ଗୋଇଠି ଯନ୍ତ୍ରଣା ହେଉଛି କି ? ଏହାର କାରଣ ଓ ଚିକିତ୍ସା ସମ୍ବନ୍ଧରେ ଜାଣନ୍ତୁ Pain and Spine Specialist Dr. Rajendra Sahoo ଙ୍କ ଖାସ୍ ଟିପ୍ସ

ଆମ ପାଦ ଦ୍ୱୟ ଆମ ଶରୀରର ସମସ୍ତ ଭାର ବାହା କରିଥାଏ । ଅତ୍ୟଧିକ ପରିଶ୍ରମ କରିବା, ଚାଲିବା ଓ ଡେଇଁବା କାମ କରିବା ଫଳରେ ଅନେକ ଲୋକଙ୍କର ଗୋଇଠି ଯନ୍ତ୍ରଣା ହେବାର ସମ୍ଭାବନା ଅଧିକ ଥାଏ । ତେବେ ଏହି ଗୋଇଠି ଯନ୍ତ୍ରଣା କାହିଁକି ହୁଏ ? ଏହାର କାରଣ, ନିରାକରଣ ଓ ଚିକିତ୍ସା ସମ୍ବନ୍ଧରେ ଆସନ୍ତୁ ଜାଣିବା ପେନ୍ନ ଆଣ୍ଡ ସ୍ପାଇନ ସ୍ପେଶାଲିଷ୍ଟ ରାଜେନ୍ଦ୍ର ସାହୁଙ୍କ ଠାରୁ କିଛି ଖାସ୍ ଟିପ୍ସ ।

ଆମ ପାଦରେ ଅନେକ ଗୁଡିଏ ହାଡ ରହିଛି । ଯେଉଁ କାରଣରୁ ପାଦରେ ଅଧିକ ଓଜନ ପଡିବା ସହ ଏହା ଯନ୍ତ୍ରଣା ହୋଇଥାଏ । ଆମ ପାଦ ସାଧାରଣତଃ ତିନି ଭାଗରେ ବିଭକ୍ତ ଯଥା, ଫୋର ଫୁଟ୍ (ଆଙ୍ଗୁଳି ଭାଗ), ମିଡ୍ ଫୁଟ୍ (ମଝି ଭାଗ) ଏବଂ ହାଇ ଫୁଟ୍ ବା ହିଲ୍ (ଗୋଇଠି ଭାଗ) । ରୋଗୀଙ୍କ କେଉଁ ଅଂଶରେ ଯନ୍ତ୍ରଣା ହେଉଛି ଏବଂ ସେହି ଅନୁସାରେ କେଉଁଠି କେଉଁ କାରଣରୁ ଯନ୍ତ୍ରଣା ହେଉଛି ତାହା ଡାକ୍ତର ଯାଞ୍ଚ କରିଥାନ୍ତି ।

ତେବେ ପାଦ ଓ ଗୋଇଠି ଯନ୍ତ୍ରଣା ହେବାର ଅନେକ କାରଣ ହୋଇପାରେ । ହାଡରେ ଆଥ୍ରାଇଟିସ କାରଣରୁ ଯନ୍ତ୍ରଣା ହୋଇପାରେ କିମ୍ବା କୌଣସି ଫ୍ରାକ୍ଚର ଯୋଗୁଁ ହୋଇପାରେ । ଅନେକ ସମୟରେ ହାଡ ବଢିବା ଯୋଗୁଁ ମଧ୍ୟ ଯନ୍ତ୍ରଣା ହୋଇଥାଏ । ଆମ ପାଦରେ ସବୁ ଜଏଣ୍ଟକୁ ଲାଗିକରି ଅନେକ ନରମ ଟିସ୍ୟୁ ସବୁ ରହିଛି ଯାହା କୌଣସି କାରଣରୁ ଆଘାତ ପାଇ ଛିଣ୍ଡି ଯାଇଥାଏ । ଏହି କାରଣରୁ ମଧ୍ୟ ପାଦରେ ଯନ୍ତ୍ରଣା ହୋଇଥାଏ ।

ଏହ ଠିକ ସମୟରେ ଜଣା ନ ପଡିଲେ ଅନେକ ମାସ ବର୍ଷ ଯାଏଁ ଲାଗିରୁହେ । ଆମ ପାଦରେ ଗୋଟିଏ ଛୋଟିଆ ସୂତା ଭଳି ଜିନିଷଟି ହାଡକୁ ଯୋଡିକି ରଖିଥାଏ । ଅନେକ ସମୟରେ ତାହା ଫୁଲିଯାଇ ତା’ ଚାରିପଟେ ପାଣି ଜମିବା କାରଣରୁ ମଧ୍ୟ ଯନ୍ତ୍ରଣା କରାଇଥାଏ । ଆମ ଗୋଇଠିରେ ୫ ପ୍ରକାରର ନର୍ଭ ବା ସ୍ନାୟୁ ରହିଥାଏ ଯାହା ଅନେକ ସମୟରେ ଚାପି ହୋଇଯିବା ହେତୁ ଯନ୍ତ୍ରଣା କରାଇଥାଏ । ଏହାଛଡା ଟ୍ଯୁମର ଯୋଗୁଁ କିମ୍ବା ଅନ୍ୟ କୌଣସି ସଂକ୍ରମଣ ଯୋଗୁଁ ମଧ୍ୟ ଗୋଇଠି ଯନ୍ତ୍ରଣା ହୋଇପାରେ ।

ଅନେକ ସମୟରେ ଅଣ୍ଟାବିନ୍ଧା ମଧ୍ୟ ପାଦ ଉପରେ ପ୍ରଭାବ ପକାଇଥାଏ । ପାଦର ଆକାର, ମୋଟାପଣ, ଚାଲିବା ଶୈଳୀ ଓ ଜୀବନଶୈଳୀ ଗୋଇଠି ଓ ପାଦ ଯନ୍ତ୍ରଣା ଉପରେ ପ୍ରଭାବିତ କରିଥାଏ ଓ ଏମାନଙ୍କ କ୍ଷେତ୍ରରେ ପାଦ ଯନ୍ତ୍ରଣା ସମସ୍ଯା ଦେଖାଦେବା ସମ୍ଭାବନା ଅଧିକ ଥାଏ ।

ଯଦି ଏହି ଗୋଥି ଯନ୍ତ୍ରଣା ସମସ୍ଯା ବଢୁଛି କିମ୍ବା ବାରମ୍ବାର ଦେଖାଦେଉଛି ତେବେ ଏହାକୁ ଅନାଦେଖା ନକରି ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ କରିବା ଉଚିତ । ପ୍ରଥମେ ଗୋଇଠି ଯନ୍ତ୍ରଣାର କାରଣ ଖୋଜି ବାହାର କରିବା ପରେ ଡାକ୍ତର ସେହି ଅନୁସାରେ ଚିକିତ୍ସା କରିବାକୁ କହିଥାନ୍ତି । ପାଦ କ୍ଷେତ୍ରରେ ଯଥାସମ୍ଭବ ନନସର୍ଜିକାଲ ଟ୍ରିଟମେଣ୍ଟ ପାଇଁ ହିଁ ପରାମର୍ଶ ଦିଆଯାଏ । ଏଥିପାଇଁ କିଛିଟା ଏକ୍ସରସାଇଜ, ସଠିକ ଜୋତା ପିନ୍ଧିବା, ଷ୍ଟ୍ରେଚିଙ୍ଗ ଓ ଫିଜିଓଥେରାପି ନେବାକୁ ପଡେ ।

ଏହାସହ କିଛି ରୋଗୀଙ୍କ କ୍ଷେତ୍ରରେ କିଛିଦିନ ପାଇଁ ମେଡ଼ିସିନ ମଧ୍ୟ ଖାଇବାକୁ ପରାମର୍ଶ ଦିଆଯାଏ । ଏସବୁକୁ ସଠିକ ଭାବେ ଅନୁସରଣ କଲେ ଗୋଇଠି ଯନ୍ତ୍ରଣା ଭଲ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।