ମହାନଦୀ ଗର୍ଭରେ ମୁଣ୍ଡ ଟେକି ରହିଛି 500 ବର୍ଷର ପୁରୁଣା ମନ୍ଦିର, ଦୃଶ୍ୟମାନ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଜମୁଛି ଲୋକଙ୍କ ଭିଡ, ଦେଖନ୍ତୁ Video

ମହାନଦୀର ଅଥଳ ଜଳରାଶିରେ ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ମନ୍ଦିରକୁ ନେଇ ପୁଣି ତେଜୁଛି ଚର୍ଚ୍ଚା । ମହାନଦୀ ଗର୍ଭରେ ପୁଣି ଦୃଶ୍ୟମାନ ହେଉଛି 500 ବର୍ଷର ପୁରୁଣା ମନ୍ଦିର । ମହାନଦୀରେ ପ୍ରାୟ ସାତ ଖଣ୍ଡ ଗ୍ରାମ ଲୀନ ହୋଇ ଯାଇଥିଲା । ମହାନଦୀରେ ଲୀନ ହୋଇ ଯାଇଥିବା ଏହି ମନ୍ଦିର ଦୃଶ୍ୟମାନ ହେବା ପରେ ଏହାକୁ ଦେଖିବା ପାଇଁ ସେଠାରେ ଜମୁଛି ନାହିଁ ନଥିବା ଭିଡ । ଗତ ଦୁଇ ବର୍ଷ ତଳେ ଏହି ବୁଡି ରହିଥିବା ମନ୍ଦିରକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ହୋଇଥିଲା ।

୧୪୦୦ ରୁ ୧୬୦୦ ଶତାବ୍ଦୀ ମଧ୍ୟରେ ଏହି ମନ୍ଦିର ନିର୍ମାଣ କରାଯାଇଥିବା ଅନୁମାନ କରାଯାଇଛି । ନୟାଗଡ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀ ଗର୍ଭରେ ଏହି ମନ୍ଦିର ଦେଖିବାକୁ ମିଳିଥିଲା । ମନ୍ଦିରଟି ସଂପୂର୍ଣ୍ଣ ଭାବେ ଜଳରାଶିରେ ବୁଡି ରହିଛି । କୁହାଯାଏ ଏହି ସ୍ଥାନରେ ପୂର୍ବରୁ ଲୋକେ ବସବାସ କରୁଥିଲେ । କାଳକ୍ରମେ ମହାନଦୀ ନିଜ କାୟ ବିସ୍ତାର କରି ଗତିପଥ ବଦଳାଇବାରୁ ଜନବସତି ସହ ପୋତି ହୋଇ ଯାଇ ମହାନଦୀ ଗର୍ଭରେ ଲୀନ ହୋଇ ଯାଇଥିଲା ପୁରା ଅଞ୍ଚଳ ।

ପ୍ରାୟ ସତ ଖଣ୍ଡ ଗାଁ ମହାନଦୀ କୋଳରେ ଲୀନ ହୋଇଯାଇଛି । ନିଜକୁ ବଞ୍ଚାଇବାକୁ ସ୍ଥାନୀୟ ଲୋକେ ଏହି ସ୍ଥାନ ଛାଡି ପ୍ରାୟ ଦୁଇ କିଲୋମିଟର ଉଠି ଆସିଥିଲେ । ପୁରୁଣା ପଦ୍ମାବତୀ ଗାଁ ମହାନଦୀରେ ବୁଡି ଯାଇଛି । କୂଳରେ ଥିବା ଗୋପୀନାଥ ମନ୍ଦିରରେ ଏବେ ମହାଦେବ ପୂଜା ପାଉଛନ୍ତି । ତେବେ ଏତେ ପୁରାତନ ମନ୍ଦିରର ସଂପୂର୍ଣ୍ଣ ଐତିହାସିକ ଘଟଣା ଲୋକଲୋଚନକୁ ଆସିପାରି ନାହିଁ । ୨୦୨୦ ମସିହା ପରଠାରୁ ଏହି ମନ୍ଦିରର ଦଧିନଉତି ବାହାରକୁ ଦିଶୁଛି ।

ପ୍ରତିବର୍ଷ ଏପ୍ରିଲ ଓ ମେ’ ମାସରେ କିଛିଦିନ ପାଇଁ ଏହି ମନ୍ଦିରର ଦଧିନଉତି ଦେଖିବାକୁ ମିଳିଥାଏ । ସ୍ଥାନୀୟ ଅଞ୍ଚଳବାସୀ ଏହି ମନ୍ଦିରକୁ ଠାବ କରିବା ପାଇଁ ଏହା ଉପରେ ପତାକା ବାନ୍ଧିଛନ୍ତି । ମହାନଦୀର ଜଳସ୍ତର ଏବଂ ପ୍ରଖରତା ହ୍ରାସ ପାଇବା ପରେ ଏହି ମନ୍ଦିର ପାଖକୁ ଲୋକେ ଯାଇଥାନ୍ତି । ପଦ୍ମାବତୀ ଗାଁ’ର ଲୋକମାନେ ଏହି ମନ୍ଦିର ପାଖକୁ ଯାଇ ପୂର୍ବପୁରୁଷଙ୍କୁ ମନେପକାଇ ଥାଆନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଭାରତୀୟ ପ୍ରତ୍ନତତ୍ତ୍ଵିକ ବିଭାଗ କିମ୍ବା ରାଜ୍ୟ ସରକାର ଏହି ମନ୍ଦିର ଉପରେ ସର୍ବେକ୍ଷଣ କରିନାହାନ୍ତି ।

ଏପରି ହେଲେ ମନ୍ଦିର ଓ ପ୍ରାଚୀନ ସଭ୍ୟତା ସମ୍ପର୍କରେ ଜଣାପଡନ୍ତା । ମହାନଦୀ ଗର୍ଭରେ ଥିବା ଏହି ମନ୍ଦିରକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେଇ ଏହାର ବିକାଶ କରିବାକୁ ଲୋକେ ଦାବି କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।