ଗିରଫ ହେଲେ ନକଲି Salman Khan, ପବ୍ଲିକରେ ରିଲ୍ ବନାଉଥିବା ବେଳେ ଉଠାଇନେଲା ପୋଲିସ…ଦେଖନ୍ତୁ Video

ରାସ୍ତାରେ ରିଲ୍ ବନେଇବା ମହଙ୍ଗା ପଡିଲା । ରାସ୍ତାରେ ରିଲ୍ ବନେଇ ଗିରଫ ହେଲେ ସଲମାନ ଖାନଙ୍କ ଡୁପ୍ଳିକେଟ । ସର୍ବ ସାଧାରଣ ସ୍ଥାନରେ ରିଲ୍ ବନେଇବା ଯୋଗୁଁ ଶାନ୍ତି ଭଙ୍ଗ ନେଇ ତାଙ୍କ ନାଁ’ରେ ଅଭିଯୋଗ ହୋଇଥିଲା । ବଲିଉଡର ମୋଷ୍ଟ ଇଲିଜିବୁଲ ବ୍ୟାଚଲର ଭାବେ ସଲମାନ ଖାନ ବେଶ ଜଣାଶୁଣା । ସଲମାନଙ୍କର ଯେତିକି ଫ୍ୟାନ୍ସ ଫଲୋଇଙ୍ଗ ଅଛନ୍ତି ତାଙ୍କ ଡୁପ୍ଳିକେଟ ଆଜମ ଅନସାରୀଙ୍କର ମଧ୍ୟ କିଛି କମ୍ ଫ୍ୟାନ୍ସ ନାହାନ୍ତି ।

ସିସିଆଲ ମିଡିଆରେ ନିଜ ଫ୍ୟାନ ଫଲୋଇଙ୍ଗ ବଢେଇବା ପାଇଁ ପ୍ରାୟତଃ ଲକ୍ଷ୍ନୌ ରାସ୍ତାରେ ଦେଖିବାକୁ ମିଳନ୍ତି ନକଲି ସଲମାନ ଖାନ । କିନ୍ତୁ ଏବେ ଡୁପ୍ଳିକେଟ ସଲମାନ ଖାନଙ୍କୁ ରାସ୍ତାରେ ରିଲ୍ ବନେଇବା ଭାରି ପଡିଛି । ଶାନ୍ତି ଭଙ୍ଗ ଅଭିଯୋଗରେ ତାଙ୍କୁ ରସତରୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ ନକଲି ସଲମାନ ଖାନ ଘଣ୍ଟାଘର ନିକଟରେ ଏକ ରିଲ୍ ଶୁଟ କରୁଥିଲେ । ତାଙ୍କୁ ଦେଖିବା ପାଇଁ ସେହି ସ୍ଥାନରେ ଏକ ଜବରଦସ୍ତ ଭିଡ ଜମିଥିଲା । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ ସମସ୍ଯା ଦେଖିବାକୁ ମିଳିଥିଲା ।

ଏହାପରେ ସେଠାକାର କିଛି ଲୋକ ଏନେଇ ପୋଲିସ ଥାନାରେ ଅଭିଯୋଗ କରିବା ପରେ ଠାକୁରଗଞ୍ଜ ପୋଲିସ ନକଲି ସଲମାନ ଖାନଙ୍କୁ ଗିରଫ କରିଥିଲା । ଡୁପ୍ଳିକେଟଙ୍କ ବିରୋଧରେ ଶାନ୍ତିଭଙ୍ଗ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ତାଙ୍କୁ ଜୋରିମାନା ମଧ୍ୟ ଲଗାଯାଇଛି । କହିବାକୁ ଗଲେ ସୋସିଆଲ ମିଡିଆରେ ଏହି ନକଲି ସ୍ଲାମାନ ଖାନଙ୍କର ବହୁତ ବଡ ଫ୍ୟାନ ଫଲୋର୍ସ ଅଛନ୍ତି ।

ତାଙ୍କୁ ପ୍ରାୟତଃ ନୂଆ ନୂଆ ରିଲ୍ସରେ ଦେଖିବାକୁ ମିଳିଥାଏ । ଏହି ନକଲି ସଲମାନ ଖାନ ଆଜମ ଅନସାରୀଙ୍କର ୟୁଟ୍ଯୁବରେ ମଧ୍ୟ ୧ ଲକ୍ଷ ୬୭ ହଜାର ଫଲୋର୍ସ ମାନେ ଅଛନ୍ତି । ସଲ୍ଲୁ ଭାଇଙ୍କ ଭଳି ଏହି ନକଲି ସଲମାନ ଖାନଙ୍କ ପଛରେ ମଧ୍ୟ ଲୋକେ ଦିୱାନା ହେଉଥିବା ଦେଖିବାକୁ ମିଳୁଛି । ନକଲି ସଲମାନ ଖାନ ନିଜେ ସଲମାନ ଖାନଙ୍କର ଜଣେ ବଡ ଫ୍ୟାନ ହୋଇଥିବା ବେଳେ ସବୁବେଳେ ସଲମାନ ଙ୍କର ଗୀତ ଏବଂ ଡାଇଲଗରେ ରିଲ୍ସ ବନେଇଥାନ୍ତି ।

ଯାହାକୁ ବହୁଳ ସଂଖ୍ଯାରେ ଲୋକେ ଦେଖିବା ସହ ତାଙ୍କର ପ୍ରଶଂସା ମଧ୍ୟ କରିଥାନ୍ତି । କିନ୍ତୁ ଶାନ୍ତି ଭଙ୍ଗ ମାମଲାରେ ଏବେ ଲକ୍ଷ୍ନୌ ପୋଲିସ ତାଙ୍କୁ ଗିରଫ କରିଥିବା ଖବର ଆସିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।