ମାତ୍ର ୯ ମିନିଟ ରେ ମସ୍ତିଷ୍କକୁ କରନ୍ତୁ ତେଜ, ଇଣ୍ଟେଲିଜେଣ୍ଟ ବନିବାର ସବୁଠୁ ସହଜ ଓ ସରଳ ଉପାୟ

ବନ୍ଧୁମାନେ ଆପଣମାନେ ଜାଣିଛନ୍ତି କି ବୁଦ୍ଧିମାନ ମଣିଷ ହିଁ ଜୀବନରେ ଆଗକୁ ବଢି ପାରାଇବ । ଯଦି ଆପଣଙ୍କ ପାଖରେ ବୁଦ୍ଧି ନାହିଁ ତେବେ ଆପଣଙ୍କ ମଣିଷ ଜୀବନ ନୀରର୍ଥକ ଅଟେ । ସେଥିପାଇଁ ଆଜି ଆମେ ଜାଣିବା ବୁଦ୍ଧି କିପରି ବଢ଼େଇବା ଅର୍ଥାତ କେମିତି ଅନ୍ୟଙ୍କ ଠାରୁ ଅଧିକ ଇଣ୍ଟେଲିଜେଣ୍ଟ ହେବେ । ବୁଦ୍ଧି ପ୍ରଖର ହେବା ଅର୍ଥାତ ଇଣ୍ଟେଲିଜେଣ୍ଟ ହେବା । ଇଣ୍ଟେଲିଜେଣ୍ଟ ସାଧାରଣତ ଦୁଇଟି ଜିନିଷ ଉପରେ ଆଧାରିତ ହୋଇଥାଏ ।

କୌଣସି ବି ଜିନିଷକୁ ଫଟାଫଟ ଶିଖିବା ଓ ସେହି ଜ୍ଞାନକୁ ସଠିକ ସମୟରେ ସଠିକ ଜାଗାରେ କାମରେ ଲଗାଇବା । ଅର୍ଥାତ ଯଦି ଆପଣ ଏହି ଦୁଇଟି ଜିନିଷରେ ଏକ୍ସପର୍ଟ ହୋଇଯିବେ କି ଶିଖିବା କଣ ହୋଇଥାଏ ଓ ଏହାକୁ କାମରେ କେମିତି ପରିଣତ କରିବେ, ତେବେ ସେହି ସମୟରେ ଲୋକମାନେ ଆପଣଙ୍କ ବିଷୟରେ କହିବେ କି ଏହି ବ୍ୟକ୍ତି ଜଣକ ବୁଦ୍ଧିମାନ ଅଟେ ।

ଆସନ୍ତୁ ଜାଣିବା ଏହି ରହସ୍ୟ ବିଷୟରେ ସର୍ବ ପ୍ରଥମେ ଜାଣିବା କି କଣ ଶିଖିବା ଉଚିତ ଓ କେମିତି ଶିଖିବା ଉଚିତ । ଯଦି ଆପଣ ସବୁକିଛି ଶିଖିବାକୁ ଚାହିଁବେ ତେବେ ଆପଣ କିଛି ଶିଖିପାରିବେ ନାହିଁ । ଆପଣ ଭାବୁଥିବେ ଦୁନିଆର ସବୁ ଜିନିଷ ଶିଖିଯିବେ ଓ ବହୁତ ବୁଦ୍ଧିମାନ ହୋଇଯିବେ । କିନ୍ତୁ ଆପଣ ଏହା ଭୁଲ ଭାବୁଛନ୍ତି । ଆପଣ ଦୁନିଆର ବଡ ବଡ଼ ଲୋକମାନଙ୍କ ନାଁ ଶୁଣିଥିବେ ଓ ଯେଉଁମାନେ କେବଳ ଗୋଟିଏ କାମରେ ହିଁ ପ୍ରସିଦ୍ଧି ଲାଭ କରିଛନ୍ତି ।

କିଛି ଲୋକମାନେ ଦୁଇ ତିନୋଟି ଜିନିଷ ଉପରେ ପ୍ରସିଦ୍ଧି ଲାଭ କରିଥିବେ । ଜଣେ ଫୁଟବଲ ଖେଳାଳି କି କ୍ରିକେଟ ଖେଳାଳି ହେଉ ସେମାନେ କେବଳ ନିର୍ଦିଷ୍ଟ ଗୋଟିଏ ଖେଳରେ ହିଁ ଫେମସ ହୋଇଛନ୍ତି ନା ହିଁ କି ସବୁ ଜିନିଷରେ । ବୁଦ୍ଧିମାନ ସେମାନେ ନୁହନ୍ତି ଯିଏ କେବଳ ସ୍କୁଲରେ ଖାଲି ଟପ କରିଥାନ୍ତି । ସେହି ଲୋକମାନେ ବି ବୁଦ୍ଧିମାନ ଅଟନ୍ତି ଯେଉଁମାନେ କୌଣସି ବି କ୍ଷେତ୍ରରେ ଅନ୍ୟ ମାନଙ୍କ ଠାରୁ ଅଧିକ ଜଣିଥାନ୍ତି ।

ଆମେ ଯେତେବେଳେ ଟିଭିରେ କ୍ରିକେଟ ଦେଖୁ ତେବେ ଆମକୁ ଲାଗେ କି ଆମେ କ୍ରୀକେଟର ହେଇଥାନ୍ତୁ କି । ଯେତେବେଳେ କୌଣସି ସାଙ୍ଗ IAS ଅଫିସର ହୋଇଯାଏ ସେତେବେଳେ ବି ଆମକୁ ଲାଗେ କି ଆମେ ବି IAS ଅଫିସର ହୁଅନ୍ତୁ କି । କିନ୍ତୁ ଜୀବନରେ ସଫଳତା ପାଇବା ପାଇଁ ସଠିକ ନିଷ୍ପତ୍ତି ନେବା ଉଚିତ । ଆପଣ ଜୀବନରେ ଲକ୍ଷ୍ୟ ଓ ନିଷ୍ପତିକୁ ସଠିକ ରଖନ୍ତୁ । ତେବେ ଆପଣ ପୁରାପୁରି ଭାବରେ ବୁଦ୍ଧିମାନ ହୋଇଯିବେ ।

ଯଦି ଆପଣଙ୍କୁ ଅଭିନୟ କରିବାର ଅଛି ତେବେ ସବୁବେଳେ ଅଭିନୟକୁ ହିଁ ମୁଣ୍ଡରେ ରଖିବା ଉଚିତ । କେବଳ ଏହା ଭାବିବାର ଅଛି କି ମୋତେ ଅଭିନୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବାର ଅଛି । ଗୋଟିଏ ଉଦାହରଣ ଦେଉଛି କହିବାକୁ ଗଲେ ଗୋଟିଏ କଣ୍ଟା ଯେତେ ମୁନିଆ ହୋଇଥିବ ତାହା ସେତେ ଶୀଘ୍ର କାନ୍ଥ ଭିତରକୁ ପସିଯିବ । ସେହିପରି ଗୋଟିଏ ମଣିଷ ଯେଉଁ କ୍ଷେତ୍ରରେ ନିପୁଣ ଥିବ ସେ ସେହି କ୍ଷେତ୍ରରେ ସେତେ ପ୍ରସିଦ୍ଧ ଲାଭ କରିବ ।

ଆପଣ ସଚିନ ତେନ୍ଦୁଲକର ଭଳି କ୍ରିକେଟର ହେବାକୁ ଚାହୁଁଛନ୍ତି ତେବେ ତାଙ୍କର ପୁରୁଣା ମ୍ୟାଚକୁ ନିରୀକ୍ଷଣ କରି ଦେଖନ୍ତୁ । ଯାହା ଦ୍ଵାରା ଆପଣ କିଛି ଶିକ୍ଷା ଲାଭ କରିପାରିବେ । ଏହିପରି ଭାବରେ ପ୍ରତ୍ୟେକ ଜିନିଷକୁ ମନ ଧ୍ୟାନ ସହ ଦେଖନ୍ତୁ ଓ ଜାଣନ୍ତୁ । ତେବେ କିଛି କିଛି ଶିକ୍ଷା ଲାଭ କରି ପାରିବେ । ଯାହା ଦ୍ଵାରା ଆପଣ ବୁଦ୍ଧିମାନ ହୋଇ ପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଟିପ୍ସ ପସନ୍ଦ ଆସିଥିବ । ଭଲ ଲାଗିଥିଲେ ଏହାକୁ ସାଙ୍ଗମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ