ଅସହାୟ ଭାଉଜର ହାତ ଧରିଲେ ଦିଅର, ଏଭଳି ଦିଅରଙ୍କୁ ଯେତେ ପ୍ରଶଂସା କଲେ କମ୍ ହେବ, ଦେଖନ୍ତୁ ସେ କଣ କହୁଛନ୍ତି, ଦେଖନ୍ତୁ video

ଭାଗ୍ୟ କେତେବେଳେ କାହାକୁ କାହେ ସାଥେ ଯୋଡି ଦିଏ ତାହା କେହି ଚିନ୍ତା ସୁଦ୍ଧା କରିପାରନ୍ତି ନାହିଁ । ସ୍ଵାମୀଙ୍କୁ କୋଭିଡରେ ହରାଇ ଦେଇଥିଲେ ଘରର ମଝିଆ ବୋହୂ । ସ୍ଵାମୀ ଯିବା ପରେ କୋଳରେ କୁନି ପୁଅକୁ ଧରି ଅସହାୟ ହୋଇ ପଡିଥିଲେ । ହେଲେ ବିଧବା ଭାଉଜର ହାତ ଧରି ସାହା ହେଲେ ଦିଅର । ବାଙ୍କି ଡମପଡା ବ୍ଲକ ରଗଡି ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଏଥିପାଇଁ ଦିଅର ଅରୁଣଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ପଡିବ ।

ଅରୁଣଙ୍କ ବାହାଘର ପଦକ୍ଷେପକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । କାରଣ ସେ ନିଜ ଭାଉଜଙ୍କ ସହ ବେଦିରେ ବସି ରୀତିନୀତିରେ ବିବାହ କରିଛନ୍ତି । କରୋନାରେ ସ୍ଵାମୀଙ୍କର ଅକାଳ ମୃତ୍ୟୁ ପରେ କୋଳରେ ବର୍ଷକର ପୁଅକୁ ଧରି ବାକି ଜୀବନ କେମିତି କାଟିବେ ଚିନ୍ତାରେ ପଡି ଯାଇଥିଲେ ଲିଲି । ଭାଉଜକୁ ସିନା ଆଉ କାହା ବିବାହ କରେଇ ଦେବେ ହେଲେ କୁନି ଛୁଆଟିକୁ କିଏ ଗ୍ରହଣ କରିବ ? ଏକଥା ଦିଅର ଅରୁଣଙ୍କ ସମେତ ପୁରା ପରିବାରକୁ ଚିନ୍ତାରେ ପକାଇ ଦେଇଥିଲା ।

ଏପରି ବେଳେ ଅରୁଣ ନିଜ ବିବେକର କଥାକୁ ଆପଣେଇ ନେଇଥିଲେ । ସେ ଚାହିଁଥିଲେ ଅନ୍ୟ ଆଡେ ଝିଅଟିଏ ଦେଖି ଯାନିଯୌତୁକ ଆଣି ବେଶ ଧୁମଧାମରେ ବାହା ହୋଇଥାନ୍ତେ । ହେଲେ ନିଜ ଖୁସି ଓ ସ୍ଵାର୍ଥକୁ ପଛରେ ପକାଇ ଭାଉଜ ଏବଂ କୁନି ପୁତୁରାଙ୍କ ଭବିଷ୍ୟତ ପାଇଁ ଅରୁଣ ଏଇ ବିବାହ କରିବାକୁ ନିଷ୍ପତ୍ତି ନେଲେ । ଏଥିରେ ଅରୁଣଙ୍କ ପରିବାର ମଧ୍ୟ ସହମତି ପ୍ରକାଶ କରିଥିଲେ ।

ଶେଷରେ ବନ୍ଧୁବାନ୍ଧବଙ୍କ ଗହଣରେ ସଂପୂର୍ଣ୍ଣ ବୈଦିକ ରୀତିନୀତିରେ ନିଜ ଭାଉଜଙ୍କୁ ଜୀବନସାଥି ଭାବେ ଅରୁଣ ଗ୍ରହଣ କରିଛନ୍ତି । ଘରର ବୋହୂ ଘରେ ରହିବ ଏବଂ ଘରର ଛୁଆକୁ ଆଉ କେଉଁଠି ଯାଇ ଯେପରି ହତାଦର ହେବାକୁ ନ ପଡିବ ଏସବୁକୁ ଧ୍ୟାନରେ ରଖି ଅରୁଣ ନିଜ ଭାଉଜଙ୍କ ହାତ ଧରିବାକୁ ମନସ୍ଥ କଲେ ବୋଲି କହିଛନ୍ତି । ଏହି ବିବାହ ପରେ ଭାଉଜଙ୍କ ଉଜୁଡା ସଂସାର ସଜାଡି ହୋଇଯାଇଛି । ଏନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଲୋକେ ଅରୁଣଙ୍କୁ ବେଶ ପ୍ରଶଂସା କରୁଛନ୍ତି ।

ଅରୁଣ ଏଭଳି କରି ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି । ବିବାହର ମାତ୍ର କେଇ ବର୍ଷରେ ସ୍ଵାମୀଙ୍କୁ ହରାଇଥିବା ବିଧବା ଝିଅଟିକୁ ପୁଣି ଥରେ ସଧବା ହେବାର ସୌଭାଗ୍ୟ ଦେଇଛନ୍ତି ଦିଅର ଅରୁଣ । ତେବେ ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।