ଗୋପାଳକୁ ରଖା ଯାଇଥିବା ଥାନାର ପାଇଖାନା ଟାଙ୍କି ଖୋଳିଲା ତଦନ୍ତକାରୀ ଦଳ, ମିଳିଲା ବଡ ସୁରାକ, ଖୁବ ଶୀଘ୍ର ଜଣାପଡିବ Naba Das ଙ୍କୁ ମା-ରି-ବା-ର ପ୍ରକୃତ କାରଣ

ମନ୍ତ୍ରୀ ନବ ଦାସ ହ-ତ୍ୟା ମାମଲାରେ ଜୋରଦାର ଛାନଭିନ୍ ଜାରି ରଖିଛି କ୍ରା-ଇ-ମ-ବ୍ରା-ଞ୍ଚ । ଆଉ ଏହାରି ଭିତରେ କ୍ରା-ଇ-ମ-ବ୍ରା-ଞ୍ଚ ହାତରେ ଏକ ବଡ ସୁରାକ ଲାଗିଛି । ଯାହାକୁ ନେଇ ଆହୁରି ସକ୍ରିୟ ହୋଇ ଉଠିଛି ତଦନ୍ତକାରୀ ଦଳ । ଗତକାଲି ରାତିରେ ଝାରସୁଗୁଡା ଥାନାର ସ୍ଵରେଜ ଟାଙ୍କିକୁ ରାତିସାରା ଖୋଳାଯାଇଛି । ବୁଧବାର ଦିନ କ୍ରା-ଇ-ମ-ବ୍ରା-ଞ୍ଚ ଅଭିଯୁକ୍ତ ଗୋପାଳକୁ ରିମାଣ୍ଡରେ ନେବା ପରେ ପଚରାଉଚରା ଆରମ୍ଭ କରି ଦେଇଥିଲା ।

ଏହାରି ଭିତରେ ଗୋପାଳ ଝାରସୁଗୁଡା ବିମାନବନ୍ଦର ଥାନାରେ ଥିବା ପାଇଖାନାରେ କିଛି ପ୍ରମାଣ ତଥ୍ୟ ନଷ୍ଟ କରିବାକୁ ଚେଷ୍ଟା କରିଥିବା ଜଣାପଡିଛି । ଗତ ରବିବାର ଦିନ ମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁ-ଳି-ମା-ଡ କରିବା କରିବା ପରେ ପୋଲିସ ଓ ସେଠାରେ ଉପସ୍ଥିତ କିଛି ବିଜେଡି କର୍ମୀ ମିଶି ଗୋପାଳକୁ ସାଙ୍ଗେ ସାଙ୍ଗେ କାବୁ କରି ନେଇଥିଲେ । ଗୋପାଳ ସେହିଠାରେ ହିଁ ସରେଣ୍ଡର କରି ଦେଇଥିଲା । ଏହାପରେ ଗୋପାଳକୁ ତୁରନ୍ତ ଝାରସୁଗୁଡା ବିମାନବନ୍ଦର ଥାନାକୁ ନିଆ ଯାଇଥିଲା ।

ସେଠାରେ ଗୋପାଳ ପରିସ୍ରା ଯିବା ବାହାନାରେ କିଛି କାଗଜପତ୍ର ପାଇଖାନା ଟାଙ୍କିରେ ଫ୍ଲସ୍ କରି ଦେଇଥିଲା । ଯାହା ଗତକାଲି ଜେ-ରା ବେଳେ ସେ ନିଜେ ତଦନ୍ତକାରୀ ଦଳ ଆଗରେ ସ୍ଵୀକାର କରିଛି । ଫଳରେ କ୍ରା-ଇ-ମ-ବ୍ରା-ଞ୍ଚ ଗତକାଲି ରାତିରେ ଝାରସୁଗୁଡା ବିମାନବନ୍ଦର ଥାନାର ସ୍ଵରେଜ ଟାଙ୍କି ଖୋଳିବା ସହ ଗୋପାଳ ଫ୍ଲସ୍ କରିଥିବା କାଗଜ ଖୋଜିଥିଲା । ଗୋପାଳ ସେହି କାଗଜରେ ନିଜ ହାତରେ କିଛି ଲେଖିଥିବା ଜଣାପଡିଛି ।

ହେଲେ ପରେ ଏହାକୁ ଚିରି ଥାନାର ପାଇଖାନାରେ ଫ୍ଲସ୍ କରି ଦେଇଥିଲା । ତେବେ ନବ ଦାସଙ୍କୁ ହ-ତ୍ୟା କରିବାର ପୁରା କାରଣ ସେ ସେହି ଚିଠିରେ ଲେଖିଥିବା ସନ୍ଦେହ କରାଯାଉଛି । ନବ ଦାସଙ୍କ ଉପରକୁ guli ଚଳାଇବା ପରେ ଲୋକେ କାଳେ ଧରି ତାକୁ ମା-ରି-ଦେ-ବେ ତାହା ସନ୍ଦେହ କରିଥିଲା ଗୋପାଳ । ତେଣୁ ସେହି କାଗଜରେ କିଛି ଲେଖି ରଖିଥିଲା । ତେବେ ଘଟଣାସ୍ଥଳରୁ ପୋଲିସ ତାକୁ କାବୁ କରି ଝାରସୁଗୁଡା ବିମାନବନ୍ଦର ଥାନା ନେଇ ଆସିଥିଲା ।

ପରେ ଗୋପାଳ ସେହି କାଗଜକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲା । ତେବେ ସୂଚନା ମିଳିଛି କି, ତଦନ୍ତକାରୀ ଦଳ ହାତରେ ଲାଗି ସାରିଛି ଗୋପାଳ ଫ୍ଲସ୍ କରିଥିବା କାଗଜ । ଏହାକୁ ପରୀକ୍ଷା ପାଇଁ ପଠାଯାଇଛି । କାଗଜ ପରୀକ୍ଷା ହୋଇ ଆସିବା ପରେ ଗୋପାଳ ସେଥିରେ କଣ ଲେଖିଥିଲା ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।