ପ୍ରେମିକା ସହ ଜ୍ଵାଇଁକୁ ରଙ୍ଗେହାତ ଧରିଲା ଶାଶୁ, ଆଉ ତା’ପରେ ଯାହା ହେଲା ନା… ଦେଖନ୍ତୁ video

ବିବାହ କରିଥିଲେ ଜଣଙ୍କୁ ହେଲେ ଆଉ ଜଣଙ୍କ ସହ ପ୍ରେମ କରିବା ବେଳେ ଧରିନେଲେ ଶାଶୁ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଥାନା ଉଦଳା ଥାନା ଅଧୀନ ଫଲାଡି ଗ୍ରାମ ପଞ୍ଚାୟତରେ । ଦୂତିକାଦେଇପୁର ଗାଁର ହରିଶଚନ୍ଦ୍ର ହେମ୍ବ୍ରମଙ୍କ ଝିଅ ବୁଦ୍ଧିଆ ହେମ୍ବ୍ରମଙ୍କ ପୁଅଙ୍କୁ ବିବାହ କରିଥିଲେ । ଘର ସଂସାର ଠିକଠାକ ଚାଲିଥିବା ବେଳେ ବାହାଘରକୁ ପ୍ରାୟ 8 ବର୍ଷ ବିତିଗଲାଣି । ସେମାନଙ୍କର 5 ବର୍ଷର ଶିଶୁକନ୍ୟାଟିଏ ମଧ୍ୟ ଅଛି ।

ହେଲେ ଜ୍ଵାଇଁ ଅନ୍ୟ କୌଣସି ଝିଅ ସହ କଥାବାର୍ତ୍ତା ହେବାସହ ବୁଲାବୁଲି କରୁଥିବା ଜାଣିଥିବା ପାଇଥିଲେ ମା’ ଲକ୍ଷ୍ମୀ ହେମ୍ବ୍ରମ । ଏମିତିକି ବହୁବାର ସେ ହାତରୁ ଖସି ପଳାଇଥିଲେ । ବିବାହ ପରେ ସ୍ତ୍ରୀ ରହିମାତଙ୍କୁ ଲଗାତାର ପ୍ରତାରଣା କରି ଆସୁଥିଲେ । ଜ୍ଵାଇଁ ଶାମ ଭୁବନେଶ୍ବର କାମ କରିବାକୁ ଯାଉଛି କହି ଘରୁ ବାହାରି ଆସିଥିବା ବେଳେ ଶାଶୁ ତାଙ୍କୁ ଉଦଳାରେ ଅନ୍ୟ ଏକ ଝିଅ ସହ ବୁଲୁଥିବାର ଦେଖି ନେଇଥିଲେ ।

ଜ୍ଵାଇଁ ଓ ତାଙ୍କ ପ୍ରେମିକାଙ୍କ ପିଛା କରୁଥିବା ବେଳେ ଶାମ ସହିତ ଥିବା ଝିଅ ଲକ୍ଷ୍ମୀଙ୍କୁ ନିସ୍ତୁକ ପିଟିଥିଲେ । ଯାହାପରେ ଉତ୍ତ୍ୟକ୍ତ ହୋଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଲକ୍ଷ୍ମୀ । ତେବେ ସେ ପୂର୍ବରୁ ଜ୍ଵାଇଁଙ୍କ ପ୍ରତାରଣା ବିଷୟରେ ସୁରାକ ପାଇଥିଲେ । ଦୀର୍ଘ ଏକ ମାସ ଧାରୁ ସୁଯୋଗର ଅପେକ୍ଷାରେ ଥିବାବେଳେ ଶେଷରେ ଅନ୍ୟଜଣେ ଯୁବତୀଙ୍କ ସହ ଜ୍ଵାଇଁଙ୍କୁ ଧରି ଦେଇଥିଲେ ।

ଜ୍ଵାଇଁଙ୍କୁ ଧରିବା ପରେ ଶାଶୁ ତାଙ୍କୁ ଖସି ଯିବାକୁ ଦେଇ ନଥିଲେ । ତାଙ୍କୁ ଭିଡି ଭିଡି ତାଙ୍କ ଭାଇଙ୍କ ପାଖକୁ ନେବା ପରେ ଥାନାର ଦ୍ଵାରସ୍ଥ ହେବେ ବୋଲି ମଧ୍ୟ କହିଛନ୍ତି ଶାଶୁ । ହେଲେ ଜ୍ଵାଇଁ ଶାମଙ୍କୁ ଏନେଇ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି କି, ଉକ୍ତ ଯୁବତୀ ଜଣକ ତାଙ୍କର ଭଉଣୀ ହେବେ ।

ହେଲେ ସ୍ପଷ୍ଟ କୌଣସି କଥା କହି ପାରୁ ନଥିବା ବେଳେ ମିଛ କହୁଥିବା ତାଙ୍କ ମୁହଁରୁ ସ୍ପଷ୍ଟ ବାରି ହେଉଛି । ତାଙ୍କ ସହ ଥିବା ଯୁବତୀ ଶାଶୁ ଲକ୍ଷ୍ମୀଙ୍କୁ ମାଡ ମାରିବା ବେଳେ ସେ କାହିଁକି କିଛି କହିଲେନି ବୋଲି ପ୍ରଶ୍ନ କରିବାରୁ ଜ୍ଵାଇଁ କିଛି ଉତ୍ତର ଦେଇ ନଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।