ଠିକ ସମୟରେ ଚିକିତ୍ସା ମିଳିଥିଲେ ବଞ୍ଚି ପାରିଥାନ୍ତେ ମନ୍ତ୍ରୀ Naba Das ! କାହିଁକି ତାଙ୍କୁ ନିଆଗଲାନି ବୁର୍ଲା ଭୀମସାର ମେଡିକାଲ ? ଧନ୍ୟ ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା !

ଗତ ରବିବାର ଦିନ ବ୍ରଜରାଜନଗର ଗାନ୍ଧୀଛକରେ ନବ ଦାସଙ୍କୁ guli mada ହେବା ପରେ ସେଠାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଗଲା । ହେଲେ ସ୍ଵତନ୍ତ୍ର ଡାକ୍ତରୀଦଳର ଶତ ଉଦ୍ୟମ ସତ୍ତ୍ୱେ ନବ ଦାସଙ୍କ ଜୀବନ ଚାଲି ଯାଇଥିଲା । କାରଣ ବ୍ରଜରାଜନଗରରୁ ଭୁବନେଶ୍ବର ଆସିବା ବେଳକୁ ଅନେକ ବିଳମ୍ବ ହୋଇ ସାରିଥିଲା । ତେଣୁ କୁହାଯାଉଛି କି ପାଖରେ ଯଦି କୌଣସି ଭଲ ହସ୍ପିଟାଲ ଥାଆନ୍ତା ତେବେ ନବ ଦାସ ହୁଏତ ବଞ୍ଚି ଯାଇଥାନ୍ତେ ।

ପଶ୍ଚିମ ଓଡିଶାର ଆଉ ଏକ ଭଲ ମେଡିକାଲ ହେଉଛି ବୁର୍ଲା ଭୀମସାର ମେଡିକାଲ । ଯାହାର ଦୂରତା ବ୍ରଜରାଜନଗର ଠାରୁ 72 କିଲୋମିଟର । ତଥାପି ନବ ଦାସଙ୍କୁ ସେଠାକୁ ନିଆଗଲା ନାହିଁ । ଏକଥାରୁ ପ୍ରମାଣ ହେଉଛି କି ବୁର୍ଲା ମେଡିକାଲରେ ସ୍ୱାସ୍ଥ୍ୟ ସେବା ଠିକ ଭାବେ ଚାଲିନାହିଁ କିମ୍ବା ସେଠାରେ ଏଭଳି ଜରୁରୀକାଳୀନ ସେବା ପାଇଁ ସୁବ୍ୟବସ୍ଥାର ଅଭାବ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଚିକିତ୍ସା ପାଇଁ ଭୀମସାର ଉପରେ କାହାର ଭରସା ହେଲାନାହିଁ ।

ଭିନ୍ନ ଏକ ଦିଗକୁ ଦୃଷ୍ଟି ଦେଲେ ଆପଣ ଜାଣିପାରିବେ କି ପୂର୍ବରୁ ପଶ୍ଚିମ ଓଡିଶାରୁ 9 ଜଣ ସ୍ୱାସ୍ଥ୍ୟ ମନ୍ତ୍ରୀ ରହି ସାରିଛନ୍ତି । ହେଲେ ଏବେବି ପଶ୍ଚିମ ଓଡିଶାର କୌଣସି ସରକାରୀ ହସ୍ପିଟାଲରେ ଆବଶ୍ଯକୀଯ ଚିକିତ୍ସା ଉପକରଣ ଏବଂ ଆଧୁନିକ ସରଞ୍ଜାମ ନଥିବା ଭଳି ମନେ ହେଉଛି । ଯାହାର ଉଦାହରଣ ଆମେ ନିକଟରେ ଦେଖିଲେ । ଏହାକୁ ନେଇ ଲୋକେ କଥା ହେଉଛନ୍ତି କି, ପଶ୍ଚିମ ଓଡିଶା ଏବେବି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ପଛରେ ରହିଛି ।

ବଲାଙ୍ଗୀରରୁ ରାମପ୍ରସାଦ ମିଶ୍ର, ସମ୍ବଲପୁରରୁ ମୁରାରି ପ୍ରସାଦ ମିଶ୍ର, ଅବିଭକ୍ତ ସମ୍ବଲପୁରରୁ ବା ବର୍ତ୍ତମାନର ଝାରସୁଗୁଡାରୁ ହେମାନନ୍ଦ ବିଶ୍ଵାଳ, ସମ୍ବଲପୁରରୁ ସନାତନ ବିଶି, ନୂଆପଡାର ଦୁର୍ଜ୍ୟୋଧନ ମାଝୀ, ବରଗଡ ଜିଲ୍ଲାରୁ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇ ସାରିଛନ୍ତି । ବୌଦ୍ଧର ପ୍ରଦୀପ ଗୋମାଙ୍ଗ, ଝାରସୁଗୁଡାର ନବ କିଶୋର ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ପଦରେ ଥିଲେ । ନବ ଦାସଙ୍କ ଦେହାନ୍ତ ପରେ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦାୟିତ୍ଵ ଦିଆଯାଇଛି ।

ବୁର୍ଲା ମେଡିକାଲ ଉପରେ ପଶ୍ଚିମ ଓଡିଶା ସମେତ ଛତିଶଗଡ ଓ ଝାଡଖଣ୍ଡ ଭଳି ରାଜ୍ୟ ମଧ୍ୟ ନିର୍ଭର ଥିବାବେଳେ ଏଠାରେ କିନ୍ତୁ ଉତ୍ତମ ସ୍ୱାସ୍ଥ୍ୟ ସେବା ମିଳି ପାରୁନାହିଁ । ଫଳରେ କଟକ ଏବଂ ଭୁବନେଶ୍ବରର ଅନେକ ଘରୋଇ ହସ୍ପିଟାଲ ଉପରେ ଭରସା କରି ରୋଗୀମାନେ ଖର୍ଚ୍ଚାନ୍ତ ହେବାସହ ବେଳେବେଳେ ସମୟ ଅଭାବ ଯୋଗୁଁ ଜୀବନ ମଧ୍ୟ ଚାଲିଯାଉଛି ।

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ମଧ୍ୟ ଯଦି ଠିକ ସମୟରେ ଚିକିତ୍ସା କରା ଯାଇଥାନ୍ତା ତେବେ ହୁଏତ ସେ ବଞ୍ଚି ପାରିଥାନ୍ତେ ବୋଲି ଚର୍ଚ୍ଚା ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।