100 ମହିଳାଙ୍କୁ ବିବାହ କରି ବିଶ୍ଵ ରେକର୍ଡ ! ଏମିତି ତାଙ୍କ ପ୍ରେମରେ ଫସୁଥିଲେ ମହିଳାମାନେ…

ସେ 14ଟି ଦେଶ ଏବଂ 27ଟି ରାଜ୍ୟର ଜ୍ଵାଇଁ । ମୋଟ 100 ମହିଳାଙ୍କୁ ବିବାହ କରିଛନ୍ତି । ଲୋକେ ବିଭିନ୍ନ ପନ୍ଥା ଆପଣାଇ ବିବାହ କରିବା ଆପଣ ଶୁଣିଥିବେ ହେଲେ ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ ବିବାହରେ ବିଶ୍ଵ ରେକର୍ଡ କରିଛନ୍ତି । ବ୍ୟକ୍ତିଜଣକ 1949 ରୁ 1981 ମସିହା ଭିତରେ ଏହିସବୁ ବିବାହ କରିଛନ୍ତି । ଏତେ ବିବାହ କରିବା ପରେ ବି ସେ କାହାରିକୁ ଛାଡପତ୍ର ଦେଇ ନଥିଲେ । ତେଣୁ ସେ ଦୁନିଆରେ ସବୁଠାରୁ ଅଧିକ ବିବାହ କରିବାର ରେକର୍ଡ ନିଜ ନାଁରେ କରି ପାରିଛନ୍ତି ।

ଗିନିଜ ୱାର୍ଲ୍ଡ ରେକର୍ଡ ଏହାର ଏକ ଭିଡିଓ ଟ୍ବିଟରରେ ଶେୟାର କରିଛନ୍ତି । ଯେଉଁଥିରେ ଶତାଧିକ ବିବାହ କରିଥିବା ବ୍ୟକ୍ତି ଜିଓବନି ବିଗଲିଓଟୋଙ୍କ ବିଷୟରେ କୁହାଯାଉଛି । ଏହି ବ୍ୟକ୍ତିଙ୍କ ପ୍ରକୃତ ନାଁ ସ୍ପଷ୍ଟ ହୋଇ ନଥିବା ବେଳେ ଶେଷ ବିବାହ ବେଳେ ସେ ଏହି ନାମ ବ୍ୟବହାର କରିଥିବା କୁହାଯାଏ । 53 ବର୍ଷ ବୟସରେ ତାଙ୍କର କଳା କାରନାମା କାମକୁ ଆସିଥିଲା । ପରେ ସେ ଦାବି କରିଥିଲେ କି, ତାଙ୍କ ଜନ୍ମ 3 ଏପ୍ରିଲ 1929 ମସିହାରେ ଇଟାଲୀର ସିସିଲିରେ ହୋଇଥିଲା ଏବଂ ତାଙ୍କ ନାମ ନିକୋଲାଇ ପେରେସ୍କୋଭ ଥିଲା ।

ସେ 1949 ରୁ 1981 ମଧ୍ୟରେ 104 ରୁ 105 ଜଣ ମହିଳାଙ୍କୁ ବିବାହ କରିଥିଲେ । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା, ତାଙ୍କର କୌଣସି ପତ୍ନୀ ପରସ୍ପରକୁ ଜାଣି ନଥିଲେ ଏବଂ ସ୍ଵାମୀଙ୍କ ବିଷୟରେ ମଧ୍ୟ ସେମାନେ ଖୁବ କମ୍ ଜାଣିଥିଲେ । ବିଗଲିଓଟୋ ଆମେରିକାର 27 ଅଲଗା ଅଲଗା ରାଜ୍ୟ ଏବଂ 14ଟି ଦେଶରେ ବିବାହ କରିଛନ୍ତି ବୋଲି କୁହାଯାଏ । ତେବେ ସବୁଥର ନକଲି ପରିଚୟପତ୍ର ଦେଇ ସେ ବିବାହ କରୁଥିଲେ ।

ସବୁ ମହିଳାଙ୍କୁ ସେ ଚୋର ବଜାରରେ ଦେଖା ହେଉଥିଲେ ଏବଂ ବିବାହ ପରେ ପତ୍ନୀଙ୍କ ଟଙ୍କା ଓ ଦାମୀ ଜିନିଷ ନେଇ ଫେରାର ହୋଇ ଯାଉଥିଲେ । ଗିନିଜ ୱାର୍ଲ୍ଡ ରେକର୍ଡ ଅନୁସାରେ ସେ ସବୁ ମହିଳାଙ୍କୁ କହୁଥିଲେ, ମୁଁ ବହୁତ ଦୂରରେ ରହୁଛି ତେଣୁ ତୁମେ ନିଜ ଜିନିଷପତ୍ର ଧରି ମୋ ପାଖକୁ ଚାଲି ଆସ । ମହିଳାମାନେ ଜିନିଷପତ୍ର ପ୍ୟାକ କରିବା ପରେ ବିଗଲିଓଟୋ ସେସବୁକୁ ଟ୍ରକରେ ଧରି ଫେରାର ହୋଇଯାଏ ଏବଂ ଚୋରି ଜିନିଷ ଚୋର ବଜାରରେ ବିକ୍ରି କରିଦିଏ । ଏହାପରେ ଆହୁରି ମହିଳାଙ୍କୁ ଟାର୍ଗେଟ କରୁଥିଲା ବିଗଲିଓଟୋ ।

ଶେଷରେ 18 ଡିସେମ୍ବର 1981 ରେ ସେ ଧରାପଡି ଯାଇଥିଲା ଏବଂ 1983 ରେ ତାଙ୍କ ବିରୋଧରେ ମକଦ୍ଦମା ଆରମ୍ଭ ହୋଇଥିଲା । ତାଙ୍କୁ 34 ବର୍ଷ ଜେଲଦଣ୍ଡ ଦିଆ ଯାଇଥିବା ବେଳେ ନିଜ ଜୀବନର ଶେଷ 8 ବର୍ଷ ସେ ଏରିଜୋନା ଷ୍ଟେଟ ଜେଲରେ ବିତାଇଥିଲେ । 1991 ରେ 61 ବର୍ଷ ବୟସରେ ବ୍ରେନ ହାମ୍ବ୍ରେଜ କାରଣରୁ ତାଙ୍କର ମୃ-ତ୍ୟୁ ହୋଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।