ଗିରଫ ହେଲେ ରସିକିଆ ସାହିତ୍ଯ ସାର୍, ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସେଇ ନିଛାଟିଆ ଜଙ୍ଗଲରେ… ଦେଖନ୍ତୁ video

ଗିରଫ ହେଲେ ରସିକିଆ ସାହିତ୍ଯ ସାର୍ । ସ୍କୁଲରେ ଉଭୟ ସାହିତ୍ୟ ଓ ସଂସ୍କୃତ ପଢାଉଥିବା ଶିକ୍ଷକ ଛାତ୍ରୀଙ୍କୁ ଭଲ ପାଇ ବସିଲେ । ଏପରିକି ଛାତ୍ରୀଙ୍କୁ ମିଛ ପ୍ରତିଶ୍ରୁତି ଦେବାକୁ ମଧ୍ୟ ପଛାଇଲେ ନାହିଁ । ଏଥିପାଇଁ ବାଇକରେ ବସେଇ ନେଲେ ଔ ଏମବିଡ଼ି କିଣିଦେବେ ବୋଲି କହିଲେ । ଏତେସବୁ ପରେ ସାର୍ ଙ୍କ ମନରେ ଥିବା ମନ୍ଦ ଉଦ୍ଦେଶ୍ୟକୁ ଛାତ୍ରୀଜଣକ ବୁଝି ପାରି ନଥିଲେ । ସାର୍ ଙ୍କ ସହ ଗାଡିରେ ଯାଉଥିବା ବେଳେ ନିଛାଟିଆ ରାସ୍ତା ଦେଖି ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ ରସିକିଆ ସାର୍ ।

ହେଲେ ଛାତ୍ରୀଜଣକ ଚିତ୍କାର କରିବାରୁ ସାର୍ ତାଙ୍କୁ ଜଙ୍ଗଲରେ ଛାଡି ଦେଇ ଫେରାର ମାରିଲେ । ଆଉ ପୁରା ଘଟଣା ଜଣାପଡିବା ପରେ ରସିକିଆ ସାର୍ ଏବେ ଗିରଫ ହେଇଛନ୍ତି । ଅଭିଯୁକ୍ତ ସାର୍ ଜଣକ ହେଉଛନ୍ତି ଖପରାଖୋଲ କଣଗାଁର ସତ୍ୟନାରାୟଣ ନାୟକ । ସେ ଯୋଗୀମୁଣ୍ଡା ହାଇସ୍କୁଲରେ ସଂସ୍କୃତ ଏବଂ ସାହିତ୍ୟ ପଢାଉଥିଲେ । ହେଲେ ନବମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ମିଛ ଜାଲରେ ଫସେଇ ଏମବିଡ଼ି କିଣିଦେବା ବାହାନାରେ ପାଟଣାଗଡକୁ ଯିବା ପାଇଁ କହିଥିଲେ ।

ଏମିତିକି ସମ୍ପୃକ୍ତ ଛାତ୍ରୀଙ୍କୁ ନିଜ ମୋଟର ସାଇକେଲରେ ବସେଇ ଆଣିଥିଲେ । ଯୋଗୀମୁଣ୍ଡାକୁ ପାଟଣାଗଡ ଆଡକୁ ପକ୍କା ରାସ୍ତା ଥିବାବେଳେ ସାର୍ କିନ୍ତୁ ଛାତ୍ରୀଙ୍କୁ ନିଛାଟିଆ ରାସ୍ତା ଦେଇ ନେଇ ଯାଉଥିଲେ । ଆଉ କେହି କୁଆଡେ ନଥିବା ଦେଖି ଛାତ୍ରୀଙ୍କ ସହ ଅସଦାଚରଣ କରିବାକୁ ସେ ଉଦ୍ୟମ କରିଥିଲେ ।

ହେଲେ ଛାତ୍ରୀ ସାର୍ ଙ୍କ କଥାରେ ରାଜି ନହେବା ସହ ଚିତ୍କାର କରିଥିଲେ । ଯାହା ଦେଖି ସାର୍ ଘଟଣାସ୍ଥଳରୁ ଫେରାର ମାରିଥିଲେ । ଘଟଣା ପରେ ଛାତ୍ରୀଙ୍କୁ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ସାର୍ ଙ୍କୁ ଗିରଫ କରିବା ସହ ଡାକ୍ତରୀ ମାଇନା କରିଛି । ଖାଲି ସେତିକି ନୁହେଁ ବରଂ ଉକ୍ତ ସାର୍ ଙ୍କୁ ବଲାଙ୍ଗୀର ପୋସ୍କୋ କୋର୍ଟକୁ ଚାଲାଣ କରା ଯାଇଥିବା ସୂଚନା ଦେଇଛନ୍ତି ପାଟଣାଗଡ ପୋଲିସ ଅଧିକାରୀ ଜ୍ୟୋତିମୟ ଭୁକ୍ତା ।

ସାର୍ ଙ୍କ ଏଭଳି କଳା କାରନାମା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକେ ଏହାକୁ ଘୋର ନିନ୍ଦା କରୁଛନ୍ତି । ଛାତ୍ରୀଙ୍କ ସାହାସ ପାଇଁ ତାଙ୍କୁ ପ୍ରଶଂସା ମଧ୍ୟ କରାଯାଉଛି । ରସିକିଆ ସାର୍ ଙ୍କ ଏଭଳି କାଣ୍ଡ ଏବେ ସାରା ରାଜ୍ୟରେ ଚର୍ଚ୍ଚାରେ ବିଷୟ ସାଜିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।