବନ୍ୟା ହେବା କାରଣରୁ ଗଛ ଗୁଡିକ ମଧ୍ୟ ଭାଙ୍ଗି ଯାଇଛି । ଯାହା ଫଳରେ ଯୋଗାଯୋଗ ମଧ୍ୟ ଠିକ ଭାବେ ହୋଇପାରୁ ନାହି । କହିବାକୁ ଗଲେ ଆମେରିକା ପୁରା ପୁରୀ ଭାବେ ଜଳ ମଗ୍ନ ହୋଇ ଯାଇଛି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।