ଘରେ ଚାଉଳରୁ ପିମ୍ପୁଡି ବାହାରିଲେ କେଉଁ ସଂକେତ ମିଳିଥାଏ ? ଏହାସହ ଜାଣନ୍ତୁ ସୁଖୀ ଜୀବନଯାପନ ପାଇଁ ଆହୁରି 20+ ଅନୁଚିନ୍ତା

ସୁଖଶାନ୍ତି ପୂର୍ଣ୍ଣ ଜୀବନ ଅତିବାହିତ କରିବା ପାଇଁ ଆସନ୍ତୁ ଜାଣିବା ଶାସ୍ତ୍ର ଲିଖିତ କିଛି ଅନୁଚିତା ବିଷୟରେ । ଘରର ଉତ୍ତର ଦିଗରେ ଶୁଆର ଚିତ୍ର କିମ୍ବା ମୂର୍ତ୍ତି ଲଗାଇବା ଦ୍ଵାରା ଶୁଭ ହୋଇଥାଏ ଏବଂ ଘରେ ଖୁସିର ପରିବେଶ ସୃଷ୍ଟି ହେବା ସହିତ ଭାଗ୍ୟୋଦୟ ହୋଇଥାଏ । ଘରେ ତିନୋଟି ମୟୂର ପଙ୍ଖ ରଖିବା ଅଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ତା’ସହ ଭାଗ୍ୟ ଉଦୟ ହେବାରେ ସାହାଯ୍ୟ କରିଥାଏ । ମୋତି ଶଙ୍ଖ ବିଧିବିଧାନ ସହିତ ପୂଜା କରି ଧନ ରଖୁଥିବା ସ୍ଥାନରେ ରଖିଲେ ଧନ ବୃଦ୍ଧି ହୋଇଥାଏ ଏବଂ ଜୀବନରେ ଉନ୍ନତି ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘର ପାଖରେ ଶମୀ ଗଛ ଲଗାଇବା ଶୁଭ ହୋଇଥାଏ ଏବଂ ଘରେ ଧନର ଅଭାବ ହୋଇନଥାଏ । ଘରେ ଲାଗିଥିବା ତୁଳସୀ ଗଛ ଅଚାନକ ସୁଖିବା ଅଶୁଭ ସଂକେତ ହୋଇଥାଏ ଏବଂ ଘରେ କୌଣଶୁ ସମସ୍ଯା ଦେଖାଦେବାର ସଂକେତ ହୋଇଥାଏ । ଘର ଉପରେ ପିତୃଦୋଷ ଥିଲେ ଘରେ ବାରମ୍ବାର କଳିଝଗଡା ଦେଖା ଦେଇଥାଏ । ତୁଳସୀ ଗଛ ଘରେ ହୃଷ୍ଟପୃଷ୍ଟ ହୋଇ ବଢିବା ଶୁଭ ହୋଇଥାଏ ତଥା ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବାର ସଂକେତ ହୋଇଥାଏ ।

ଖଟ ଉପରେ ବସି କେବେବି ଖାଇବା ଉଚିତ ନୁହେଁ ଏହା ଶୁଭ ହୋଇଥାଏ ଏବଂ ଘରେ ଅଶାନ୍ତି ହେବ ସହ ସ୍ୱାସ୍ଥ୍ୟ ସମସ୍ଯା ଦେଖାଦେବାର ସମ୍ଭାବନା ରହିଥାଏ । ଘରର ମୁଖ୍ୟଦ୍ଵାର ସାମ୍ନାରେ ଅଳିଆ ଗଦା କରି ରଖିବା ଅଶୁଭ ହୋଇଥାଏ ଏବଂ ପଡୋଶୀ ଲୋକାଙ୍କ ସହ ଶତ୍ରୁତା ଦେଖା ଦେଇଥାଏ ।

ସୂର୍ଯ୍ୟାସ୍ତ ପରେ କ୍ଷୀର, ଦହି, ପିଆଜ, ଲୁଣ ଏବଂ ସିନ୍ଦୂର ବାହାର ଲୋକଙ୍କୁ ଦେବା ଉଚିତ ନୁହେଁ, ଏହାଦ୍ବାରା ଅଭାବ ଦେଖାଦେବା ସହ ଧନହାନି ହୋଇଥାଏ । ସୂର୍ଯ୍ୟାସ୍ତ ପରେ ନଖ, ବାଳ କିମ୍ବା ଦାଢି କାଟିବା ନୁହେଁ। ଏହା ଅମଙ୍ଗଳକାରୀ ହେବାସହ ଧାରକରଜ ବୃଦ୍ଧି ହୋଇଥାଏ । ସୂର୍ଯ୍ୟାସ୍ତ ପରେ ଗଛଲତା ଛୁଇଁବା କିମ୍ବା ପତ୍ର ଛିଣ୍ଡାଇବା ଅନୁଚିତ, ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ ।

ସୂର୍ଯ୍ୟାସ୍ତ ପରେ କପଡା ଧୋଇବା କିମ୍ବା ଶୁଖାଇବା ଦ୍ଵାରା ମଧ୍ୟ ଅମଙ୍ଗଳ ହୋଇଥାଏ ଏବଂ ସ୍ୱାସ୍ଥ୍ୟଜନିତ ସମସ୍ଯା ଦେଖା ଦେଇଥାଏ । ସୂର୍ଯ୍ୟାସ୍ତ ପରେ ଭୋଜନପାତ୍ର ଏବଂ ଜଳପାତ୍ରକୁ ଢାଙ୍କି ଦେବା ଉଚିତ । କାରଣ ଏହାକୁ ବ୍ୟବହାର କରିବା ଦ୍ଵାରା ରୋଗଗ୍ରସ୍ତ ହେବାର ସମ୍ଭାବନା ରହିଥାଏ ।

ଦହି ସାହିର ଶୁକ୍ର ଗ୍ରହଙ୍କ ସମ୍ବନ୍ଧ ରହିଥିବାରୁ ସୂର୍ଯ୍ୟାସ୍ତ ପରେ କେବେବି ଦହି ଦାନ କରିବା ଉଚିତ ନୁହେଁ, ଏହାଦ୍ବାରା ଘରର ସୁଖ ସମୃଦ୍ଧି ନଷ୍ଟ ହୋଇଥାଏ । ସୂର୍ଯ୍ୟାସ୍ତ ପରେ ଘରେ ଝାଡୁପୋଛା ଲଗାଇବା ଦ୍ଵାରା ମଧ୍ୟ ଧନହାନି ହୋଇଥାଏ ।

ଯଦି ଚାଉଳ ପାତ୍ରରୁ ପିମ୍ପୁଡି ବାହାରୁ ଥାଆନ୍ତି ତେବେ ବହୁତ ଶୁଭ ହୋଇଥାଏ ଏବଂ ଧନ ଆଗମନର ସଂକେତ ହୋଇଥାଏ । ତା’ ସହିତ ଘରୁ ଅନ୍ନ ଏବଂ ଅର୍ଥ ସମସ୍ଯା ମଧ୍ୟ ଦୂର ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।