ବିଲେଇ ଦେଇଥାଏ ଶୁଭ ଓ ଅଶୁଭ ର ସଂକେତ, ଜାଣନ୍ତୁ କିପରି…

ଆପଣ ଯେତେବେଳେ ରାସ୍ତାରେ ଅଟୋ କିମ୍ଵା କୌଣସି ଗାଡ଼ିରେ ଯାଉଛନ୍ତି ସେତେବେଳେ ବିଲେଇ ରାସ୍ତା କାଟିଲା ତାକୁ ଅଶୁଭ ବୋଲି ସମାଜରେ ମାନ୍ୟତା ଅଛି । ଏହିଭଳି ବହୁତ ଅନ୍ଧବିଶ୍ଵାସ ଓ ସାମାଜିକ ମାନ୍ୟତା ଆମ ସମାଜରେ ଅଛି । ଏମିତିରେ କେତେକ ଲୋକମାନେ ଏହାକୁ ମାନନ୍ତି ତ ଅନ୍ୟ ପଟେ କେତେକ ଲୋକମାନେ ଏହାକୁ ମିଛ କଥା କହି ନଜର ଅନ୍ଦାଜ କରି ଦିଅନ୍ତି । କିନ୍ତୁ କେଉଁଠି ନା କେଉଁଠି ଏହା ସତ ମଧ୍ୟ ପ୍ରମାଣିତ ହୋଇଥାଏ । ଆସନ୍ତୁ ଜାଣିବା ବିଲେଇ ସହ ସମ୍ବନ୍ଧିତ ଏହିଭଳି କିଛି ଶୁଭ ଓ ଅଶୁଭ ମାନ୍ୟତା ।

·    ଯଦି ଦୀପାବଳି ଦିନ ବିଲେଇ ଆପଣଙ୍କ ଘରକୁ ଆସୁଛି ତେବେ ତାହା ଅତି ଶୁଭ ସଂକେତ ଅଟେ । ଏହା ଦ୍ଵାରା ଆପଣଙ୍କ ପାଇଁ ପୁରା ବର୍ଷ ଶୁଭ ହୋଇଯିବ । ଏହି ସଂକେତ ଦ୍ଵାରା ଜଣା ପଡି ଯାଏ କି ଲକ୍ଷ୍ମୀଙ୍କ ଶୁଭ ଦୃଷ୍ଟି ବି ଆପଣଙ୍କ ଉପରେ ପଡିବ ।

·    ଏହା ଛଡା ଯଦି ବିଲେଇ ଆପଣଙ୍କ ଘରେ ଛୁଆ ଜନ୍ମ କରୁଛି ତେବେ ଏହା ବି ଏକ ଶୁଭ ସଂକେତ ଅଟେ ।

·    ଯଦି କୌଣସି ଶୁଭ କାମରେ ବାହାରୁଥିବା ବେଳେ ଆପଣ କୌଣସି ବିଲେଇକୁ କିଛି ମାଂସ ଟୁକୁଡା ଧରି ଯାଉଥିବାର ଦେଖୁଛନ୍ତି ତେବେ ଏହା ସଂକେତ ଦେଇଥାଏ କି ଆପଣ ଯେଉଁ କାର୍ଯ୍ୟପାଇଁ ବାହାରକୁ ଯାଉଛନ୍ତି ସେଥିରେ ସଫଳ ହେବେ ।

·    ଆପଣ ଯଦି କୌଣସି ବିଲେଇକୁ ତା ଛୁଆ ସହ ଦେଖୁଛନ୍ତି ତେବେ ଏହା ଏକ ଶୁଭ ସଂକେତ ଅଟେ । ଏହା ଦ୍ୱାରା ଆପଣ ଜାଣି ଯାଆନ୍ତୁ କି ଆପଣଙ୍କ ସାକ୍ଷାତ କୌଣସି ସାଙ୍ଗ କିମ୍ବା ସମ୍ପର୍କୀୟଙ୍କ ସହ ହୋଇ ପାରେ ।

·    ଘରେ ରଖିଥିବା କ୍ଷୀର ଯଦି ବାହାରୁ ଆସିଥିବା କୌଣସି ବିଲେଇ ପିଇ ଦେଉଛି ତେବେ ଏହା ଧନ କ୍ଷୟ ହେବାର ସଂକେତ ଦେଇଥାଏ ।

·    କିନ୍ତୁ ବିଲେଇ ଯଦି ଆପଣଙ୍କ ଘରେ ଆସି କାନ୍ଦେ ତେବେ ଏହା ଅଶୁଭ ସଂକେତ ଅଟେ । ଅର୍ଥାତ ଆପଣଙ୍କ ଉପରେ କୌଣସି ବିପତ୍ତି ଆସିପାରେ ।

·    ଯଦି ବିଲେଇ ଆପଣଙ୍କ ଉପରୁ ଚଢ଼ି କିମ୍ବା ଡେ଼ଇଁ ଚାଲି ଯାଏ ତେବେ ଆପଣଙ୍କ ଉପରେ ଆସୁଥିବା ଦୁର୍ଘଟଣାର ଏହା ସୂଚନା ଦେଇଥାଏ ।

·    ଯଦି ବିଲେଇ କୌଣସି ଶୋଇଥିବା ସ୍ତ୍ରୀର ମୁଣ୍ଡକୁ ସୁଙ୍ଘୁଛି ତେବେ ଏହା ତାହାର ବିଧବା ହେବାର ସଂକେତ ଅଟେ । ଯଦି ତାର ହୃଦୟକୁ ଚାଟୁଛି ତେବେ ତାକୁ ସନ୍ତାନ ମୃତ୍ୟୁର ଭୟ ରହିବ । ଯଦି ତାର ଗୋଡ଼କୁ ଚାଟୁଛି ତେବେ ତାଙ୍କ ମୃତ୍ୟୁର ସୂଚନା ଦେଇଥାଏ ।

·    ଯଦି ଆପଣ ବାହାରକୁ ଯାଉଥିବାବେଳେ ବିଲେଇ କିଛି ଖାଦ୍ୟ ପଦାର୍ଥ ଆଣି ଆପଣଙ୍କୁ ମିଆଉଁ କୁହେ ତେବେ ଏହା ଅଶୁଭ ସଂକେତ ଅଟେ ।

·    ଆପଣ କୌଣସି କାର୍ଯ୍ୟକୁ ଗଲା ବେଳେ ଯଦି ବିଲେଇକୁ ଝଗଡା ଏବଂ କାନ୍ଦୁଥିବାର ଦେଖିବେ ତେବେ ଏହା ଏକ ଅଶୁଭ ସଂକେତ ଅଟେ । ଏହା ସହିତ ଆପଣଙ୍କ ଯାତ୍ରା ବି ଅସଫଳ ହେବାର ସମ୍ଭାବନା ଥାଏ ।

·    ଯଦି ଆପଣ ଶୋଇଥିବା ବେଳେ ଆପଣଙ୍କ ପାଦକୁ ଚାଟୁଛି ତେବେ ଆପଣଙ୍କ ନିକଟ ଭାବିଷ୍ୟତରେ ଦେହ ଖରାପ ହେବାର ସଂକେତ ଦେଇଥାଏ ।

·    ଆପଣ ଶୋଇଥିବା ବେଳେ ଯଦି ବିଲେଇ ଆପଣଙ୍କ ମୁଣ୍ଡକୁ ଚାଟୁଛି ତେବେ ଆପଣ କୌଣସି ସରକାରୀ ମାମଲା ସମ୍ବନ୍ଧିତ ସମସ୍ୟାରେ ପଡି ପାରନ୍ତି ।

·    କୌଣସି ଘରେ ବିଲେଇ ନିଜ ଭିତରେ ଝଗଡା କରନ୍ତି ତେବେ ଧନାହାନି ହେବାର ସଂକେତ ମିଳେ ।

·    ବିଲେଇ ଯଦି ଆପଣଙ୍କ ସମ୍ନାରୁ ରାସ୍ତାର ବମାପଟରୁ ଡାହଣାପଟ ରାସ୍ତା ଚାଲି ଯାଉଛି । ତେବେ ଏହା ଏକ ଅଶୁଭ ସଂକେତ ଅଟେ ।

·    ଯଦି ବିଲେଇ କୌଣସି ବୃଦ୍ଧଙ୍କ ମୁଣ୍ଡକୁ ପଂଜା ମାରି ଚାଲିଯାଏ ତେବେ ତାଙ୍କ ନାତି ଓ ନାତୁଣୀଙ୍କ ଉପରେ ଆସୁଥିବା ବିପଦର ସଂକେତ ଦେଇଥାଏ ।

·    କୌଣସି ଜାଗାକୁ ଯାଉଥିବା ବେଳେ ଯଦି ବିଲେଇ କୁ ଶୋଇଥିବାର ଦେଖନ୍ତି ତେବେ ଏହା ଆପଣଙ୍କ ଛୋଟ ମୋଟ ଦେହ ଖରାପ ହେବାର ସଂକେତ ଦେଇଥାଏ ।