ପାଇଖାନା ଟାଙ୍କିରେ ସବୁ ପ୍ରମାଣ ଫ୍ଲସ୍ କରିଥିଲା ASI ଗୋପାଳ, କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ବଡ ତଥ୍ୟ, ଦେଖନ୍ତୁ…

ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ମାମଲାରେ ତଦନ୍ତ ଜାରି ରଖିଛି କ୍ରା-ଇ-ମ-ବ୍ରା-ଞ୍ଚ । ଆଉ ଏହାରି ଭିତରେ ତଦନ୍ତକାରୀ ଦଳ ହାତରେ ଏକ ବଡ ସୁରାକ ଲାଗିଥିବା କୁହାଯାଉଛି । ମନ୍ତ୍ରୀ ନବ ଦାସଙ୍କୁ ଜନଗହଳି ଭିତରେ ନିଜ ସର୍ଭିସ ରି-ଭ-ଲ-ବ-ର-ରେ guli କରି ହ-ତ୍ୟା କରିଥିଲା ASI ଗୋପାଳକୃଷ୍ଣ ଦାସ । ଜାଣିବାକୁ ମିଳିଛି ଅଭିଯୁକ୍ତ ଗୋପାଳ ପାଇଖାନା ଟାଙ୍କିରେ କିଛି ତଥ୍ୟ ଲୁଚାଇ ରଖିଥିଲା । ନବ ଦାସଙ୍କ ହତ୍ୟା ପଛରେ ରହିଥିବା ସବୁ ପ୍ରମାଣ ନଷ୍ଟ କରିଦେବା ପାଇଁ ଗୋପାଳ ଉଦ୍ୟମ କରିଥିଲା ।

ହେଲେ ଏଥିରେ ଶତ ପ୍ରତିଶତ ସଫଳ ହୋଇପାରିଲା ନାହିଁ । ହତ୍ୟା ପଛରେ ଥିବା କିଛି ସୁରାକ ହାତେଇବା ପାଇଁ କ୍ରା-ଇ-ମ-ବ୍ରା-ଞ୍ଚ ଗତକାଲି ଝାରସୁଗୁଡା ବିମାନବନ୍ଦର ଥାନାରେ ରାତି ଅଧିଆ ଏକ ଅପରେସନ କରିଛି । ସେଠାରୁ ଜବତ ହୋଇଥିବା କାଗଜରେ ନବ ଦାସଙ୍କ ହ-ତ୍ୟା ରହସ୍ୟର ପ୍ରମାଣ ଲୁଚି ରହିଛି ବୋଲି ସୂଚନା ମିଳିଛି । ଗୋପାଳକୁ ରିମାଣ୍ଡରେ ନେଇ ପଚରାଉଚରା କରିବା ବେଳେ ଏ ସମ୍ପର୍କରେ ସୂଚନା ଦେଇଛି ଗୋପାଳ ।

ଗତ ରବିବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ବ୍ରଜରାଜନଗର ଗାନ୍ଧୀଛକରେ guli ମା-ରି-ଥି-ଲେ ASI ଗୋପାଳ ଦାସ । ଘଟଣାସ୍ଥଳରେ ହିଁ ଗୋପାଳଙ୍କୁ କାବୁ କରା ଯାଇଥିଲା ଓ ସେ ତୁରନ୍ତ ସରେଣ୍ଡର ମଧ୍ୟ କରିଥିଲେ । ସେଠାରୁ ପୋଲିସ ତାଙ୍କୁ ଆଣି ଝାରସୁଗୁଡା ବିମାନ ବନ୍ଦର ଥାନାରେ ଅଟକ ରହିଥିଲା । କ୍ରା-ଇ-ମ-ବ୍ରା-ଞ୍ଚ ଆସି ପହଞ୍ଚିବା ଯାଏଁ ଦୀର୍ଘ ସମୟ ଧରି ସେଠାରେ ଗୋପାଳଙ୍କୁ ରଖାଯାଇଥିଲା ।

ଗୋପାଳ ପରିସ୍ରା ଯିବା ବାହାନାରେ ନିଜ ପାଖରେ ଥିବା ସବୁ ପ୍ରମାଣକୁ ପାଇଖାନା ଟାଙ୍କିରେ ଫ୍ଲସ୍ କରି ଦେଇଥିଲା ବୋଲି ଗୋପାଳ ନିଜେ ମାନିଛି । ଏହି ସମ୍ପର୍କରେ କ୍ରା-ଇ-ମ-ବ୍ରା-ଞ୍ଚ ସୁରାକ ପାଇବା ପରେ ସେଠାକାର ପାଇଖାନା ଟାଙ୍କି ଖୋଲି ସେହି କାଗଜକୁ ଜବତ କରିଛି । ଜବତ ହୋଇଥିବା କାଗଜକୁ ପରୀକ୍ଷାଗାରକୁ ପଠାଯିବ । ଟାଙ୍କି ଭିତରେ ତିନିରୁ ଚାରିଦିନ ଧରି କାଗଜ ରହିବା ଯୋଗୁଁ ଏହା ପଢିବା ଯୋଗ୍ୟ ରହିନାହିଁ । କାଗଜ ନଷ୍ଟ ପ୍ରାୟ ହୋଇ ସାରିଛି ।

ତେଣୁ ଏହାକୁ ପରୀକ୍ଷା କରିଯିବା ପରେ ହିଁ ସେହି କାଗଜରେ କଣ ସବୁ ତଥ୍ୟ ରହିଛି ତାହା ଜଣାପଡିବ । ତେବେ ଗୋପାଳ ସେହି କାଗଜରେ କଣ ସବୁ ତଥ୍ୟ ପ୍ରମାଣ ରଖିଥିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।